Thursday, September 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ଠାରୁ ଲୁଟିନେଲେ ୫ ଲକ୍ଷ

by ସଞ୍ଜୟ ସ୍ୱାଇଁ
January 9, 2025
in Crime, State
ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ଠାରୁ ଲୁଟିନେଲେ ୫ ଲକ୍ଷ
41
VIEWS
Share on FacebookShare on Twitter

ରାଉରକେଲା, (ବାଘୁଆବାର୍ତ୍ତା): ଜଣେ ଅବସରପ୍ରାପ୍ତ ପୁଲିସ କର୍ମଚାରୀ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଇ ଫେରୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ କଳା ପଲସରରେ ଆସି ତାଙ୍କଠାରୁ ଝାମ୍ପି ନେଇଛନ୍ତି ଟଙ୍କା ଭର୍ତ୍ତି ବ୍ୟାଗ। ଆଜି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ରାଉରକେଲାର ସେକ୍ଟର ୧୯ ସ୍ଥିତ ଏସ୍‌ବିଆଇ ସମ୍ମୁଖରେ ଘଟିଛି ଏହି ଘଟଣା। ଲୁଟ୍‌ର ଶିକାର ହୋଇଥିବା ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ନାଁ ସୁଶୀଲ ମାଝୀ। ତାଙ୍କ ଘର ରାଜଗାଙ୍ଗପୁରର କୁକୁଡ଼ା ଗାଁରେ। ସେ କହିଛନ୍ତି, ମୋ ଝିଅର ଟଙ୍କା ଦରକାର ଥିଲା। ତେଣୁ ଟଙ୍କା ଉଠାଇବାକୁ ବ୍ୟାଙ୍କକୁ ଆସିଥିଲି। ବ୍ୟାଙ୍କରୁ ମୁଁ ୫ ଲକ୍ଷ ଟଙ୍କା ଉଠାଇଥିଲି। ମୁଁ ଏକ ଜରି ବ୍ୟାଗରେ ଟଙ୍କା ଧରି ମୋ ଗାଡ଼ି ପାଖକୁ ଯାଉଥିବା ବେଳେ ହଠାତ୍ ଦୁଇ ଜଣ କଳା ପଲସରରେ ପଛଆଡ଼ୁ ଆସି ହାତରୁ ଟଙ୍କା ଭର୍ତ୍ତି ବ୍ୟାଗ ଟାଣି ନେଇଥିଲେ। ଚୋର ଚୋର ବୋଲି ମୁଁ ପାଟି କରିଥିଲି। ହେଲେ କେହି ସେମାନଙ୍କୁ ଗୋଡ଼ାଇଲେ ନାହିଁ। ଘଟଣା ସଂପର୍କରେ ମୁଁ ଥାନାରେ ଅଭିଯୋଗ କରିଛି। ସେ ଆହୁରି କହିଛନ୍ତି, ବ୍ୟାଙ୍କକୁ ଆସିବା ବେଳେ ମୋ ଉପରେ କେହି ନଜର ରଖିଥିବା ମୁଁ ଜାଣି ନାହିଁ। ବାଟରେ ମୁଁ କାହା ସହିତ କଥା ହୋଇନି। ଘରୁ ବାହାରି ସିଧା ବ୍ୟାଙ୍କରେ ପହଞ୍ଚିଥିଲି। ରାଉରକେଲା ଡିଏସ୍‌ପି ପୁଷ୍ପାଞ୍ଜଳି ନିଙ୍ଗୀ କହିଛନ୍ତି ଯେ ସୁଶୀଲ ମାଝୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!