ଅତର୍କିତ ଚଢ଼ାଉ କରି ବିପୁଳ ପରିମାଣର କାଠ, ପଟା ସହ ଫର୍ଣିଚର ଯବତ୍ କଲା ବନ ବିଭାଗ
ନୟାଗଡ଼, (ବାଘୁଆବାର୍ତ୍ତା): ସମଗ୍ର ନୟାଗଡ ଜିଲ୍ଲାରେ ଦଶପଲ୍ଲା ବନାଞ୍ଚଳ ଟି ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ପରିପୂର୍ଣ୍ଣ ଥିବାବେଳେ। ବିଭିନ୍ନ ପ୍ରଜାତିର ଗଛ ମଧ୍ୟ ରହିଛି। ଯାହାକି ଏହି ଗଛ ଗୁଡ଼ିକ କାଠ ମାଫିଆ ମାନଙ୍କୁ ଆକୃଷ୍ଟ କରିବାରେ ଲାଗିଛି ।କିଛି ଦିନ ପୂର୍ବରୁ ନୟାଗଡ ବନ ଖଣ୍ଡ ଅଧିକାରୀ ଙ୍କ ପାଖେ ଅଭିଯୋଗ ଥିଲା ବାଣୀ ଗୋଛା ଅଞ୍ଚଳ ରେ ଚୋରା କାଠ ବେପାର ଚାଲିଛି।ଅଭିଯୋଗ ଅନୁଯାୟୀ ଗତ ଗୁରୁବାର ଦିନ ସଂଧ୍ୟା ସମୟ ରେ DFO ଙ୍କ ନିର୍ଦ୍ଦେଶ କ୍ରମେ SCF ସ୍ୱେତଳିନା ସାହୁ ମହିପୂର୍ ,ଦଶପଲ୍ଲା ଏବଂ ବାଣୀ ଗୋଛା ଷ୍ଟାଫ ମାନଙ୍କୁ ନେଇ ଏକ ସିତନ୍ତ୍ର ଟିମ୍ ଗଠନ କରାଯାଇ ଅକର୍କିତ ଭାବେ ବାଣିଗୋଛା ଅଞ୍ଚଳ ରେ ନିଜକୁ ସମାଜ ସେବି କହୁଥିବା ଶ୍ରିହରୀ ନାଏକ ଫାର୍ମ ହାଉସ ରେ ଚଢ଼ାଉ କରାଯାଇଥିଲା। ସେହି ଫାର୍ମ ହାଉସ ରୁ ବିପୁଳ ପରିମାଣର ରେ ବିଶାଳ ବିଶାଳ କାଠ ଗଣ୍ଡୀ ସହ ଶ୍ରିହରୀ ନାଏକ ର କେୟାର ଟେକର ସୁଶାନ୍ତ ନାୟକ ଘରୁ ବିପୁଳ ପରିମାଣର ଅଧ ନିର୍ମିତ ଫର୍ଣିଚର ସାମଗ୍ରୀ ସହ ବିପୁଳ ପରିମାଣର ଶାଗୁଆନ ପଟ୍ଟା ଜବତ କରି ସୁଶାନ୍ତ ନାୟକ କୁ ଗିରଫ କରିଛି ବନବିଭାଗ। ସୂଚନା ଯୋଗ୍ୟ ଯେ ଏହି ସ୍ଥାନ ଟିରେ ଦୀର୍ଘ ଦିନ ଧରି ଏହି କାଠ ବେପାର ଚାଲିଥିଲା। ବାଣୀ ଗୋଛା ଜଙ୍ଗଲ ରୁ ମାଫିଆ ମାନେ ଯଦି ଏହିଭଳି ଯଦି କାଠ କାଟନ୍ତି ତେବେ ଜଙ୍ଗଲ ସ୍ଥିତି ଧ୍ୱସାଂଭିମୁଖ ଆଡ଼କୁ ଗତି କରିବ ଏବଂ ମାଫିଆ ମନେ ଲଗାମ ଛଡ଼ା ହୋଇ ଏହି ଭଳି ବିଶାଳ ବିଶାଳ ଗଛ କାଟି ଚାଲିଥିବେ। ତେଣୁ ଏହି ଘଟଣା ଟି ର ତର୍ଣ୍ଣ ତର୍ଣ୍ଣ ତଦନ୍ତ କରାଯାଇ ମୂକ୍ଷ ମାଷ୍ଟର ମାଇଣ୍ଡ କୁ ଅତି ଶୀଘ୍ର ଗିରଫ କରାଯାଉ ବୋଲି ସାଧାରଣ ଲୋକେ ଦାବି କରିଛନ୍ତି।।





