ନୟାଗଡ଼,(ବାଘୁଆବାର୍ତ୍ତା); ନୟାଗଡ଼ ସହର ମଧ୍ୟରେ ରହିଥିବା ରୁକ୍ଷୀ ପାହାଡ଼ରେ ଆଜି ହଠାତ୍ ନିଆଁ ଲାଗିଥିବା ଦେଖାଯାଇଛି । ଏନେଇ ବନବିଭାଗ ଖବରପାଇବା ପରେ ବନକର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ନିଆଁକୁ ଲିଭାଇବାକୁ ଚେଷ୍ଟା କରୁଥିବା ସୂଚନା ମିଳିଛି । କେହି ଅସମାଜିକ ବ୍ୟକ୍ତି ନିଆଁ ଲଗାଇ ଦେଇଥିବା ଆଲୋଚନା ହେଉଛି ।






