Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହ୍ରାସ ପାଇଲା ଜଙ୍ଗଲ ନିଆଁ

by ସଞ୍ଜୟ ସ୍ୱାଇଁ
March 9, 2021
in Feature News
ହ୍ରାସ ପାଇଲା ଜଙ୍ଗଲ ନିଆଁ
154
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ପ୍ରଚଳିତ ବନାଗ୍ନିକ ପ୍ରତିହତ ଓ ପ୍ରଶମିତ କରିବା ନିମନ୍ତେ ରାଜ୍ୟ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି ।
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ଥିରୀକୃତ କରାଯାଇ ଓଡ୍ରାଫ୍ ବଳଙ୍କୁ ରାଜ୍ୟସାରା ବନାଗ୍ନିର ପ୍ରଶମନ ନିମନ୍ତେ ସହାୟତା ଯୋଗାଇବାକୁ ପଦକ୍ଷେପ ଗ୍ରହଣ କରିଛନ୍ତି ଓ ଏହି ଦଳ ଇତ୍ୟବସରେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ପହଂଚି ଯାଇଛନ୍ତି ।

ରାଜ୍ୟର ମୁଖ୍ୟ ସଚିବ ଆଜି ପୂର୍ବାହ୍ନରେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଓ ବନଖଣ୍ଡ ଅଧିକାରୀଙ୍କ ସହ ବନାଗ୍ନି ପରିସ୍ଥିତିର ସମୀକ୍ଷା କରିଛନ୍ତି । ସମ୍ପୃକ୍ତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ତଥା କର୍ମଚାରୀଙ୍କୁ ବନାଗ୍ନିର ବିସ୍ତାରକୁ ରୋକିବା ଓ ନିର୍ବାପନ ନିମନ୍ତେ ସମସ୍ତ ଉଦ୍ୟମ ଜାରି ରଖିବାକୁ ତଥା ରାତ୍ରୀକାଳୀନ ପେଟ୍ରୋଲିଂ କୁ ତୀବ୍ରତର କରିବା ସହ ଯଥାଶୀଘ୍ର ସମ୍ଭବ ପ୍ରାପ୍ତ ବନାଗ୍ନି ସତର୍କ ସୂଚନା ଗୁଡିକୁ ତଦାରଖ କରି ପାହାଡ ଅଂଚଳର ବନାଗ୍ନିକୁ ପ୍ରାଥମିକତା ପ୍ରଦାନ କରି ବିହୀତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଏହାଛଡା ପରିସ୍ଥିତିକୁ ନିୟନ୍ତ୍ରଣାଧିନ କରିବା ନିମନ୍ତେ ଜନପ୍ରତିନିଧି ଏବଂ ଅନୁଷ୍ଠାନର ସ୍ଥାନୀୟ କର୍ମକର୍ତ୍ତା ଓ ସ୍ଥାନୀୟ ବନସୁରକ୍ଷା ସମିତି ଗୁଡିକୁ ଏହି କାର୍ଯ୍ୟରେ ଜଡିତ କରିବା ନିମନ୍ତେ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।

ଏହାଛଡା ସାମ୍ପ୍ରତିକ ବନାଗ୍ନି ପରିସ୍ଥିତିକୁ ଅଧିକ ପ୍ରଭାବଶାଳୀଭାବେ ମୁକାବିଲା ତଥା ଫଳପ୍ରସୁ କରିବା ପାଇଁ ଅଧିକ ଲୋକ ଓ ଯାନ୍ତ୍ରିକ ବଳ ନିୟୋଜନ କରିବା ନିମନ୍ତେ ନିଷ୍ପତ୍ତିି ନିଆଯାଇଅଛି । ରାଜ୍ୟ ସାରା ଅଧିକ ୧୦୦ ଗୋଟି ଦଳକୁ ସ୍ଥାନ ବିଶେଷରେ ଆବଶ୍ୟକତା ଅନୁସାରେ ନିୟୋଜିତ କରିବା ପାଇଁ ସ୍ଥିର କରାଯାଇଛି । ଏହା ସହ ଅଧିକ ୭୦୦ ଗୋଟି ବ୍ଲୋୟର ବନାଗ୍ନି ନିର୍ବାପନ କାର୍ଯ୍ୟରେ ଯଥାଶୀଘ୍ର ଲଗାଇବାର ବ୍ୟବସ୍ଥା କରାଯାଉଅଛି ।

ଏହାଛଡା ଜଙ୍ଗଲ ସଂଲଗ୍ନରେ ଥିବା ୩୦୦୦ ଗ୍ରାମକୁ ବନାଗ୍ନି ପ୍ରଶମନ ଓ ପ୍ରତିହତରେ ସହାୟତା ନିମନ୍ତେ ପ୍ରୋତ୍ସାହନ ଦେବାରେ ବ୍ୟବସ୍ଥା କରାଯାଉଅଛି ।
ବିଭିନ୍ନ ଇଲାକାରେ ସ୍ଥାନୀୟ ବନଖଣ୍ଡ ଅଧିକାରୀ ସ୍ଥାନୀୟ କୃଷି ଅଧିକାରୀଙ୍କ ସହାୟତାରେ ଜଙ୍ଗଲ ସଂଲଗ୍ନ ଗ୍ରାମଗୁଡିକରେ କୃଷି ବର୍ଜ୍ୟବସ୍ତୁର ଅବହେଳିତ ଦହନର ନିରାକରଣ ନିମନ୍ତେ ପଦକ୍ଷେପ ନେବା ସହ ଆବଶ୍ୟକତାସ୍ଥଳେ ପାଣିଟାଙ୍କିର ବ୍ୟବହାର କରି ବନାଗ୍ନିକୁ ଆୟତ୍ତ କରିବା ପାଇଁ ପଦକ୍ଷେପ ନିଆଯାଉଅଛି ।

କ୍ଷେତ୍ର କର୍ମଚାରୀଙ୍କର ସମୟପଯୋଗୀ ନିରନ୍ତର ପ୍ରଚେଷ୍ଟା ଫଳରେ ବିଗତ ଦୁଇ ଦିନରେ ଫାୟାର ପଅଣଟ ର ସଂଖ୍ୟାରେ ତା ୦୭.୦୩.୨୦୨୧ର ୬୨୫୮ ସଂଖ୍ୟାରୁ ତା ୦୮.୦୩.୨୦୨୧ର ୩୨୫୮କୁ ହ୍ରାସ ପାଇଅଛି ।
ବିଗତ ୨୪ ଘଣଟାର ରିର୍ପୋଟିଂ ଅବଧିରେ ଶତକଡା ୯୫ ଭାଗରୁ ଅଧିକ ଫାୟାର ପଅଣଟ ର ବନାଗ୍ନିକୁ ନିର୍ବାପିତ କରାଯାଇଛି ।

ରାଜ୍ୟ ସରକାର ଜନସାଧାରଣଙ୍କୁ ବନ ବିଭାଗ ଓ ଅନ୍ୟ ବିଭାଗର କର୍ମଚାରୀଙ୍କୁ ବନାଗ୍ନି ନିର୍ବାପନ କାର୍ଯ୍ୟରେ ସହଯୋଗ ପ୍ରଦାନ ନିମନ୍ତେ ନିବେଦନ କରୁଅଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!