Saturday, June 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧-୦ ଗୋଲରେ ବିଜୟ ଲାଭ କରି ଫାଇନାଲରେ ଫୁଲବାଣୀ

by ସଞ୍ଜୟ ସ୍ୱାଇଁ
January 31, 2025
in Nayagarh, Sports, State
୧-୦ ଗୋଲରେ ବିଜୟ ଲାଭ କରି  ଫାଇନାଲରେ  ଫୁଲବାଣୀ
64
VIEWS
Share on FacebookShare on Twitter

ଗଣିଆ, (ବାଘୁଆବାର୍ତ୍ତା): ମହାବୀର ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଚାଲିଥିବା ସର୍ବଭାରତୀୟ ବିଜୟ ରାଉଳ ମେମୋରିଆଲ ଗଣିଆ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ସେମିଫାଇନାଲ ମ୍ୟାଚରେ ପରସ୍ପରକୁ ଭେଟିଥିଲେ ଅନଗୁଳ ବନାମ ଫୁଲବାଣୀ । ଉଭୟ ଦଳର ଖେଳାଳୀମାନେ ଉନ୍ନତ ମାନର ଖେଳ ପ୍ରଦର୍ଶନ କରିବା ଫଳରେ ପ୍ରଥମାର୍ଦ୍ଧରେ କେହି କାହାକୁ ଗୋଲ୍ ଦେଇ ପାରି ନଥିଲେ । ଦ୍ଵିତୀୟାର୍ଦ୍ଧରେ ଫୁଲବାଣୀ ଦଳ ଅନଗୁଳ କୁ ଗୋଟିଏ ଗୋଲ ଦେଇଥିଲେ । ଫଳରେ ଫୁଲବାଣୀ ଦଳ ୧-୦ ଗୋଲରେ ବିଜୟ ଲାଭ କରି ଫାଇନାଲରେ ପ୍ରବେଶ କରିଛି । ଆଜିର ମ୍ୟାଚରେ ମ୍ୟାଚ ରେଫରି ଭାବରେ ଦିଲ୍ଲୀପ କୁମାର ରାଉତ ଯୋଗ ଦେଇଥିବା ବେଳେ ସହଯୋଗୀ ରେଫରି ଭାବେ ସୁଜିତ କୁମାର ପାତ୍ର ଓ ଶିବ ଦେହୁରୀ ଏବଂ ଚତୁର୍ଥ ରେଫରୀ ଭାବେ ଶୁଭ୍ରଜିତ ଦଲଛତ୍ରା ଯୋଗ ଦେଇ ଥିଲେ । ଖେଳ ଆରମ୍ଭରେ ଏବଂ ମଧ୍ୟାନ୍ତରରେ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନେ ଦଳଗତ ନୃତ୍ୟ ପରିବେଷଣ କରିଥିଲେ । ଆଜିର ମ୍ୟାଚରେ ଅତିଥି ଭାବେ ଗଣିଆ ବ୍ଲକ ର ଆଠ ଗୋଟି ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ମାନେ ଯୋଗ ଦେଇ ଖେଳକୁ ଉପଭୋଗ କରିବା ସହିତ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ମହାବୀର ସାଂସ୍କୃତିକ ପରିଷଦ ତରଫରୁ ଅତିଥି ମାନଙ୍କୁ ଜଗନ୍ନାଥ ମନ୍ଦିର ପରିସରରୁ ଏକ ବିଶାଳ ଶୋଭାଯାତ୍ରାରେ ପଡିଆ ମଧ୍ୟକୁ ନିମନ୍ତ୍ରଣ କରାଯାଇଥିଲା । ହଜାର ହଜାର ଦର୍ଶକ ଆଜିର ଖେଳକୁ ଉପଭୋଗ କରିଥିଲେ । ଆସନ୍ତାକାଲିର ଫାଇନାଲ ଖେଳ ବୌଦ୍ଧ ବନାମ ସ୍ପୋର୍ଟସ ହଷ୍ଟେଲ ଫୁଲବାଣୀ ମଧ୍ୟରେ ଅନୁଷ୍ଠିତ ହେବ ବୋଲି କ୍ଳବର କ୍ରିଡ଼ା ସମ୍ପାଦକ ଫକୀର ମୋହନ ଡାକୁଆ ଜଣାଇଛନ୍ତି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!