Thursday, September 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମଣିନାଗ ପାର୍କ ନିକଟରୁ ପାଞ୍ଚ ଡକାୟତ ଗିରଫ

by ସଞ୍ଜୟ ସ୍ୱାଇଁ
March 22, 2025
in Crime, State
ମଣିନାଗ ପାର୍କ ନିକଟରୁ ପାଞ୍ଚ ଡକାୟତ ଗିରଫ
645
VIEWS
Share on FacebookShare on Twitter

ରଣପୁର, (ବାଘୁଆବାର୍ତ୍ତା): ବୁଧବାର ବିଳମ୍ବିତ ରାତିରେ ଇଟାମାଟି ଥାନା ଅନ୍ତର୍ଗତ ଶଙ୍ଖେଇ ନୋତର ଗ୍ରାମରେ ଡକାୟତି କରିବା ଉଦେଶ୍ୟରେ ୯ ଜଣ ଡକାୟତ ନୋତର ହାଇସ୍କୁଲ ପଛପଟରେ ଥିବା ପାହାଡ଼ରେ ବସି ଯୋଜନା କରୁଥିଲେ l ଇଟାମାଟି ପୋଲିସ କୌଣସି ସୂତ୍ରରୁ ଖବର ପାଇ ପାହଡକୁ ଘେରିବା ସହ ଚଢ଼ାଉ କରିଥିଲେ l ଚଢ଼ାଉ ବେଳେ ପୋଲିସ ୪ ଜଣକୁ କାବୁ କାରି ନେଇଥିବା ବେଳେ ଅନ୍ୟ ପଞ୍ଚାଜଣ ଫେରାର ହୋଇଯାଇଥିଲେ l ଏ ସମ୍ପର୍କରେ ଇଟାମାଟି ଥାନା ତରଫରୁ ଅନ୍ୟ ଥାନାମାନଙ୍କୁ ସୂଚନା ପ୍ରଦାନ କରାଯାଇଥିଲା l ସେଠାରୁ କୌଶଳକ୍ରମେ ଫେରାର ହୋଇଯାଇଥିବା ଡକାୟତମାନେ ରଣପୁର ଅଞ୍ଚଳକୁ ପଶି ଆସିଥିବା ବେଳେ ସେମାନେ ମଣିନାଗ ପାର୍କ ନିକଟସ୍ଥ ପାହାଡରେ ଯୋଜନା କରୁଥିବା ବେଳେ ରଣପୁର ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ରଣପୁର ଥାନା ଅଧିକାରୀ ଆଶିଷଦେବ ସାହୁ ଓ ପୋଲିସ ଟିମ ଚଢ଼ାଉ କରି ୫ ଜଣ ଡକାୟତଙ୍କୁ କାବୁ କରିବାରେ ସମର୍ଥ ହୋଇଥିଲା l ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ରୂପା ଅଳଙ୍କାର ଜବତ ହୋଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି l ସେମାନଙ୍କ ନାମରେ ଦର୍ପନାରାୟଣପୁର, ଇଟାମାଟି, ଶରଣକୁଳ, ବାଣପୁର, ନୟାଗଡ ସଦର ଅଂଚଳରୁ ଚୋରି କରିଥିବା ସ୍ୱୀକାର କରିଥିଲେ | ଗିରଫ ବ୍ୟକ୍ତିମାନଙ୍କ ନାମରେ ରଣପୁର ପୋଲିସ ୫୮/୨୦୨୫ ନମ୍ବରରେ ମୋକଦ୍ଦମା ରୁଜୁ କରିଥିବା ଜଣାପଡିଛି | ଗିରଫ ବ୍ୟକ୍ତି ହେଲେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବାଞ୍ଛାନିଧିପୁରର ବାସୁ ପ୍ରଧାନ (୩୫), ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ଚିତ୍ରକୂଟ ଗାଁ ର ରାଜୁ ପ୍ରଧାନ (୨୫), ଜଙ୍କିଆ ଥାନା ଅନ୍ତର୍ଗତ ଛାତଗିରି ଗ୍ରାମର ମାନସ ରେଡି (୨୫), ବାଣପୁର ଥାନା ବାଞ୍ଛାନିଧିପୁରର ସ୍ୱାଧୀନ ପ୍ରଧାନ (୨୦) ଓ ନିରାକାରପୁର ଥାନା ଅନ୍ତର୍ଗତ ଚିତ୍ରକୂଟ ଗାଁ ର ଚଗଲା ପ୍ରଧାନ ବୋଲି ପୋଲିସ ତଥ୍ୟରୁ ଜଣା ପଡିଛି |

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!