ଜଳେଶ୍ୱର (ବାଘୁଆବାର୍ତ୍ତା): ଫ୍ରି ଫାୟାର ହେଲା କାଳ । ରାତି ଯାକ ଫ୍ରି ଫାୟାର ଖେଳି ଫାଶୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କଲେ ୧୯ ବର୍ଷୀୟ ଯୁବକ ବାଲେଶ୍ୱର ଜିଲ୍ଳା ଜଳେଶ୍ୱର ଥାନା ଅନ୍ତର୍ଗତ ଗୌରୀ ବେଲଦା ଗ୍ରାମର ସତ୍ୟଜିତ ଜେନା ଫ୍ରି ଫାୟାର ଖେଳିବା ପରେ ଫାଶୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ସଂପର୍କୀୟ କହିଛନ୍ତି । ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଫ୍ରି ଫାୟାର ଖେଳିଥିଲେ । ତେବେ ରାତିରେ ସତ୍ୟଜିତଙ୍କୁ ତାଙ୍କ ଶୋଇବା ଘରେ ବାପା ଓ ମାଆ ପାଇ ନଥିଲେ ଫଳରେ ଖୋଜାଖୋଜି କରିବା ପରେ ଘର ଠାରୁ ଅଳ୍ପ ଦୂରରେ ଏକ ଗଛ ମୂଳରେ ବେକରେ ରଶି ଲଗାଇ ଅଚେତ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ । ତାଙ୍କୁ ପ୍ରଥମେ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥାରେ ସଙ୍କଟାପନ୍ନ ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।






