Sunday, November 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପଢ଼ନ୍ତୁ, ରାଜ୍ୟରେ ପ୍ୟାସ୍କ ଜରିଆରେ କେମିତି କିଣା ହେଉଛି,ଡାଲି ଜାତୀୟ ଦ୍ରବ୍ୟ

by ସଞ୍ଜୟ ସ୍ୱାଇଁ
June 2, 2020
in Feature News
ପଢ଼ନ୍ତୁ, ରାଜ୍ୟରେ ପ୍ୟାସ୍କ ଜରିଆରେ କେମିତି କିଣା ହେଉଛି,ଡାଲି ଜାତୀୟ ଦ୍ରବ୍ୟ
15
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା) : ରାଜ୍ୟରେ କୋଭିଡ୍‌ ସଂକ୍ରମଣ ପରିପ୍ରେକ୍ଷୀରେ ଚଳିତ ରବିରେ ରାଜ୍ୟରେ ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀଙ୍କଠାରୁ ଡାଲି ଓ ତୈଳବୀଜ ସଂଗ୍ରହ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଇଛି ବୋଲି ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଅଧିକରୁ ଅଧିକ ଚାଷୀ ଯେପରି ସେମାନଙ୍କ ଉତ୍ପାଦିତ ଡାଲି ଓ ତୈଳବୀଜ ଉଚିତ ମୂଲ୍ୟରେ ବିକି୍ର କରିପାରିବେ ସେଥି ନିମନ୍ତେ ଚାଷୀ ନାମ ପଂଜୀକରଣ କାର୍ଯ୍ୟକୁ ତ୍ୱାରାନ୍ୱିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଆଜି ସୁଦ୍ଧା ବିଭିନ୍ନ ପ୍ୟାକ୍ସ ଜରିଆରେ ୧୦ କୋଟି ୪୯ ଲକ୍ଷ ଟଙ୍କା ମୂଲ୍ୟର ୧୭୭୧ ଟନରୁ ଊଦ୍ଧ୍ୱର୍ ମୁଗ ଏବଂ ଚିନାବାଦମ ସଂଗ୍ରହ କରାଯାଇଛି । ଏଥି ମଧ୍ୟରୁ ୭୫୫.୫ ମେଟି୍ରକ୍‌ ଟନ୍‌ ମୁଗ ଏବଂ ୧୦୧୬ ମେଟି୍ରକ୍‌ ଟନ୍‌ ଚିନାବାଦାମ ସଂଗ୍ରହ କରାଯାଇଛି । ଗତବର୍ଷ ଆଜି ତାରିଖରେ ୬୬.୫ ମେଟି୍ରକ୍‌ ଟନ୍‌ ଡାଲି ଓ ତୈଳବୀଜ ସଂଗ୍ରହ ହୋଇଥିଲା । ଫସଲ ସଂଗ୍ରହ ବାବଦକୁ ଅର୍ଥ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ହସ୍ତାନ୍ତର କରାଯିବାର ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ଫସଲରେ ବିବିଧିକରଣ ଆଣିବା ଲକ୍ଷ୍ୟରେ ଧାନ ବଦଳରେ ଅଧିକ ଅର୍ଥକରୀ ଫସଲ ଯଥା ଡାଲି ଓ ତୈଳବୀଜ ଚାଷ ନିମନ୍ତେ ସରକାର ପ୍ରୋତ୍ସାହନ ଯୋଗାଇ ଦେଉଥିବା ପରିପ୍ରେକ୍ଷୀରେ ଚଳିତ ରବିରେ ଅଧିକ ସଂଖ୍ୟକ ଚାଷୀ ଡାଲି ଓ ତୈଳବୀଜ ବିକି୍ର ନିମନ୍ତେ ବିଭିନ୍ନ ପ୍ୟାକ୍ସ ଜରିଆରେ ସେମାନଙ୍କର ନାମ ପଂଜୀକରଣ କରିଛନ୍ତି । ଗତବର୍ଷ ଅଗଷ୍ଟ ସୁଦ୍ଧା ୮୮୫୬ ଜଣ ଚାଷୀ ସେମାନଙ୍କ ନାମ ପଂଜୀକରଣ କରିଥିବାବେଳେ ଚଳିତ ରବିରେ ଆଜି ସୁଦ୍ଧା ୧୫,୯୦୦ ଜଣରୁ ଊଦ୍ଧ୍ୱର୍ ଚାଷୀ ସେମାନଙ୍କର ନାମ ପଂଜୀକରଣ କରିସାରିଛନ୍ତି, ଯାହାକି ଗତବର୍ଷ ତୁଳନାରେ ୧୭୮ ପ୍ରତିଶତରୁ ଅଧିକ । ମଇ ୭ ତାରିଖରୁ ଚାଷୀ ନାମ ପଂଜୀକରଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ କୋଭିଡ୍‌ ସଂକ୍ରମଣ ପରିପ୍ରେକ୍ଷୀରେ ଚାଷୀମାନଙ୍କର ନାମ ପଂଜୀକରଣ ଜୁଲାଇ ମାସ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଗତବର୍ଷ ରାଜ୍ୟରେ ୮ଟି ଜିଲ୍ଲାରେ ୫୫ଟି ପ୍ୟାକ୍ସ ମାଧ୍ୟମରେ ଡାଲି ଓ ତୈଳବୀଜ ସଂଗ୍ରହ କରାଯାଇଥିବାବେଳେ ଚଳିତ ବର୍ଷ ୧୭ଟି ଜିଲ୍ଲାରେ ୧୭୧ଟି ପ୍ୟାକ୍ସ ମାଧ୍ୟମରେ ଏହା ସଂଗ୍ରହ କରାଯିବାକୁ ସ୍ଥିର କରାଯାଇଛି । ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଡାଲି ଓ ତୈଳବୀଜ ସଂଗ୍ରହ କରାଯିବ । ରାଜ୍ୟ ସରକାରଙ୍କ ସମବାୟ ବିଭାଗ ଅନ୍ତର୍ଗତ ମାର୍କଫେଡ୍‌ ସଂସ୍ଥା ତରଫରୁ ୧୭୧ ପ୍ୟାକ୍ସ/ଲ୍ୟାମ୍ପସ୍‌ ଜରିଆରେ ଚଳିତ ରବିରେ ମୁଗ, ବିରି, ଚିନାବାଦାମ ଏବଂ ସୂର୍ଯ୍ୟମୁଖୀ ମଞ୍ଜି ସଂଗ୍ରହ କରାଯାଇଛି । କୋଭିଡ୍‌-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକା ଓ ସାମାଜିକ ଦୂରତ୍ୱ ଏବଂ ମାସ୍କ ପରିଧାନ ଓ ପ୍ୟାକ୍ସଗୁଡ଼ିକର ସାନିଟାଇଜେସନ୍‌କୁ କଡ଼ାକଡ଼ି ଭାବେ ଅନୁପାଳନ କରାଯାଇ ଏହି ସଂଗ୍ରହ କାର୍ଯ୍ୟ କରାଯାଉଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!