Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

‘ଦକ୍ଷିଣ ଓଡ଼ିଶାର ବନୀକରଣ ଓ ଜଙ୍ଗଲଜାତ ଦ୍ରବ୍ୟର ସୁପରିଚାଳନା କ୍ଷେତ୍ରରେ ଏହା ମହତ୍ତ୍ୱପୂର୍ଣ୍ଣ ଭୂମିକା ନେବ’ : ଜଙ୍ଗଲ ମନ୍ତ୍ରୀ ଶ୍ରୀ ଆରୁଖ

by ସଞ୍ଜୟ ସ୍ୱାଇଁ
July 19, 2021
in Feature News
‘ଦକ୍ଷିଣ ଓଡ଼ିଶାର ବନୀକରଣ ଓ ଜଙ୍ଗଲଜାତ ଦ୍ରବ୍ୟର ସୁପରିଚାଳନା କ୍ଷେତ୍ରରେ ଏହା ମହତ୍ତ୍ୱପୂର୍ଣ୍ଣ ଭୂମିକା ନେବ’ : ଜଙ୍ଗଲ ମନ୍ତ୍ରୀ ଶ୍ରୀ ଆରୁଖ
42
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଆଜି ବ୍ରହ୍ମପୁରଠାରେ ଓଡ଼ିଶା ବନ ଉନ୍ନୟନ ନିଗମ, ବ୍ରହ୍ମପୁରର ଜେନେରାଲ ମ୍ୟାନେଜର ଓ ଡିଭିଜନାଲ ମ୍ୟାନେଜରଙ୍କ ନବନିର୍ମିତ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି । ଏହି ସଂକ୍ଷିପ୍ତ ଉତ୍ସବରେ ଓଡ଼ିଶା ବନ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରାଜୀବ କୁମାର, ସାଧାରଣ ପରିଚାଳକ ବ୍ରହ୍ମପୁର ଶାଖା ଶ୍ରୀ ପ୍ରଶାନ୍ତ କୁମାର ମିଶ୍ର, ଖଣ୍ଡୀୟ ପରିଚାଳକ ବ୍ରହ୍ମପୁର ବାଣିଜ୍ୟ ଖଣ୍ଡ ଶ୍ରୀ ଦିଲ୍ଲୀପ କୁମାର ରାଉତ, ବୌଦ୍ଧ, ବ୍ରହ୍ମପୁରର ଡିଏଫ୍‌ଓ ଓ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଆରୁଖ ମତ ପ୍ରକାଶ କରିଥିଲେ ଯେ, ଓଡ଼ିଶା ବନ ଉନ୍ନୟନ ନିଗମ, ବ୍ରହ୍ମପୁର ଡିଭିଜନ ୧୯୭୭ ମସିହାରେ ସୃଷ୍ଟି ହେବା ପରଠାରୁ ଏକ ସ୍ୱତନ୍ତ୍ର ଓ ନୂତନ କାର୍ଯ୍ୟାଳୟର ଆବଶ୍ୟକତା ଥିଲା । ଏହି ନୂତନ କାର୍ଯ୍ୟାଳୟର ଶୁଭାରମ୍ଭ ହେବା ପରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ବନୀକରଣ କାର୍ଯ୍ୟ ଅଧିକ ତ୍ୱରାନ୍ୱିତ ହୋଇପାରିବ । ରଘୁନାଥପୁର, ଖଲିକୋଟ, ମୋହନା ଓ ବ୍ରହ୍ମପୁର ସବ୍‌ଡିଭିଜନ୍‌ର ବନାୟନ ଓ ଅନ୍ୟାନ୍ୟ କାର୍ଯ୍ୟ ସୁଗମ ହୋଇପାରିବ । ପ୍ରଳୟଙ୍କରୀ ଫାଇଲିନ୍‌ ବାତ୍ୟା ଯୋଗୁଁ ଦକ୍ଷିଣ ଓଡ଼ିଶା ଧ୍ୱସ୍ତବିଧ୍ୱସ୍ତ ହୋଇଥିଲା । ବ୍ୟାପକ ବନୀକରଣ, ବୃକ୍ଷରୋପଣ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରି ଏହି ଡିଭିଜନ ସମସ୍ତଙ୍କର ପ୍ରଶଂସାଭାଜନ ହୋଇପାରିଥିଲା । ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ଓ ପ୍ରାକୃତିକ ଦୁର୍ବିପାକକୁ ରୋକିବା ଦିଗରେ ବ୍ୟାପକ ବୃକ୍ଷରୋପଣ ଅତ୍ୟାବଶ୍ୟକ । ଏହି ନୂତନ କାର୍ଯ୍ୟାଳୟ ପ୍ରତିଷ୍ଠା ହେବା ଫଳରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବୃକ୍ଷରୋପଣ କ୍ଷେତ୍ରରେ ନୂତନ କୀର୍ତ୍ତି ଓ ରେକର୍ଡ ସ୍ଥାପିତ ହେବ । ମୂଲ୍ୟବାନ କାଠ ସଂଗ୍ରହ କାର୍ଯ୍ୟ, ସେଗୁଡ଼ିକର ଇ-ଟେଣ୍ଡର ଜରିଆରେ ନିଲାମ, ବାଉଁଶ ଡିପୋର ସୁପରିଚାଳନା, କାଠ ଚିରଟ କାର୍ଯ୍ୟ, ବନ ଉନ୍ନୟନ ନିଗମ, ବ୍ରହ୍ମପୁରର ସମସ୍ତ ବ୍ୟବସାୟିକ କାର୍ଯ୍ୟ ସୁଗମ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ ମତବ୍ୟକ୍ତ କରିଥିଲେ । ଓଡ଼ିଶା ବନ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରାଜୀବ କୁମାର ଏହି କାର୍ଯ୍ୟାଳୟ ନିର୍ମାଣରେ ୧ କୋଟି ୩୬ ଲକ୍ଷ ଟଙ୍କା ବିନିଯୋଗ କରାଯାଇଛି ବୋଲି ସୂଚନା ଦେଇଥିଲେ । ନବନିର୍ମିତ କାର୍ଯ୍ୟାଳୟ ପରିସରରେ ମନ୍ତ୍ରୀ ଶ୍ରୀ ଆରୁଖ ଅଶୋକ ଗଛର ଚାରା ରୋପଣ କରିଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!