Wednesday, September 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଧା ରହିଗଲା ବାସର ରାତି

by ସଞ୍ଜୟ ସ୍ୱାଇଁ
March 9, 2021
in Feature News, State
ଅଧା ରହିଗଲା ବାସର ରାତି
813
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ଅଧା ରହିଗଲା ବାସର ରାତି । ହିନ୍ଦୁ ପରମ୍ପରାରେ ଏଭଳି ହୋଇଥାଏ ପାରେ ବୋଲି ଆଶ୍ଚର୍ଯ୍ୟ ଲାଗିଲେ ବି ଘଟଣା ସତ । ଧୁମ୍ ଧାମ୍ରେ ସରିଥିଲା ବାହାଘର । ସରିଥିଲା ବାସର ରାତିର ପୂଜା । ଆଉ କିଛି ଘଣ୍ଟା ପରେ ହୋଇଥାନ୍ତା ସ୍ୱାମୀ ସ୍ତ୍ରୀ ମିଳନର ସେହି ବାସର ରାତି । ବାସର ରାତି ଛାଡି ନବବଧୂ ଯାଇ ପହଞ୍ôଚଲା ଥାନାରେ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରୀ ଅଞ୍ଚଳରେ । ମିଳିଥିବା ସୂଚନାନୁସାରେ, ଚଳିତ ମାସ ୫ତାରିଖରେ ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ମାଧପୁର ଗାଁର ବିହାରୀ ବେହେରାଙ୍କ ପୁଅ ଶମ୍ଭୁନାଥଙ୍କ ସହିତ ନିକଟସ୍ଥ ମର୍ଦ୍ଦରାଜପୁର ଗାଁର ଗୌତମଙ୍କ ଝିଅ ମୋନାଲିସାଙ୍କ ସହିତ ଧୁମ୍ ଧାମର ସହିତ ବିବାହ ଉତ୍ସବ ହୋଇଥିଲା । ତେବେ ଆଜି ଥିଲା ଚତୁର୍ଥୀ ରାତି । ତେବେ ମଧ୍ୟାହ୍ନରେ ଚତୁର୍ଥୀ ପୂଜା ସରିବା ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ମନୋମାଳିନ୍ୟ ହୋଇଥିଲା । ତେବେ ସ୍ୱାମୀ-ସ୍ତ୍ରୀଙ୍କ ମନୋମାଳିନରୁ ପାଟିତୁଣ୍ଡ ହୋଇ ନବବଧୂ ଯାଇ ପହଞ୍ôଚଥିଲା ନୀଳଗିରି ଥାନାରେ । ଏବଂ ଥାନାରେ ଯାଇ ସ୍ୱାମୀ ଶମ୍ଭୁନାଥଙ୍କ ସହିତ ନରହିବା ପାଇଁ ଅଡି ବସିଛନ୍ତି । ଯଦି ନବବଧୂ ମୋନାଲିସାଙ୍କୁ ତାଙ୍କ ବାପଘରକୁ ଛଡାନଯାଏ ତେବେ ସେ ଆତ୍ମହତ୍ୟା କରିବେ ବୋଲି ମଧ୍ୟ ଥାନା ଭିତରେ ଧମକ୍ ଦେଇଛନ୍ତି । ଖବର ପାଇ ମୋନାଲିସାଙ୍କ ବାପଘର ଲୋକ ଶାଶୁଘରେ ପହଞ୍ôଚବାରୁ ଶାଶୁଘର ଲୋକ ବାପଘର ଲୋକଙ୍କୁ ଅଟକ ରଖିଥିବା ଜଣାପଡିଛି । ଥାନାରେ ନବବଧୂ ତାଙ୍କୁ ଶାଶୁ ଶ୍ୱଶୁର ବିବାହର ପରଠାରୁ ମୋ ସହିତ କଥା ହେଉନାହାନ୍ତି । ଏବଂ ଗାଳିଗୁଲଜ କରୁଛନ୍ତି । ମୋତେ ଜୋରଜବରଦସ୍ତି ବିବାହ କରିଦିଆଯାଇଛି । ତେଣୁ ପିଟି ପିଟି ମାରି ଦେବେ ବୋଲି ପୁଲିସ ଆଗରେ ଅଭିଯୋଗ କରିଛି । ତେବେ ଏହାକୁ ଶମ୍ଭୁନାଥଙ୍କ ପରିବାର ଖଣ୍ଡନ କରିଛନ୍ତି । କହିଛନ୍ତି ଝିଅ ବିବାହ ପୂର୍ବରୁ ଅନ୍ୟ ପୁଅ ସହିତ ପ୍ରେମ ସଂପର୍କ ଅଛି । ତେଣୁ ସେ ଆମ ଘର ଛାଡି ଚାଲିଯିବାକୁ ଯିଦ୍ ଧରିଛି । ତେଣୁ ବିବାହରେ ଯେତିକି ଟଙ୍କା ଖର୍ଚ୍ଚ ହୋଇଛି ସେତିକି ଟଙ୍କା ଫେରାଇବା ପାଇଁ ଝିଅ ଘର ଲୋକଙ୍କ ଉପରେ ପୁଅଘର ଲୋକ ଦାବି କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!