Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡ଼ିଶା ଫୁଟବଲ୍‌ପ୍ରେମୀଙ୍କ ପାଇଁ ଖୁସି ଖବର, କଳିଙ୍ଗରେ ଭାରତ-କତାର ମୁକାବିଲା

by ସଞ୍ଜୟ ସ୍ୱାଇଁ
September 3, 2023
in Sports, State
ଓଡ଼ିଶା  ଫୁଟବଲ୍‌ପ୍ରେମୀଙ୍କ ପାଇଁ ଖୁସି ଖବର, କଳିଙ୍ଗରେ ଭାରତ-କତାର ମୁକାବିଲା
56
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଓଡ଼ିଶା ଫୁଟବଲ୍‌ପ୍ରେମୀଙ୍କ ପାଇଁ ଖୁସି ଖବର । ଗତ ଜୁନରେ ପ୍ରଥମ ଅନ୍ତର୍ଜାତୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ‘କଣ୍ଟିନେଣ୍ଟାଲ୍ କପ୍‌’ର ସଫଳ ଆୟୋଜନ ପରେ ଓଡ଼ିଶା ଆଗାମୀ ୨୦୨୬ ଫିଫା ବିଶ୍ୱକପ୍ ଓ ୨୦୨୭ ଏଫ୍‌ସି ଏସିଆନ୍ କପ୍ ଯୋଗ୍ୟତା ପର‌୍ୟ୍ୟାୟ (ରାଉଣ୍ଡ-୨)ର ଏକ ମ୍ୟାଚ୍ ଆୟୋଜନ କରିବାକୁ ଯାଉଛି । ଆସନ୍ତା ନଭେମ୍ବର ୨୧ ତାରିଖରେ ଏହି ମ୍ୟାଚ୍‌ଟି କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍‌ରେ ଭାରତ ଏଏଫ୍‌ସି ଏସିଆନ୍ କପ୍ ଚାମ୍ପିଅନ୍ କତାରକୁ ସାମ୍ନା କରିବ । ଆଜି ସର୍ବଭାରତୀୟ ଫୁଟବଲ୍ ସଂଘ (ଏଆଇଏଫ୍‌ଏଫ୍‌) ଏବିଷୟ ଘୋଷଣା କରିଛି । ଯୋଗ୍ୟତା ପର‌୍ୟ୍ୟାୟରେ ଭାରତ ମୋଟ ୨ଟି ମ୍ୟାଚ୍ ଘରୋଇ ଗ୍ରାଉଣ୍ଡରେ ଖେଳିବାର କାର‌୍ୟ୍ୟକ୍ରମ ରହିଛି । ଦ୍ୱିତୀୟ ମ୍ୟାଚ୍‌ଟି ଗୌହାଟୀରେ ଖେଳାଯିବ । ଯୋଗ୍ୟତା ପର‌୍ୟ୍ୟାୟ ରାଉଣ୍ଡ-୨ରେ ଭାରତ ଗ୍ରୁପ୍‌-ଏ’ରେ ସ୍ଥାନ ପାଇଛି । ଏହି ଗ୍ରୁପ୍‌ରେ ଅନ୍ୟ ଦଳ ଭାବେ କତାର, କୁଏତ୍ ଏବଂ ଆଫଗାନିସ୍ତାନ-ମଙ୍ଗୋଲିଆ ମ୍ୟାଚ୍‌ର ବିଜେତା ସ୍ଥାନ ପାଇଛନ୍ତି । ଆସନ୍ତା ନଭେମ୍ବର ୧୬ ତାରିଖରେ ଭାରତ ଘରୋଇ କୁଏତ୍ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଏହାପରେ ଦଳ ଘରୋଇ ଗ୍ରାଉଣ୍ଡରେ କତାର ବିପକ୍ଷ ମ୍ୟାଚ୍ ଖେଳିବ । ପରବର୍ଷ ଭାରତ ଆଫଗାନିସ୍ତାନ କିମ୍ବା ମଙ୍ଗୋଲିଆ ବିପକ୍ଷରେ ୨ଟି ମ୍ୟାଚ୍ ଖେଳିବାର କାର‌୍ୟ୍ୟକ୍ରମ ରହିଛି । ୨୦୨୪, ମାର୍ଚ୍ଚ ୨୧ ତାରିଖ ବିଦେଶରେ ପ୍ରଥମ ମ୍ୟାଚ୍ ଏବଂ ମାର୍ଚ୍ଚ ୨୬ ତାରିଖ ଗୌହାଟୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଦ୍ୱିତୀୟ ମ୍ୟାଚ୍ ଖେଳିବ । ପୂର୍ବରୁ ୨୦୨୨ ଫିଫା ବିଶ୍ୱକପ୍ ଯୋଗ୍ୟତା ପର‌୍ୟ୍ୟାୟ ଟୁର୍ଣ୍ଣାମେଣ୍ଟରେ ଭାରତ-କତାର ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାର ସୂଚୀ ରହିଥିଲା । କିନ୍ତୁ କରୋନା ମହାମାରୀ ଯୋଗୁ ଏହାକୁ ପ୍ରଥମେ ସ୍ଥଗିତ ରଖାଯିବା ପରେ ଶେଷରେ ବାତିଲ୍ ଘୋଷଣା କରାଯାଇଥିଲା । ଓଡ଼ିଶାରେ ଫୁଟବଲ୍ ଭିତ୍ତିଭୂମୀ ବେଶ୍ ସୁଦୃଢ଼ ରହିଛି । ଭୁବନେଶ୍ୱରରେ ଫିଫା ମାନର ୪ଟି ଅଭ୍ୟାସ ଗ୍ରାଉଣ୍ଡ ସହ ଐତିହାସିକ କଳିଙ୍ଗ ଷ୍ଟାଡିୟମର ମୁଖ୍ୟ ଗ୍ରାଉଣ୍ଡ ପ୍ରସ୍ତୁତ ରହିଛି । କଣ୍ଟିନେଣ୍ଟାଲ୍ କପ୍‌ର ସଫଳ ଆୟୋଜନ ପରେ ଏଆଇଏଫ୍‌ଏଫ୍ କଳିଙ୍ଗ ଷ୍ଟାଡିୟମକୁ କତାର ବିପକ୍ଷ ମୁକାବିଲା ପାଇଁ ଭାରତର ଘରୋଇ ଗ୍ରାଉଣ୍ଡ ଭାବେ ଚୂଡ଼ାନ୍ତ କରିଥିଲା । ଏଆଇଏଫ୍‌ଏଫ୍‌ର ମହାସଚିବ ଡ. ସାଜି ପ୍ରଭାକରନ କହିଛନ୍ତି, ଫିଫା ବିଶ୍ୱକପ୍ ଯୋଗ୍ୟତା ପର‌୍ୟ୍ୟାୟ ମ୍ୟାଚ୍‌ର ଆୟୋଜନ ଅଧିକାର ପାଇଥିବା ଫୁଟବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶା ଓ ଆସାମ ଫୁଟବଲ୍ ଆସୋସିଏସନ୍‌କୁ ଶୁଭେଚ୍ଛା ଜଣାଉଛି । ରାଜ୍ୟ ସରକାରଙ୍କ ସହଯୋଗରେ ଉଭୟ ରାଜ୍ୟ ସଂଘ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମୀ ସ୍ଥାପନ କରିଛନ୍ତି । ଖୁସି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ: ଓଡ଼ିଶାକୁ ଫିଫା ବିଶ୍ୱକପ୍ ଯୋଗ୍ୟତା ପର‌୍ୟ୍ୟାୟ ମ୍ୟାଚ୍ ଆୟୋଜନ ଅଧିକାର ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋସିଆଲ୍ ମିଡିଆ ‘ଏକ୍ସ’ରେ ଟ୍ୱିଟ୍ କରି ଖୁସି ବ୍ୟକ୍ତ କରିଛନ୍ତି । ସେ ଲେଖିଛନ୍ତି, ୨୦୨୬ ଫିଫା ବିଶ୍ୱକପ୍ ଓ ୨୦୨୭ ଏଏଫ୍‌ସି ଏସିଆ କପ୍ ଯୋଗ୍ୟତା ପର‌୍ୟ୍ୟାୟର ଭାରତ-କତାର ମ୍ୟାଚ୍ ଆୟୋଜନ ଅଧିକାର ପାଇ ଆମେ ବେଶ ଉତ୍ସାହିତ ରହିଛୁ । ଏହା ଆମ ପାଇଁ ସମ୍ମାନର ବିଷୟ । ଏହି ଆୟୋଜନ କେବଳ ଓଡ଼ିଶାର ଫୁଟବଲ୍ ପ୍ରତି ଉତ୍ସାହକୁ ଦର୍ଶାଉ ନାହିଁ ବରଂ ଏହା ଆମ ରାଜ୍ୟରେ ଫୁଟବଲ୍‌ର ପ୍ରଚାର ପ୍ରସାର ଏବଂ ପ୍ରତିବଦ୍ଧତାକୁ ସୂଚାଉଛି । ଓଡ଼ିଶାର ଏହି ଐତିହାସିକ ମୁହୂର୍ତ୍ତର ମୁକସାକ୍ଷୀ ହେବାକୁ ଆମେ ଖେଳାଳି, ପ୍ରଶଂସକ ଏବଂ ଫୁଟବଲ୍‌ପ୍ରେମୀମାନଙ୍କୁ ସ୍ୱାଗତ କରିବା ପାଇଁ ଅପେକ୍ଷା କରିଛୁ ।’

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!