ମହାନତା ପଦର୍ଶନ କଲେ ମନ୍ତ୍ରୀ
ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଫୁଟବଲ ପଡ଼ିଆରେ ଚାରି ବିଧାୟକ । ବିଧାୟକମାନଙ୍କ ନେତୃତ୍ୱରେ ଅନୁଷ୍ଠିତ ମ୍ୟାଚରେ ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ମହାନତା ଦେଖିବାକୁ ମିଳିଛି । ବିଧାୟକ ଏକାଦଶ ମ୍ୟାଚ ପାଇଁ ନୟାଗଡ଼ ଟିମ ଦାୟିତ୍ୱ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହଙ୍କ ଉପରେ ରହିଥିବା ବେଳେ ରଣପୁରର ନେତୃତ୍ୱ ନେଇଥିଲେ ବିଧାୟକ ସତ୍ୟନାରାୟଣ ପ୍ରଧାନ । ସେହିଭଳି ଖଣ୍ଡପଡ଼ାର ନେତୃତ୍ୱ ସୈାମ୍ୟରଂଜନ ପଟ୍ଟନାୟକଙ୍କ ଉପରେ ଥିବା ବେଳେ ଦଶପଲ୍ଲା ଟିମ୍ ନେତୃତ୍ୱ ନେଇଥିଲେ ବିଧାୟକ ରମେଶ ଚନ୍ଦ୍ର ବେହେରା । ଏହି କ୍ରମରେ ପ୍ରଥମେ ନୟାଗଡ଼ ଓ ଦଶପଲ୍ଲା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ନୟାଗଡ଼ଠାରୁ ଦଶପଲ୍ଲା ୩-୧ରେ ପରାଜୟ ହୋଇଥିଲା । ଦ୍ୱିତୀୟ ମ୍ୟାଚରେ ଖଣ୍ଡପଡ଼ା ଓ ରଣପୁର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଅମୀମାଂସିତ ରହିଥିଲା । ପେନାଲ୍ଟିକ୍ରେ ରଣପୁର ଖଣ୍ଡପଡ଼ାକୁ ୪-୨ ଗୋଲରେ ପରାସ୍ତ କରିଥିଲା । ଶେଷରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ନୟାଗଡ଼ ଓ ରଣପୁର ମଧ୍ୟରେ ଖେଳ ସଂଘର୍ଷ ପୂର୍ଣ୍ଣ ହୋଇଥିଲା । ଏହି ଖେଳରେ କେହି କାହାରିକୁଗୋଲ ଦେଇ ପାରିନଥିଲେ । ବିଳମ୍ବିତ କାରଣରୁ ପେନାଲଟିକ୍ ଅନୁଷ୍ଠିତ ନହୋଇ ମ୍ୟାଚ ଟାଏ ହୋଇଥିଲେ । ମାତ୍ର ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ବାଘକୁ ବିଜୟୀରୁ ଅଟକାଇଥିବାରୁ ରଣପୁରକୁ ବିଜୟୀ ଘୋଷଣା କରିଥିଲେ । ଫଳରେ ରଣପୁରକୁ ବିଜୟୀ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ନୟାଗଡ଼କୁ ରନର୍ସଅପ ମିଳିଛି । ରଣପୁର ଟିମର ଗୋଲି ଖେଳରେ ଭଲ ପଦର୍ଶନ କରିଥିବାରୁ ତାଙ୍କୁ ପୁରସ୍କୃତ କରାଯାଇଛି । ଆଜିର ମ୍ୟାଚରେ ଅତିଥି ଭାବେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଶଶୀଭୂଷଣ ଶତପଥୀ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ପ୍ରମୋଦ ପଟ୍ଟନାୟକ, ଲୋକନାଥ ସାହୁ, ଗୟାଧର ପରିଡ଼ା, ଗୁରପ୍ରସାଦ ଜେନା, ରମେଶ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ । ଖେଳରେ ଧାରା ବିବରଣୀ କରିଥିଲେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ।