Friday, November 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ, ୧୮ ଜିଲ୍ଲାରେ ମନ୍ତ୍ରୀ କରିବେ ପତାକା ଉତ୍ତୋଳନ

by Anil Panda
August 12, 2020
in Feature News
ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ, ୧୮ ଜିଲ୍ଲାରେ ମନ୍ତ୍ରୀ କରିବେ ପତାକା ଉତ୍ତୋଳନ
264
VIEWS
Share on FacebookShare on Twitter

ଭୂବନେଶ୍ୱର, (ବାଘୁଆବାର୍ତ୍ତା) : ଆଉ ମାତ୍ର ୩ ଦିନ ପରେ ପାଳିତ ହେବ ୭୩ ତମ ସ୍ୱାଧିନତା ଦିବସ । କରୋନା ମହାମାରୀ ସମୟରେ ସ୍ୱାଧିନତା ଦିବସକୁ କେଉଁଭଳି ପାଳନ କରାଯିବ ସେ ନେଇ ରାଜ୍ୟ ସରକାର ସ୍ୱତନ୍ତ୍ର ନିର୍ଦ୍ଦେଶ ଦେଇଥିବା ଆଜି କିଏ କେଉଁଠି ପତାକା ଉତ୍ତୋଳନ କରିବେ, ତାହା ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଏହି ସୂଚନାନୁସାରେ, ୧୮ଟି ଜିଲ୍ଲାରେ ମନ୍ତ୍ରୀ ପତାକା ଉତ୍ତୋଳନ କରିବାକୁ ଥିବା ବେଳେ ଅନ୍ୟ ଦୁଇଟି ସ୍ଥାନରେ ଆର୍‌ଡିସି ଏବଂ ଅନ୍ୟ ସ୍ଥାନରେ ଜିଲ୍ଲାପାଳମାନେ ପତାକା ଉତ୍ତୋଳନ କରିବେ ବୋଲି ଜଣାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ପତାକା ଉତ୍ତୋଳନ କରିବେ। ପୁରୀ ଜିଲ୍ଲା ପାଇଁ ନିରଞ୍ଜନ ପୂଜାରୀ, କଟକ ଜିଲ୍ଲା ପାଇଁ ବିକ୍ରମ କେଶରୀ ଆରୁଖ, କନ୍ଧମାଳ ଜିଲ୍ଲା ପାଇଁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଗଞ୍ଜାମ ଜିଲ୍ଲା ପାଇଁ ପଦ୍ମନାଭ ବେହେରା, ମାଲକାନଗିରି ଜିଲ୍ଲା ପାଇଁ ପ୍ରତାପ ଜେନା, କେନ୍ଦୁଝର ଜିଲ୍ଲା ପାଇଁ ଡ଼ ଅରୁଣ କୁମାର ସାହୁ, ନୟାଗଡ଼ ଜିଲ୍ଲା ପାଇଁ ସୁଦାମ ମାରାଣ୍ଡି, ବାଲେଶ୍ୱର ଜିଲ୍ଲା ପାଇଁ ସୁଶାନ୍ତ ସିଂ, ସୁନ୍ଦରଗଡ଼ ଜିଲ୍ଲା ପାଇଁ ଟୁକୁନି ସାହୁ, ଗଜପତି ପାଇଁ ଜଗନ୍ନାଥ ସାରକା, ଖୋର୍ଦ୍ଧା ପାଇଁ ଦିବ୍ୟ ଶଙ୍କର ମିଶ୍ର, ଅନୁଗୁଳ ପାଇଁ ଅଶୋକ ପଣ୍ଡା, ଯାଜପୁର ଜିଲ୍ଲା ପାଇଁ ସମୀର ରଞ୍ଜନ ଦାଶ, ମୟୁରଭଞ୍ଜ ପାଇଁ ଜ୍ୟୋତି ପାଣିଗ୍ରାହୀ, ରାୟଗଡା ପାଇଁ ପ୍ରେମାନନ୍ଦ ନାୟକ, ନବରଙ୍ଗପୁର ପାଇଁ ରଘୁନନ୍ଦନ ଦାସ, କଳାହାଣ୍ଡି ପାଇଁ ପଦ୍ମିନୀ ଦିଆନ, କୋରାପୁଟ ଜିଲ୍ଲା ପାଇଁ ତୁଷାର କାନ୍ତି ବେହେରାଙ୍କୁ ଦିଆଯାଇଛି। ସମ୍ବଲପୁର ଓ ବ୍ରହ୍ମପୁର ପାଇଁ ଆରଡିସି, ଏବଂ ଅନ୍ୟ ଜିଲ୍ଲା ମାନଙ୍କରେ ଜିଲ୍ଲାପାଳ ପତାକା ଉତ୍ତୋଳନ କରିବେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!