ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ବନାଞ୍ଚଳ ଆଜି ଏକ ଶାଳ ଲଗ ବୋଝେଇ ଗାଡ଼ି ଜବତ କରିଛି । ମହୀପୁରରୁ ବୃଡ଼ପଣ୍ଡୁସର ଅଭିମୁଖେ ଯାଉଥିବା ଏହି ଗାଡ଼ିକୁ ବନାଞ୍ଚଳ କର୍ମଚାରୀମାନେ ଗୋଡ଼ାଇ ମଜୁରିଆପଲ୍ଲୀ ନିକଟରେ ଧରିଥିବା ଜଣାଯାଇଛି । ଓଡି୨୫ ଏଫ୍ ୬୮୮୧ ନମ୍ବର ବିଶିଷ୍ଟ ଗାଡ଼ିରୁ ୨୯ ଖଣ୍ଡ କାଠ ଜବତ ହୋଇଛି । କାଠର ପରିମାଣ ୫୫ ସିଫ୍ଟି ଏବଂ ଏହାର ଆନୁମାନିକ ମୁଲ୍ୟ ୭୦ ହଜାର ହେବ ବୋଲି ଜଣାଯାଇଛି । ବେଆଇନ କାଠ ଚାଲଣ ଅଭିଯୋଗରେ ବଡ଼ପଣ୍ଡୁସର ଗ୍ରାମର ଦୟାନିଧି ଦାଶଙ୍କ ପୁଅ ପ୍ରମୋଦ କୁମାର ଦାଶଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଏହି ଚଢ଼ାଉରେ ନୟାଗଡ଼ ବନାଞ୍ଚଳ ଅଧିକାରୀ ସୁଶାନ୍ତ ସୁଶାନ୍ତ ସ୍ୱାଇଁ, ବନପାଳ ସୁମିତ୍ରା ମିଶ୍ର, ମନୋଜ ପ୍ରଭାକର ସାହୁ ଏବଂ ଅନ୍ୟ ବନକର୍ମଚାରୀମାନେ ସାମିଲ ଥିବା ସୂଚନା ମିଳିଛି ।






