ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଚଳିତ ବର୍ଷ ରାଜ୍ୟରେ ବ୍ୟାପକ ଜଙ୍ଗଲ ନିଆଁକୁ ଲିଭାଇବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ଅଗ୍ନିଶମ ସେବାର ସହାୟତା ଲୋଡ଼ିଛି । ଏ ସଂକ୍ରାନ୍ତରେ ପୋଲିସ ମହାନିର୍ଦ୍ଦେଶକ, ଅଗ୍ନିଶମ ସେବାଙ୍କୁ ପତ୍ର ଲେଖି ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଙ୍ଗଲ ଓ ପରିବେଶ ଡ. ମୋନା ଶର୍ମା ଅନୁରୋଧ ଜଣାଇଛନ୍ତି । ଜିଲ୍ଲା ଅଗ୍ନିଶମ ଅଧିକାରୀ ବନଖଣ୍ଡ ଅଧିକାରୀ ଓ ଜଙ୍ଗଲ ବିଭାଗର କ୍ଷେତ୍ର ଅଧିକାରୀମାନଙ୍କୁ ଅଗ୍ନି ନିର୍ବାପନର ସୁପରିଚାଳନା ବାବଦରେ ଆବଶ୍ୟକ ସହାୟତା ପ୍ରଦାନ କରିବେ । ଅଗ୍ନିଶମ ସେବାର ପୋଲିସ ମହାନିର୍ଦ୍ଦେଶକଙ୍କ ସ୍ତରରେ ଏଥି ନିମିତ୍ତ ସମୀକ୍ଷା ବୈଠକ ଆହୂତ ହେବ । ପୋଲିସ ମହାନିର୍ଦ୍ଦେଶକ, ଅଗ୍ନିଶମ ସେବା ଜିଲ୍ଲା ଅଗ୍ନିଶମ ଅଧିକାରୀମାନଙ୍କୁ ବନାଗ୍ନି ପରିଚାଳନା କ୍ଷେତ୍ରରେ ନିର୍ଦ୍ଦେଶ ଦେବେ ବୋଲି ଡ. ଶର୍ମା ଅନୁରୋଧ କରିଛନ୍ତି ।





