Monday, September 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୭ଟି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟକୁ ପଠାଯିବ

by ସଞ୍ଜୟ ସ୍ୱାଇଁ
April 23, 2021
in Nayagarh
୭ଟି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟକୁ ପଠାଯିବ
147
VIEWS
Share on FacebookShare on Twitter

ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ସ୍ଥାୟୀ କମିଟି ବୈଠକ

ଭୁବନେଶ୍ୱର, ଆଜି ଲୋକସେବା ଭବନଠାରେ ରାଜ୍ୟ ବନ୍ୟପ୍ରାଣୀ ପରିଷଦ ସ୍ଥାୟୀ କମିଟିର ବୈଠକ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋରଡ଼ାର ବିଧାୟକ ଶ୍ରୀ ରାଜକିଶୋର ଦାସ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗ ଡଃ ମୋନା ଶର୍ମା, ପ୍ରଧାନ ମୁଖ୍ୟ ବନସଂରକ୍ଷକ ଶ୍ରୀ ଶିଶିର କୁମାର ରଥ, ପ୍ରଧାନ ମୁଖ୍ୟ ବନସଂରକ୍ଷକ (ବନ୍ୟପ୍ରାଣୀ) ଶ୍ରୀ ଶଶି ପଲ୍‌, ଭାରତ ସରକାରଙ୍କ ବନ୍ୟପ୍ରାଣୀ ସଂରକ୍ଷଣ ନିର୍ଦ୍ଦେଶକ, ହସ୍ତୀ ସୁରକ୍ଷା ଫାଉଣ୍ଡେସନ ଟ୍ରଷ୍ଟର ଡଃ ରଜନୀକାନ୍ତ ଜେନା, ଅବସରପ୍ରାପ୍ତ ବନ ବିଭାଗ ଅଧିକାରୀ ଶ୍ରୀ ପି.ଆର୍‌.ମହାନ୍ତି, ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାନର ଡଃ ବିଭାଷ ପାଣ୍ଡବ, ଗଞ୍ଜାମ ଜିଲ୍ଲା ମୟୁର ସୁରକ୍ଷା କମିଟିର ସଭାପତି ଶ୍ରୀ ସମୀର କୁମାର ପ୍ରଧାନ, ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ପୂର୍ବତନ କୁଳପତି ଡଃ ଶ୍ରୀମତୀ ପ୍ରିୟମ୍ବଦା ମହାନ୍ତି ହେଜମାଦି, ଶ୍ରୀ ମଧୁସୂଦନ କହଁର ପ୍ରମୁଖ ଯୋଗଦେଇ ବନ୍ୟପ୍ରାଣୀଙ୍କ ସୁରକ୍ଷା, ସଂରକ୍ଷଣ ଓ ଅଭିବୃଦ୍ଧି ନିମନ୍ତେ ଆଗତ ୭ଟି ପ୍ରସ୍ତାବ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ବିସ୍ତୃତ ଆଲୋଚନା ଏବଂ ପର୍ଯ୍ୟାଲୋଚନା ପରେ ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ସ୍ଥାୟୀ କମିଟି ୭ଟି ଯାକ ପ୍ରସ୍ତାବଗୁଡ଼ିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବନ୍ୟପ୍ରାଣୀ ବୋର୍ଡର ଅଧ୍ୟକ୍ଷଙ୍କ ଦ୍ୱାରା ଅନୁମୋଦନ କରି କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନମନ୍ତ୍ରଣାଳୟ ନିକଟକୁ ମଞ୍ଜୁର ନିମନ୍ତେ ସୁପାରିଶ କରିଛି । ଭିତରକନିକା ଜାତୀୟ ଉଦ୍ୟାନର ପରିବେଶ ସମ୍ବେଦନଶୀଳ ଅଞ୍ଚଳ ମଧ୍ୟରେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ତହସିଲ ଅନ୍ତର୍ଗତ ନିମତାଲାଠାରେ ଜେଟି ଏବଂ ବର୍ଷା ଆଶ୍ରୟ ଗୃହର ଉନ୍ନତିକରଣ କାର୍ଯ୍ୟ ୨ କୋଟି ୧୦ ଲକ୍ଷ ଟଙ୍କା ବ୍ୟୟରେ ସମ୍ପାଦିତ ହେବ । ଭିତରକନିକା ଜାତୀୟ ଉଦ୍ୟାନର ପରିବେଶ ସମ୍ବେଦନଶୀଳ ଅଞ୍ଚଳ ମଧ୍ୟରେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ତହସିଲ ଅନ୍ତର୍ଗତ କସ୍ତୁରୀକଣଠାରେ ଜେଟି ଏବଂ ବର୍ଷା ଆଶ୍ରୟ ଗୃହର ଉନ୍ନତିକରଣ କାର୍ଯ୍ୟ ୧ କୋଟି ୯୦ ଲକ୍ଷ ଟଙ୍କା ବ୍ୟୟରେ ସମ୍ପାଦିତ ହେବ । ବାରିପଦା-ବାମନଘାଟି (ରାଜ୍ୟ ରାଜପଥ-୫୦)ର ବିଷୋଇଠାରୁ ରାଇରଙ୍ଗପୁର ପର୍ଯ୍ୟନ୍ତ ରାସ୍ତାର ସୁଦୃଢ଼ୀକରଣ ତଥା ଦୁଇଟିକିଆ ରାସ୍ତାକୁ ଚଉଡ଼ା କରାଯିବ । ଏହାଫଳରେ କୋଲକାତାଠାରୁ ରାଇରଙ୍ଗପୁର ଓ ରାଇରଙ୍ଗପୁରରୁ ଝାଡ଼ଖଣ୍ଡ ପର୍ଯ୍ୟନ୍ତ ଚଳାଚଳ ଓ ମାଲ ପରିବହନ ସୁଗମ ହେବ । କର୍ଲାପାଟ ଅଭୟାରଣ୍ୟ ପରିସୀମା ପୁନଃନିର୍ଦ୍ଧାରିତ ହେବ । ସମ୍ପ୍ରତି ୧୮୪ ବର୍ଗ କିଲୋମିଟର ପରିବ୍ୟାପ୍ତ ଏହି ଅଭୟାରଣ୍ୟର ପରିସୀମା ପ୍ରାୟ ୧୯୪ ବର୍ଗ କିଲୋମିଟର ହେବ । ସୁନାବେଡା ଅଭୟାରଣ୍ୟ ପରିସୀମା ପୁନଃନିର୍ଦ୍ଧାରିତ ହେବ । ଅଭୟାରଣ୍ୟରୁ ଜନାକୀର୍ଣ୍ଣ ପ୍ରାୟ ୧୦ ହଜାର ୯୬୫ ହେକଫର ଜମିକୁ ବାଦ୍‌ ଦିଆଯିବ ଓ ଜନବସତିଶୂନ୍ୟ ୧୩ ହଜାର ୩୧୩ ହେକଫର ଜଙ୍ଗଲ ଜମି ଅଭୟାରଣ୍ୟ ପରିସୀମାଭୁକ୍ତ ହେବ । ଇଷ୍ଟକୋଷ୍ଟ ରେଳବାଇ ଦ୍ୱାରା ବୁଢ଼ାପଙ୍କ-ସାଲେଗାଓଁ ମଧ୍ୟରେ ତୃତୀୟ ଓ ଚତୁର୍ଥ ରେଳ ଲାଇନ ନିର୍ମାଣ ପାଇଁ ୨୪ ହେକଫର ଜଙ୍ଗଲ ଜମି ଆବଶ୍ୟକ । ସେହି ଜମିରୁ ୦.୭୮୮ ହେକଫର ଜମି କପିଳାସ ବନ୍ୟପ୍ରାଣୀ ଅଭୟାରଣ୍ୟ ପରିସୀମା ମଧ୍ୟରେ ରହିଛିି । ସେଥିପାଇଁ ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ସ୍ଥାୟୀ କମିଟି ବୈଠକରେ ଆଜି ସୁପାରିଶ କରାଯାଇଛି ଓ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଜାତୀୟ ବନ୍ୟପ୍ରାଣୀ ବୋର୍ଡ ଏହାକୁ ମଞ୍ଜୁର କଲେ ବୁଢ଼ାପଙ୍କ-ସାଲେଗାଓଁ ମଧ୍ୟରେ ତୃତୀୟ ଓ ଚତୁର୍ଥ ରେଳ ଲାଇନ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହେବ । ରେଙ୍ଗାଲୀ ଜଳସେଚନ ପ୍ରକଳ୍ପର ଅବଶିଷ୍ଟ ବାମ ଓ ଦକ୍ଷିଣ ପାଶ୍ୱର୍ ଶାଖା କେନାଲର ନିର୍ମାଣ ପାଇଁ ଢେଙ୍କାନାଳ, ଆଠଗଡ଼ ଓ କଟକ ବନଖଣ୍ଡର ୪୨୩ ହେକଫର ଜଙ୍ଗଲ ଜମି ଆବଶ୍ୟକ । ସେହି ଜମିରୁ ୭.୫ ହେକଫର ଜମି କପିଳାସ ବନ୍ୟପ୍ରାଣୀ ଅଭୟାରଣ୍ୟ ପରିସୀମା ମଧ୍ୟରେ ରହିଛିି । ସେଥିପାଇଁ ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ସ୍ଥାୟୀ କମିଟି ବୈଠକରେ ଆଜି ସୁପାରିଶ କରାଯାଇଛି ଓ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଜାତୀୟ ବନ୍ୟପ୍ରାଣୀ ବୋର୍ଡ ଏହାକୁ ମଞ୍ଜୁର କଲେ ରେଙ୍ଗାଲୀ ଜଳସେଚନ ପ୍ରକଳ୍ପର ଅବଶିଷ୍ଟ ବାମ ଓ ଦକ୍ଷିଣ ପାଶ୍ୱର୍ ଶାଖା କେନାଲର ନିର୍ମାଣ ସମ୍ଭବ ହୋଇପାରିବ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!