Saturday, May 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶ୍ୱାସରୁଦ୍ଧ ହୋଇ ୪ ଶିଶୁ ମୃତ

by ସଞ୍ଜୟ ସ୍ୱାଇଁ
May 19, 2025
in State
ଶ୍ୱାସରୁଦ୍ଧ ହୋଇ ୪ ଶିଶୁ ମୃତ
92
VIEWS
Share on FacebookShare on Twitter

ମାଲକାନଗିରି, (ବାଘୁଆବାର୍ତ୍ତା): ମୃତ୍ୟୁ ଏମିତି ଆସେ । ଶ୍ୱାସରୁଦ୍ଧ ହୋଇ ୪ ଶିଶୁ ମୃତ । ଆନ୍ଧ୍ରପ୍ରଦେଶ ବିଜୟନଗରମ୍ ଦ୍ୱାରପୁଡି ଗାଁରେ ଘଟିଛି ଏହି ଅଘଟଣ । ପାର୍କିଂରେ ଛିଡା ହୋଇଥିବା କାର ଭିତରେ ଚାଲିଯାଇଛି ୪ ଶିଶୁଙ୍କ ଜୀବନ । ମୃତକଙ୍କ ମଧ୍ୟରେ ଜଣେ ବାଳକ ଓ ୩ ଜଣ ବାଳିକା ଥିବା ଜଣାପଡିଛି । ମୃତକମାନେ ହେଲେ ଆଠ ବର୍ଷର ବି.ଉଦୟ ଓ ଚାରୁମତି, ଛଅ ବର୍ଷର କରିସ୍ମା ଓ ମନସ୍ୱିନୀ । ଖବର ଜଣାପଡିବା ପରେ ପରିବାର ଲୋକେ କାଚ୍ ଭାଙ୍ଗି କାର୍ରୁ ପିଲାମାନଙ୍କୁ ଉଦ୍ଧାର କରିଥିଲେ । ହେଲେ ସେତେବେଳକୁ ସରିଯାଇଥିଲା ସବୁକିଛି । କାନ୍ଦ ବୋବାଳିରେ ଫାଠି ପଡୁଛି ପରିବେଶ । କିଏ ଡାକୁଛି ବାବୁରେ ଉଠିଯା । କିଏ କହୁଛି ଫେରିଆ ମୋ କୋଳକୁ । ହେଲେ ତାଙ୍କୁ କ’ଣ ଜଣାକି, ସେ ଆଉ ଉଠିବେନି । ସବୁଦିନ ପାଇଁ ଚିରନିଦ୍ରାରେ ଶିଶୁମାନେ । ମାଆ କୋଳ ଛାଡି ସେମାନେ ଏବେ ଆରପାରିରେ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଆନ୍ଧ୍ରପ୍ରଦେଶ ବିଜୟନଗରମ୍ ଦ୍ୱାରପୁଡି ଗାଁରେ । ରବିବାର ଏମିତି କିଛି ଘଟିଥିଲା ଯାହା ନା କେବେ କିଏ ଭାବିଥିଲା ନା ଜାଣିଥିଲା । ୪ ଶିଶୁ ସନ୍ଧ୍ୟା ସମୟରେ ଖେଳୁଥିଲେ । ଖେଳୁ ଖେଳୁ ସେଠାରେ ଥିବା କାର୍ରେ ହଠାତ୍ ପଶିଯାଇଥିଲେ ସବୁ ପିଲା । କିନ୍ତୁ ବାରମ୍ୱାର ଚେଷ୍ଟା କରି ଆଉ ବାହାରିପାରିନଥିଲେ ପିଲାମାନେ । ଦୀର୍ଘ ସମୟ ଖୋଜାଖୋଜି ପରେ ମିଳିନଥିଲା ପତ୍ତା । ଶେଷରେ କାର୍ରେ ଥିବା ଦେଖିଥିଲେ ପରିବାର ଲୋକେ । କାର୍ କାଚ୍ ଭାଙ୍ଗି ସେମାନଙ୍କୁ ଉଦ୍ଧାର କରାଯାଥିଲା । ସେତେବଳେକୁ ସରିଯାଇଥିଲା ସବୁ କିଛି । ଡାକ୍ତରଖାନକୁ ନିଆଯାଇଥିଲେ ସୁଦ୍ଧା, ସେମାନଙ୍କ ମୃତ୍ୟୁ ହୋଇସାରିଥିଲା । ସେପଟେ ଏକା ସଂଗେ ୪ ପିଲାଙ୍କ ମୃତ୍ୟୁ ପରେ ଗାଁରେ ଖେଳିଯାଇଛି ଶୋକାକୂଳ ପରିବେଶ ।

ଦୋକାନରେ ଅଗ୍ନିକାଣ୍ଡ: ଦେହରେ ନିଆଁ ଲାଗି ବୟସ୍କ ସ୍ୱାମୀ ସ୍ତ୍ରୀ ଗୁରୁତର

ଦୋକାନରେ ଅଗ୍ନିକାଣ୍ଡ: ଦେହରେ ନିଆଁ ଲାଗି ବୟସ୍କ ସ୍ୱାମୀ ସ୍ତ୍ରୀ ଗୁରୁତର

May 1, 2026
ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬: ଶ୍ରମିକ ମାନଙ୍କୁ ବିଭିନ୍ନ ସହାୟତା ବଣ୍ଟନ

ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬: ଶ୍ରମିକ ମାନଙ୍କୁ ବିଭିନ୍ନ ସହାୟତା ବଣ୍ଟନ

May 1, 2026
ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

May 1, 2026
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

April 29, 2026
ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

April 29, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!