ଲଣ୍ଡନ, (ବାଘୁଆବାର୍ତ୍ତା): ବୃଦ୍ଧ ବୃଦ୍ଧା ଓ ଯୁବ ବର୍ଗଙ୍କ ଉପରେ ସାରା ଦେଶରେ ମହାମାରୀ କରୋନା କାୟା ବିସ୍ତାରି ଚାଲିଥିବା ବେଳେ ଏବେ ଶିଶୁମାନଙ୍କ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏହାକୁ ନେଇ ଦେଶବାସୀ ଚିନ୍ତାରେ ପଡିଛନ୍ତି । ଷ୍ଟ୍ରେନର ପ୍ରଭାବକୁ ଦୃଷ୍ଟିରେ ରଖି ଛୋଟ ପିଲାମାନଙ୍କୁ ଟିକାକରଣ ପାଇଁ ଚେଷ୍ଟା କରାଯାଉଛି । ଏହି କ୍ରମରେ ବ୍ରିଟେନର ମେଡିସିନ୍ ରେଗୁଲେଟୋରୀ ବଡ଼ି ଆମେରେକୀୟ ଫାର୍ମା କଂପାନୀ ଫାଇଜର ଟିକାକୁ ୧୨-୧୫ ବର୍ଷ ବସୟର ପିଲାମାନଙ୍କରେ ବ୍ୟବହାର କରିବାକୁ ଅନୁମତି ଦେଇଛି । ଦେଶର ରେଗୁଲେଟୋରୀ ଅଥୋରିଟ୍ ଏହି ଟିକାକୁ ୧୨-୧୫ ବୟସ ଶ୍ରେଣୀ ପାଇଁ ସଂପୂର୍ଣ୍ଣ ସୁରକ୍ଷିତ ବୋଲି କୁହାଯାଇଛି । ପୂର୍ବରୁ ଏହି ଫାଇଜର ଟିକା ୧୨ରୁ ୧୫ବର୍ଷର ପିଲାଙ୍କ ଠାରେ ସଫଳତାର ସହ ପରୀକ୍ଷା କରଯାଇଛି । ଏହା ସଂପୁର୍ଣ୍ଣ ସୁରକ୍ଷିତ ଏବଂ ପ୍ରଭାବଶାଳୀ ବୋଲି ଜଣାପଡିଛି ।






