ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ସେବାରେ ଲାଗିଥିବା କଟକଣାକୁ କେନ୍ଦ୍ର ସରକାର ଆଉ ମାସେ ବୃଦ୍ଧି କରିଛନ୍ତି । ସଂକ୍ରମଣ ବ୍ୟାପୁଥିବାରୁ ମେ’୩୧ ଯାଏ ବିଦେଶୀକୁ ବିମାନ ଉଡ଼ାଣ ବନ୍ଦ ରହିବ ବୋଲି ଆଜି ଡିଜିସିଏ ପକ୍ଷରୁ ଘୋଷଣା କରାଯାଇଛି । ପୂର୍ବରୁ ଗାଇଡଲାଇନରେ ଆଜି ରାତି ୧୨ଟା ଯାଏ ଅନ୍ତର୍ଜାତୀୟ ବିମାନ ସେବାକୁ ବନ୍ଦ ରଖାଯାଇଥିଲା । ଏବେ ଏହି କଟକଣା ଅବଧିକୁ ମେ’ ୩୧ ଯାଏ ବୃଦ୍ଧି କରାଯାଇଛି ।





