Saturday, April 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହଜିଗଲା ମାନବିକତା : ଶବଠାରୁ ଲୁଟ !

by ସଞ୍ଜୟ ସ୍ୱାଇଁ
January 13, 2020
in Crime
ହଜିଗଲା ମାନବିକତା : ଶବଠାରୁ ଲୁଟ !
32
VIEWS
Share on FacebookShare on Twitter

ଦୁର୍ଘଟଣାରେ ୪ ମୃତ୍ୟୁ ଘଟଣା

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ଅନ୍ତର୍ଗତ କରଡ଼ା ନିକଟରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ନନ୍ଦିଘର ଜୟ ଜଗନ୍ନାଥ ରାଇସ ମିଲ ମାଲିକ ଚିରଞ୍ଜିବୀ ସାହୁ (୪୪), ତାଙ୍କ ପôତୀ ମଧୁସ୍ମିତା ସାହୁ (୩୫), ପୁଅ ଆଦିତ୍ୟ କୁମାର ସାହୁ (୧୧) ଏବଂ ଗାଡ଼ି ଡ୍ରାଇଭର ସନ୍ତୋଷ କୁମାର ନାୟକଙ୍କ ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣାରେ ବିଳମ୍ବିତ ରାତିରେ ଘଟିଥିବା ବେଳେ ପରଦିନ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବେଚ୍ଛଦ ହୋଇଥିଲା । ପରିବାର ପକ୍ଷରୁ ଶବ ନିଆଯାଇ ଶୋକାକୂଳ ପରିବେଶରେ ଶବ ସତ୍କାର କରାଯାଇଥିବା ବେଳେ ଏକ ଚର୍ଚ୍ଚା ଜୋର ଧରିଛି । ଘଟଣା ଦିନ ରାତ୍ରିରେ ଦୁର୍ଘଟଣା ହେବା ପରେ ତିନି ଜଣଙ୍କର ସେହି ସ୍ଥାନରେ ମୃତ୍ୟୁ ଘଟିଥିବା ବେଳେ ଚିରଞ୍ଜିବୀଙ୍କ ପôତୀ ମୃତ୍ୟୁ ସହିତ ସଂଗ୍ରାମ କରୁଥିଲେ । ତାଙ୍କୁ ପ୍ରଥମେ ଶରଣକୂଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ନୟାଗଡ଼ରୁ ଭୂବନେଶ୍ୱର ସ୍ଥାନାନ୍ତରିତ କରାଯାଉଥିବା ବେଳେ ବାଟରେ ମୃତ୍ୟୁ ଘଟିଥିଲା । ପ୍ରକାଶ ଥାଉ କି, ଉକ୍ତ ଗାଡ଼ିରେ ଚିରଞ୍ଜିବୀ ଲକ୍ଷାଧିକ ଟଙ୍କା ରଖିଥିବା ଏବଂ ସୁନାଚେନ, ମୁଦି ଓ ଅନ୍ୟ କିଛି ଅଳଙ୍କାର ବ୍ୟବହାର କରିଥିବାର ଆଲୋଚନା ହେଉଛି । ଏହି ଟଙ୍କା ଓ ସୁନାକୁ କେହି ଚତୁର ବ୍ୟକ୍ତି ହରମଚାଲ କରିଥିବା ନେଇ ନନ୍ଦିଘରଠାରୁ ନୟାଗଡ଼ଯାଏଁ ଆଲୋଚନା ହେଉଛି । ଏଠାରେ ପ୍ରଶ୍ନ ଉଠୁଛି ଯେ, ଗୋଟିଏ ପରିବାର ନିଶ୍ଚିହ୍ନ ହେଇ ଯାଉଥିବା ବେଳେ ଆଜିର ସମାଜ ତାଙ୍କୁ ସାହାର୍ଯ୍ୟ କରିବା ବଦଳରେ କେଉଁଭଳି ଭାବେ ଶବଠାରୁ ଲୁଟ କରାଯାଇଛି? ଚିରଞ୍ଜିବୀ ଅତ୍ୟନ୍ତ ଧନୀକ ବ୍ୟକ୍ତି ହୋଇଥିବାରୁ ତାଙ୍କର କେହି ନିକଟତ୍ତମ ଲୋକ ଏଭଳି ଦୁଃସାହାସ କରି ନାହାନ୍ତି ତ? ଏହା ପଛର ସତ୍ୟତା ଅନୁସନ୍ଧାନ ସାପେକ୍ଷ ହୋଇଥିବା ବେଳେ ସମାଜ ଏ ଦିଗରେ ସଚେତନ ହେବାର ଆବଶ୍ୟକତା ରହିଛି । ଜଣେ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିକୁ ସାହାର୍ଯ୍ୟ କରିବା ବଦଳରେ ତାର ଫଟୋ ଉଠାଇବା, ଲୁଟ କରିବା, ହାସ୍ୟସ୍ପଦ ଘଟଣା ଘଟାଇବା ଅତ୍ୟନ୍ତ ନିନ୍ଦନୀୟ ଅଟେ ।

ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ:ଗରମରେ ଛଟପଟ ଛାତ୍ରଛାତ୍ରୀ

ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ:ଗରମରେ ଛଟପଟ ଛାତ୍ରଛାତ୍ରୀ

April 18, 2026
ନୟାଗଡରେ ସିଏମ ଟ୍ରଫି:ଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ  ଉଦଘାଟିତ

ନୟାଗଡରେ ସିଏମ ଟ୍ରଫି:ଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ  ଉଦଘାଟିତ

April 18, 2026
ମହାତ୍ମାଗାନ୍ଧୀ ନରେଗା ମଣ୍ଡଳସ୍ତରୀୟ ଜନଶୁଣାଣୀ ଶିବିର

ମହାତ୍ମାଗାନ୍ଧୀ ନରେଗା ମଣ୍ଡଳସ୍ତରୀୟ ଜନଶୁଣାଣୀ ଶିବିର

April 18, 2026
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

April 17, 2026
ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

April 16, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!