Saturday, July 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମୟୂରଭଞ୍ଜରେ ପ୍ରତିଷ୍ଠା ହେବ ଅଧିକ ବାତ୍ୟା ଆଶ୍ରୟସ୍ଥଳ

by ସଞ୍ଜୟ ସ୍ୱାଇଁ
October 3, 2021
in State
ମୟୂରଭଞ୍ଜରେ ପ୍ରତିଷ୍ଠା ହେବ ଅଧିକ ବାତ୍ୟା ଆଶ୍ରୟସ୍ଥଳ
35
VIEWS
Share on FacebookShare on Twitter

ବାରିପଦା, (ବାଘୁଆବାର୍ତ୍ତା): ମୟୂରଭଞ୍ଜରେ ପ୍ରତିଷ୍ଠା ହେବ ଅଧିକ ବାତ୍ୟା ଆଶ୍ରୟସ୍ଥଳ, ଯାହାଫଳରେ ପ୍ରାକୃତିକ ବିପର୍ୟ୍ୟୟ ବେଳେ ଏହା ଉଦ୍ଧାର କାର୍ୟ୍ୟରେ ସହାୟକ ହେବ। ପ୍ରାକୃତିକ ବିପର୍ୟ୍ୟୟରେ ପ୍ରଭାବିତ ହେଉଥିବା ଅଞ୍ଚଳଗୁଡ଼ିକରେ ଅଧିକ ବହୁମୁଖି ବନ୍ୟାବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରିବା ନିମନ୍ତେ ପ୍ରସ୍ତାବ ତାଲିକା ରାଜସ୍ୱ ବିଭାଗକୁ ପଠାଇବାକୁ ଜିଲ୍ଲା ପ୍ରସାଶନକୁ ପରାମର୍ଶ ଦେଇଥିଲେ ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି। ଆଜି ଦିନିକିଆ ମୟୂରଭଞ୍ଜ ଗସ୍ତ ଅବସରରେ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ବର୍ଷାଜନିତ କ୍ଷୟକ୍ଷତି ଆକଳନ ସମୀକ୍ଷା ବେଳେ ଏହି ସୂଚନା ଦେଇଛନ୍ତି। ଗତ ସେପ୍ଟେମ୍ବର ମାସ ୨୦ ରୁ ୨୩ ତାରିଖ ମଧ୍ୟରେ ଜିଲ୍ଲାର ଶୁଳିଆପଦା, ମୋରଡା ଓ ରାସଗୋବିନ୍ଦପୁର ବ୍ଲକ ଅଂଚଳରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଜନିତ କ୍ଷୟକ୍ଷତିର ଆକଳନ ସମୀକ୍ଷା କରିଥିଲେ ମନ୍ତ୍ରୀ। ଜିଲ୍ଲାପାଳଙ୍କ କାର୍ୟ୍ୟାଳୟସ୍ଥିତ ଓସ୍ୱାନ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର ବୈଠକରେ ରାଜସ୍ୱ ମନ୍ତ୍ରୀ ଅଧ୍ୟକ୍ଷତା କରି ବିଭିନ୍ନ ବିଭାଗ ଅଧିନରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଜିଲ୍ଲାପାଳ ବିନୀତ ଭରଦ୍ୱାଜ କ୍ଷୟକ୍ଷତି ଓ ପୁନରୁଦ୍ଧାର ସମ୍ପର୍କରେ ସୂଚନା ଦେଇଥିଲେ। ଗ୍ରାମୀଣ ଆବାସ ଯୋଜନାରୁ ବାଦ ପଡିଯାଇଥିବା ପ୍ରକୃତ ହିତାଧିକାରୀଙ୍କ ସ୍ୱତନ୍ତ୍ର ତାଲିକା ପଂଚାୟତିରାଜ୍ ବିଭାଗ ନିକଟକୁ ପଠାଇବାକୁ ପରାମର୍ଶ ଦେଇଥିଲେ । ଅନ୍ୟାନ୍ୟ ପ୍ରସଙ୍ଗ କ୍ରମରେ ଜିଲ୍ଲାର ସୀମାନ୍ତ ଅଂଚଳ ଗ୍ରାମ ମାନଙ୍କରେ ପାନୀୟଜଳ, ଶିକ୍ଷା ସ୍ୱାସ୍ଥ୍ୟ, ଗମାନାଗମନ ରାସ୍ତାଘାଟ ସଂଯୋଗୀକରଣ ଏବଂ ଅତ୍ୟାବଶ୍ୟକ ସୁବିଧା ଯୋଗାଇ ଦେବା ଦିଗରେ ତୀକ୍ଷଣ ଦୃଷ୍ଟି ଦେଇ ଯୋଜନା କାର୍ୟ୍ୟକ୍ରମ ତ୍ବରାନ୍ବିତ କରିବାକୁ କହିଥିଲେ। ଏହି ଅବସରରେ ସରକାରଙ୍କ ରିଲିଫ୍ କୋର୍ଡ ଅନୁସାରେ ବିଭିନ୍ନ ସମୟରେ ବନ୍ୟା ବାତ୍ୟା ପ୍ରାକୃତିକ ବିପର୍ୟ୍ୟୟ / ଦୈବୀ ଦୁର୍ବିପାକ ଜନିତ ମୃତ୍ୟୁବରଣ କରିଥିବା ପରିବାରର ୨୮ ଜଣ ହିତାଧିକାରୀଙ୍କ ପାଇଁ ରାଜ୍ୟସରକାରଙ୍କ ଏସ୍ଆର୍ସି ଦ୍ୱାରା ମଞ୍ଜୁର ପ୍ରାପ୍ତ ପ୍ରତ୍ୟେକ ୪ଲକ୍ଷ ଟଙ୍କା ହିସାବରେ ମୋଟ ୧ କୋଟି ୧୨ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବା ନେଇ ସମୀକ୍ଷା ବୈଠକରେ ଉପସ୍ଥିତ ଥିବା ୧୩ ଜଣଙ୍କୁ ଅନୁକମ୍ପା ରାଶି ପ୍ରଦାନ କରିଥିଲେ । ଏହି ବୈଠକରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୋରଡା ବିଧାୟକ ରାଜକିଶୋର ଦାସ, କରଂଜିଆ ବିଧାୟିକା ବାସନ୍ତି ହେମ୍ବ୍ରମ୍, ଆରକ୍ଷୀ ଅଧିକ୍ଷକ ଆର.ଡି. ଖିଲାରୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପ୍ରକାଶ ଚନ୍ଦ୍ର ବେହେରା ଓ ଅନ୍ୟତମ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ରୁଦ୍ର ନାରାୟଣ ମହାନ୍ତି, ପିଡି ଡିଆରଡିଏ. ପି ଅନ୍ୱେଶା ରେଡ୍ଡି, ଉପ-ଜିଲ୍ଲାପାଳ ତଥା ପୌରନିର୍ବାହୀ ଅଧିକାରୀ ବାରିପଦା ଅନ୍ୟା ଦାସ, ଜିଲ୍ଲା ଜରୁରୀ ଅଧିକାରୀ ସୁଜୟ କୁମାର ପତି, ଶୁଳିଆପଦା, ମୋରଡା ଓ ରାସଗୋବିନ୍ଦପୁର ବ୍ଲକର ସଂପୃକ୍ତ ବି.ଡି.ଓ., ତହସିଲଦାର, ଏବଂ ବିଭିନ୍ନ ଲାଇନ ବିଭାଗ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇ ଆଲୋଚନାରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!