Tuesday, September 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏଟିଏମ୍ କାର୍ଡ ବଦଳାଇଲେ ଦୁର୍ବୃତ୍ତ, ଲୁଟିନେଲେ ୫ ଲକ୍ଷ

by ସଞ୍ଜୟ ସ୍ୱାଇଁ
February 2, 2025
in Crime, State
ଏଟିଏମ୍ କାର୍ଡ ବଦଳାଇଲେ ଦୁର୍ବୃତ୍ତ, ଲୁଟିନେଲେ ୫ ଲକ୍ଷ
112
VIEWS
Share on FacebookShare on Twitter

ଦିଗପହଣ୍ଡି, (ବାଘୁଆବାର୍ତ୍ତା): ଦିଗପହଣ୍ଡି ବ୍ଲକ ବୋମକେଇ ଗ୍ରାମରେ ରହୁଥିବା ଜରଡା ଥାନା ଖଇର ଗ୍ରାମର ଦିଲୀପ ପ୍ରଧାନଙ୍କ ଷ୍ଟେଟବ୍ୟାଙ୍କ ଏଟିଏମ୍ କାର୍ଡକୁ କୌଶଳକ୍ରମେ ବଦଳାଇ କେହି ଦୁର୍ବୃତ୍ତ ତାଙ୍କ ବ୍ୟାଙ୍କ ଜମାଖାତାରୁ ପର୍ଯ୍ୟାୟ କ୍ରମେ ୫ ଲକ୍ଷ ୨୭ ହଜାର ଟଙ୍କା ଉଠାଇ ନେଇଥିବା ଜଣାପଡିଛି। ଏନେଇ ଦିଲୀପ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଆଇଆଇସି ପ୍ରଶାନ୍ତ ପାତ୍ର ଥାନା ମାମଲା ନଂ.୪୮/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି। ଅସୁସ୍ଥତା କାରଣରୁ ଜାନୁଆରୀ ୧୩ ତାରିଖରେ ଦିଲୀପ ତାଙ୍କ ଛାତ୍ର ପୁଙ୍କନ ପାଇକଙ୍କୁ ଏଟିଏମ୍ କାର୍ଡ ଦେଇ ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ଶାଖା ଏଟିଏମ୍ ୨୪ ହଜାର ଟଙ୍କା ଉଠାଇ ଆଣିବାକୁ କହିଥିଲେ। ସେ ଟଙ୍କା ଉଠାଣ କରି ଏଟିଏମ୍ କାର୍ଡ ସହ ଟଙ୍କା ପ୍ରଦାନ କରିଥିଲେ। ୧୯ ତାରିଖରେ ପୁଣି ଟଙ୍କା ଆବଶ୍ୟକ ପଡ଼ିବାରୁ ସେ ପୁଙ୍କନଙ୍କୁ ଏଟିଏମ୍ କାର୍ଡ ଦେଇ ନୂଆପଡ଼ା ଗ୍ରାମସ୍ଥିତ ଆଇଓବି ଶାଖା ଏଟିଏମ୍ କାଉଣ୍ଟରକୁ ପଠାଇଥିଲେ। କିନ୍ତୁ ସେଠାରେ ତାଙ୍କ କାର୍ଡରୁ ଟଙ୍କା ଉଠାଣ ହୋଇପାରି ନ ଥିଲା। ଉକ୍ତ ଏଟିଏମ୍ କାର୍ଡଟି ଜଗନ୍ନାଥ ଓଝାଙ୍କ ବୋଲି ଦର୍ଶାଯାଇଥିଲା। ତାଙ୍କ ଏଟିଏମ୍ କାର୍ଡ ବ୍ୟବହାର କରି କେହି ଦୁର୍ବୃତ୍ତ ବିଭିନ୍ନ ସାମଗ୍ରୀ କ୍ରୟ କରିବା ସହ ନଗଦ ଟଙ୍କା ଉଠାଣ କରିଥିବା ନେଇ ତାଙ୍କ ମୋବାଇଲ ଫୋନକୁ ବାର୍ତ୍ତା ଆସିବା ପରେ ସେ ଏନେଇ ଷ୍ଟେଟବ୍ୟାଙ୍କ ଟୋଲ ଫ୍ରି ନମ୍ବରରେ ଅଭିଯୋଗ କରିଥିବା ଏତଲାରେ ଉଲ୍ଲେଖ କରିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!