Wednesday, September 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାରିପଦାରେ ସୁନା ବ୍ୟବସାୟଙ୍କଠାରୁ ସୁନା ଓ ଟଙ୍କା ଲୁଟ ଘଟଣା: ୪ ଗିରଫ

by ସଞ୍ଜୟ ସ୍ୱାଇଁ
January 25, 2025
in Crime, State
ବାରିପଦାରେ ସୁନା ବ୍ୟବସାୟଙ୍କଠାରୁ ସୁନା ଓ ଟଙ୍କା ଲୁଟ ଘଟଣା: ୪ ଗିରଫ
103
VIEWS
Share on FacebookShare on Twitter

ବାରିପଦା, (ବାଘୁଆବାର୍ତ୍ତା): ବାରିପଦା ସହରର ସୁନା ଅଳଙ୍କାର ବ୍ୟବସାୟଙ୍କ ଠାରୁ ସୁନା ଓ ଟଙ୍କା ଲୁଟ ଘଟଣାର ପର୍ଦାଫାସ କରିଛି ବାରିପଦା ସଦର ଥାନା ପୁଲିସ । ବାଇକରେ ଆସି ହାଇୱେରୁ ସୁନା ଅଳଙ୍କାର ଲୁଟ କରିଥିବା ଗ୍ୟାଙ୍ଗର ୪ଜଣ ସଦସ୍ୟକୁ ଧରିଥିବାରେ ସଫଳ ହୋଇଛନ୍ତି। ଗିରଫମାନେ ହେଲେ ଗ୍ୟାଙ୍ଗର ମାଷ୍ଟ୍ରର ମାଇଣ୍ଡ ବାରିପଦା ଟାଉନ ଥାନା ଅନ୍ତର୍ଗତ ବଡ଼ବଜାର ଅଞ୍ଚଳର ସଞ୍ଜୀବ ସାହୁ(୩୪), ବିବେକ ବେହେରା(୨୯), ଅନୁଭବ କର(୨୦) ଓ ଜୟଦେବ ଦାସ(୩୨)। ଏନେଇ ବାରିପଦା ସଦର ଥାନାରେ ଶନିବାର ଆହୁତ ସାମ୍ବାଦିକ ସମ୍ମିଳନୀରେ ପୁଲିସ ପକ୍ଷରୁ ସବିଶେଷ ତଥ୍ୟ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ବାରିପଦା ଟାଉନ ଥାନା ଅନ୍ତର୍ଗତ ଲାଲବଜାର ଅଞ୍ଚଳର ସୁନା ଅଳଙ୍କାର ବ୍ୟବସାୟୀ ସ୍ୱରୂପ ଦାସ ଗତ ଜାନୁଆରୀ ୨୧ତାରିଖ ରାତିରେ ବ୍ୟବସାୟିକ କାର୍ଯ୍ୟ ନିମନ୍ତେ କଲିକତା ଯାଉଥିଲେ। ଏକ କାର ଭଡା ସୂତ୍ରରେ ନେଇ କଲିକତା ଯାଉଥିବା ବେଳେ ରାତି ପ୍ରାୟ ୧ ପରେ ମଞ୍ଚାବନ୍ଧା ଠାରେ ଜାତୀୟ ରାଜପଥରେ ଲୁଟ କରିଥିଲେ। ଗ୍ୟାଙ୍ଗରେ ଥିବା ୩ଜଣ ସଦସ୍ୟ ଏକ ବାଇକରେ ଆସି ଗାଡିକୁ ଅଟକାଇ ଥିଲେ। ଜନଶୂନ୍ୟ ସ୍ଥାନର ସୁଯୋଗ ନେଇ ମାରପିଟ କରି ଗାଡ଼ିରେ ଥିବା ୪ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ୨ଲକ୍ଷ ଟଙ୍କା ଲୁଟି ଚମ୍ପଟ ମାରିଥିଲେ। ଏନେଇ ସ୍ୱରୂପ ଦାସ ବାରିପଦା ସଦର ଥାନାରେ ଅଭିଯୋଗ କରିଛନ୍ତି। ତେବେ ଉକ୍ତ କାରର ଚାଳକ ସଞ୍ଜୀବ ସାହୁ ଓରଫ ଜିତୁ କିଛି ସମୟ ବ୍ୟବଧାନରେ ଫୋନ ଯୋଗେ ଗ୍ୟାଙ୍ଗ ସଦସ୍ୟଙ୍କ ସହ କଥା ହୋଇ ସ୍ଥାନ ବାବଦରେ ସୂଚନା ଦେଉଥିଲେ। ଯାହାକୁ ନେଇ ତାଙ୍କ ଉପରେ ସ୍ୱରୂପ ଦାସଙ୍କ ସନ୍ଦେହକ୍ରମେ ପୁଲିସ ମୋବାଇଲ ଯାଞ୍ଚ କରି ଅନ୍ୟମାନଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ଅଭିଯୁକ୍ତଙ୍କ ଘରେ ପୁଲିସ ଚଢ଼ାଉ କରି ଲୁଟ ହୋଇଥିବା ସୁନା ଅଳଙ୍କାର ଓ ଟଙ୍କା ଉଦ୍ଧାର କରାଯାଇଛି। ବାରିପଦା ସଦର ଥାନାରେ ମାମଲା ରୁଜୁ କରି ୪ଜଣକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛନ୍ତି। ଏହା ସହିତ ଏକ କାର, ବାଇକ, ମୋବାଇଲ ଆଦି ଜବତ କରାଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!