Monday, September 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଘରେ ପଶି ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ, ୫ ଅଭିଯୁକ୍ତ ଗିରଫ

by ସଞ୍ଜୟ ସ୍ୱାଇଁ
May 15, 2025
in Crime, State
ଘରେ ପଶି ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ, ୫ ଅଭିଯୁକ୍ତ ଗିରଫ
35
VIEWS
Share on FacebookShare on Twitter

ଜଗତସିଂହପୁର, (ବାଘୁଆବାର୍ତ୍ତା): ଘରେ ପଶିଲେ, ଆକ୍ରମଣ କରି ଲୁଟିନେଲେ । ଜଗତସିଂହପୁର ଦଣ୍ଡିଲୋ ଗାଁରେ ସଶସ୍ତ୍ର ଡକାୟତି ଘଟଣାରେ ୫ ଗିରଫ । ଦୁଇ ଜଣ ଫେରାର ହୋଇଛନ୍ତି । ଚୋରି ଅଳଙ୍କାର ଜବତ କରିଛି ପୋଲିସ । ସୂଚନାଯୋଗ୍ୟ ଯେ, ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଦଣ୍ଡିଲୋ ଗାଁରେ ଗତ ୨ ତାରିଖ ରାତିରେ ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ବିରିଡି ଓ ମାହାଙ୍ଗା ପୋଲିସ ମିଳିତ ଭାବରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୫ ଜଣ ଡ଼କାୟତଙ୍କୁ ଗିରଫ କରିଛି ପୋଲିସ । ଦୁଇ ଜଣ ଅଭିଯୁକ୍ତ ଫେରାର ଅଛନ୍ତି । ଡ଼କାୟତ ମାନଙ୍କ ଠାରୁ ଗୋଟିଏ ବନ୍ଧୁକ ସହ ତିନୋଟି ମୋବାଇଲ, ଦୁଇଟି ବାଇକ୍ ଓ ବହୁ ସୁନା, ରୁପା ଅଳଙ୍କାର ଜବତ କରାଯାଇଛି । ଗତ ୨ ତାରିଖ ରାତିରେ ଦଣ୍ଡିଲୋ ଗାଁର ସୁକାନ୍ତ ମହାରଣା ଓ ତାଙ୍କ ଘରେ ଭଡାରେ ରହୁଥିବା ଦୁଇଟି ପରିବାରଙ୍କ ଘରୁ ବିଳମ୍ବିତ ରାତିରେ ଡକାୟତି ହୋଇଥିଲା । ଡ଼କାୟତ ମାନେ ବନ୍ଧୁକ ଦେଖାଇ ଏମାନଙ୍କ ଘରୁ ଟଙ୍କା, ସୁନା ଆଦି ଲୁଟି ନେଇଥିଲେ । ଡ଼କାୟତ ମାନଙ୍କ ଆକ୍ରମଣରେ ଜଣେ ଆହତ ହୋଇଥିଲେ । ଗିରଫ ଡ଼କାୟତ ମାନେ ତିର୍ତ୍ତୋଲ ଓ ବିରିଡ଼ି ଅଞ୍ଚଳରେ ବୋଲି ଜଣାପଡ଼ିଛି । ଏମାନଙ୍କ ନାଁରେ ପୂର୍ବରୁ ଏକାଧିକ ମାମଲା ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!