ନୟାଗଡ଼, (ବାଘୁଆବାର୍ତ୍ତା): ମହାମାରୀ କରୋନା ଜିଲ୍ଲାରେ ହୁ ହୁ ହୋଇ ବଢି ଚାଲିଥିବା ବେଳେ ଆଜି ଫୋକସ୍ ଫାଉଣ୍ଡେସନ୍ ପକ୍ଷରୁ ମାସ୍କ ଓ ସାନିଟାଜର ବଣ୍ଟନ କରାଯାଇଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ମଧୁବନ ଗ୍ରାମରେ ଗଢି ଉଠିଥିବା ଫୋକସ୍ ଫାଉଣ୍ଡେସନ୍ ସଭାପତି ଦିନେଶ୍ ବିଶ୍ୱାଳଙ୍କ ତତ୍ୱବଧାନରେ ଆଜି ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥର ସିମିସାହି ଛକଠାରେ ପଥଚାରୀ ଓ ଅମାନିଆମାନଙ୍କୁ ସଚେତନ କରେଇବା ସହିତ ମାସ୍କ ଓ ସାନିଟାଇଜର ବଣ୍ଟନ କରିଥିଲେ । ଉକ୍ତ ସଚେତନ ଓ ବଣ୍ଟନ କାର୍ଯ୍ୟକ୍ରମରେ ଫୋକସ୍ ଫାଉଣ୍ଡେସନର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ ।





