ନୟାଗଡ, (ବାଘୁଆବାର୍ତ୍ତା): ଚୋରା କାଠ ଜବତ କରିବାକୁ ବନ ବିଭାଗ କର୍ମଚାରୀ ଯାଇଥିବା ବେଳେ ଗ୍ରାମବାସୀ ଓ ବନବିଭାଗ କର୍ମଚାରୀ ମୁହାଁ ମୁହିଁ ହୋଇଛନ୍ତି । ଏପରିକି ବନବିଭାଗ କର୍ମଚାରୀଙ୍କୁ ପୋଲିସ ସହାୟତା ଲୋଡିବାକୁ ପଡିଛି । ନୟାଗଡ ଜିଲା ଓଡଗାଁ ରେଞ୍ଜ ଖଙ୍ଗାରପଲ୍ଲୀରେ ଏପରି ଘଟଣା ଦେଖିବାକୁ ମିଳିଛି । ନୟାଗଡ ଓଡଗାଁ ରେଞ୍ଜ ଖଙ୍ଗାରପଲ୍ଲୀରେ ବନ ବିଭାଗ କର୍ମଚାରୀ ଚଢାଉ କରି ବିପୁଳ କାଠ ଜବତ କରିଛି । ତେବେ ବନବିଭାଗ ଚଢାଉ କରିବାବେଳେ ଗ୍ରାମବାସୀଙ୍କ ସହ ମୁହାଁମୁହିଁ ହେବାକୁ ପଡିଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ବନବିଭାଗ କର୍ମଚାରୀ ପୋଲିସ ସହାୟତା ଲୋଡିଥିଲେ ।






