Saturday, June 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଫୁଟବଲ ପଡ଼ିଆରେ ଚାରି ବିଧାୟକଙ୍କ ଲଢ଼େଇ

by ସଞ୍ଜୟ ସ୍ୱାଇଁ
November 30, 2019
in Nayagarh, Politics, Sports, State
ଫୁଟବଲ ପଡ଼ିଆରେ ଚାରି ବିଧାୟକଙ୍କ ଲଢ଼େଇ
41
VIEWS
Share on FacebookShare on Twitter

ମହାନତା ପଦର୍ଶନ କଲେ ମନ୍ତ୍ରୀ

http://baghuabarta.com/backup/wp-content/uploads/2019/11/WhatsApp-Video-2019-11-30-at-8.06.47-PM.mp4

 

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଫୁଟବଲ ପଡ଼ିଆରେ ଚାରି ବିଧାୟକ । ବିଧାୟକମାନଙ୍କ ନେତୃତ୍ୱରେ ଅନୁଷ୍ଠିତ ମ୍ୟାଚରେ ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ମହାନତା ଦେଖିବାକୁ ମିଳିଛି । ବିଧାୟକ ଏକାଦଶ ମ୍ୟାଚ ପାଇଁ ନୟାଗଡ଼ ଟିମ ଦାୟିତ୍ୱ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହଙ୍କ ଉପରେ ରହିଥିବା ବେଳେ ରଣପୁରର ନେତୃତ୍ୱ ନେଇଥିଲେ ବିଧାୟକ ସତ୍ୟନାରାୟଣ ପ୍ରଧାନ । ସେହିଭଳି ଖଣ୍ଡପଡ଼ାର ନେତୃତ୍ୱ ସୈାମ୍ୟରଂଜନ ପଟ୍ଟନାୟକଙ୍କ ଉପରେ ଥିବା ବେଳେ ଦଶପଲ୍ଲା ଟିମ୍ ନେତୃତ୍ୱ ନେଇଥିଲେ ବିଧାୟକ ରମେଶ ଚନ୍ଦ୍ର ବେହେରା । ଏହି କ୍ରମରେ ପ୍ରଥମେ ନୟାଗଡ଼ ଓ ଦଶପଲ୍ଲା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ନୟାଗଡ଼ଠାରୁ ଦଶପଲ୍ଲା ୩-୧ରେ ପରାଜୟ ହୋଇଥିଲା । ଦ୍ୱିତୀୟ ମ୍ୟାଚରେ ଖଣ୍ଡପଡ଼ା ଓ ରଣପୁର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଅମୀମାଂସିତ ରହିଥିଲା । ପେନାଲ୍ଟିକ୍ରେ ରଣପୁର ଖଣ୍ଡପଡ଼ାକୁ ୪-୨ ଗୋଲରେ ପରାସ୍ତ କରିଥିଲା । ଶେଷରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ନୟାଗଡ଼ ଓ ରଣପୁର ମଧ୍ୟରେ ଖେଳ ସଂଘର୍ଷ ପୂର୍ଣ୍ଣ ହୋଇଥିଲା । ଏହି ଖେଳରେ କେହି କାହାରିକୁଗୋଲ ଦେଇ ପାରିନଥିଲେ । ବିଳମ୍ବିତ କାରଣରୁ ପେନାଲଟିକ୍ ଅନୁଷ୍ଠିତ ନହୋଇ ମ୍ୟାଚ ଟାଏ ହୋଇଥିଲେ । ମାତ୍ର ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ବାଘକୁ ବିଜୟୀରୁ ଅଟକାଇଥିବାରୁ ରଣପୁରକୁ ବିଜୟୀ ଘୋଷଣା କରିଥିଲେ । ଫଳରେ ରଣପୁରକୁ ବିଜୟୀ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ନୟାଗଡ଼କୁ ରନର୍ସଅପ ମିଳିଛି । ରଣପୁର ଟିମର ଗୋଲି ଖେଳରେ ଭଲ ପଦର୍ଶନ କରିଥିବାରୁ ତାଙ୍କୁ ପୁରସ୍କୃତ କରାଯାଇଛି । ଆଜିର ମ୍ୟାଚରେ ଅତିଥି ଭାବେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଶଶୀଭୂଷଣ ଶତପଥୀ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ପ୍ରମୋଦ ପଟ୍ଟନାୟକ, ଲୋକନାଥ ସାହୁ, ଗୟାଧର ପରିଡ଼ା, ଗୁରପ୍ରସାଦ ଜେନା, ରମେଶ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ । ଖେଳରେ ଧାରା ବିବରଣୀ କରିଥିଲେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ।

 

Leave a Reply Cancel reply

Your email address will not be published. Required fields are marked *

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!