ନୟାଗଡ଼, (ବାଘୁଆବାର୍ତ୍ତା): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରିଯାଇଥିବା ବେଳେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗଣତି ପକ୍ରିୟା ଚାଲୁ ରହିଛି । ଭୋଟ ଗଣତିର ଚତୁର୍ଥ ରାଉଣ୍ଡ ସୁଦ୍ଧା ଜିଲ୍ଲା ପରିଷଦ ଜୋନ୍ ବିଜେଡ଼ି ପ୍ରାର୍ଥୀ କ୍ଷୀରୋଦ କୁମାର ମହାପାତ୍ର ନିକଟତମ ପ୍ରତିଦ୍ୱନ୍ଦି ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ନସିର ଅହମ୍ମଦଙ୍କ ଠାରୁ ୧୩୯୪ ଭୋଟରେ ଆଗୁଆ ରହିଛନ୍ତି । କଂଗ୍ରେସ ସମସ୍ତଙ୍କ ପଛରେ ପଡିଯାଇଛି । ବିଜେଡ଼ି ପ୍ରାର୍ଥୀ ବର୍ତ୍ତମାନ ସୁଦ୍ଧା ଆଗୁଆ ରହିଛନ୍ତି । ୧୩ ନଂ ଜୋନର ସମସ୍ତ ପଞ୍ଚାୟତରେ ବିଜେଡ଼ିର ପ୍ରଦର୍ଶନ କରିଆସୁଥିବା ସୂଚନା ମିଳିଛି ।





