ଜଲଗାଓଁ, (ବାଘୁଆବାର୍ତ୍ତା): ମହାରାଷ୍ଟ୍ରର ଜଲଗାଓଁ ଅନ୍ତର୍ଗତ ଶିବାରାରେ ଶୁକ୍ରବାର ଅପରାହ୍ନରେ ଏକ ଏୟାରକ୍ରାପ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଫ୍ଲାଇଟ୍ ଇନଷ୍ଟ୍ରକ୍ଟରଙ୍କ ମୃତ୍ୟୁ ହୋଇଛି, ସେଭଳି ଜଣେ ମହିଳା ଟ୍ରେନି ପାଲଇଟ ଅଂଶିକା ଗୁର୍ଜର ଗୁରୁତର ଭାବରେ ଆହତ ହୋଇଛନ୍ତି। ଦୁର୍ଘଟଣା ବେଳେ ବିସ୍ଫୋରଣ ଶବ୍ଦ ଶୁଣି ଗାଁ ଲୋକ ପହଁଞ୍ଚି ମହିଳା ପାଇଲଟଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ। ଗାଁ ଲୋକଙ୍କ କହିବା ଅନୁସାରେ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ଲାଇଟ ଇନଷ୍ଟ୍ରକଚରଙ୍କ ମୃତଦେହ ଏୟାରକ୍ରାଫ୍ଟରୁ ବାହାର କରାଯାଇଛି। ଦୁର୍ଘଟଣାର ସୂଚନା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ସୋସିଆଲ ମିଡିଆ ଜରିଆରୁ ଜଣାପଡିଥିଲା। ସେ ଦୁର୍ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି। ଏହି ଏୟାରକ୍ରାଫ୍ଟ ପ୍ରାଇଭେଟ୍ ଏନ୍ଏମ୍ଆଇଏମସ୍ ଆଭିଏସନ୍ ଏକାଡେମୀର। ଏହି ଦୁର୍ଘଟଣାର ସୂଚନା ପାଇବା ପରେ ପ୍ରଶାସନ ଟିମ୍ ଫାୟାରବ୍ରିଗେଡ୍ ସହିତ ଘଟଣାସ୍ଥଳରେ ପହଁଞ୍ଚି ଯାଇଥିଲା। ଏହି ଅଞ୍ଚଳର ସତପୁଡା ରେଞ୍ଜର ହୋଇଥିବା ବେଳେ ଚାରିଆଡେ ଘନ ଜଙ୍ଗଲ ଥିବାରୁ ଏୟାରକ୍ରାଫ୍ଟର ଭଗ୍ନାବଶେଷକୁ ସଫା କରିବାରେ ସମସ୍ୟା ସୃଷ୍ଟି ହେଉଛି।





