ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ପଞ୍ଚରିଡ଼ା ବନାଞ୍ଚଳ ଶୁକରମଲ୍ଲ ଜଙ୍ଗଲରେ ନିଆଁ ଲଗାଇ କୋଟରା ଶୀକାର କରିବା ଅଭିଯୋଗରେ ଆଜି ବନବିଭାଗ ଦ୍ୱାରା ଜଣେ ନାବାଳିକକୁ ଗିରଫ କରାଯାଇଛି । ସୂଚନାନୁସାରେ, ବିରୁଡ଼ା ପଞ୍ଚାୟତ ଝାରପଡ଼ା ଗ୍ରାମର ସନ୍ତୋଷ ଦାଶଙ୍କ ସହ ମିଶି ଜଣେ ନାବାଳକ ଜଙ୍ଗଲରେ ନିଆଁ ଲଗାଇ ଦେବା ସହ କୋଟରା ଶୀକାରରେ ସହଯୋଗ କରିଥିଲା । ପଞ୍ଚରିଡ଼ା ବନାଞ୍ଚଳ କର୍ମଚାରୀ ଆଜି ଚଢ଼ାଉ କରିବା ବେଳେ ସନ୍ତୋଷ କୁଟୁରା ଏବଂ ବନ୍ଧୁକ ସହ ଫେରାର ହୋଇଯାଇଥିବା ବେଳେ ନାବାଳକକୁ ଗିରଫ କରାଯାଇଥିବା ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ୍.ଡି ସୂଚନା ଦେଇଛନ୍ତି ।





