ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ପୈାର ପରିଷଦ ପକ୍ଷରୁ ଆଜି ଅଙ୍ଗୀକାର ୨୦୨୦ ଫିଟ୍ ଇଣ୍ଡିଆ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପଦଯାତ୍ରାକୁ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ଉଦ୍ଘାଟନ କରିଥିଲେ । ନୟାଗଡ଼ ପୁରୁଣାସହର ଦକ୍ଷିଣକାଳୀଙ୍କ ପୀଠଠାରୁ ଏହି ପଦଯାତ୍ରା ବାହାରି ପୈାର କାର୍ଯ୍ୟାଳୟରେ ପହଂଚିଥିଲା । ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଶରୀର ପାଇଁ ପ୍ରତିଦିନ ଶାରିରୀକ ପରିଶ୍ରମ କରି ନିଜକୁ ଫିଟ ରଖିବାକୁ ସ୍ଲୋଗାନ ଦିଆ ଯାଇଥିଲା । ଶେଷରେ ପୈାର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ସଭାରେ ନିର୍ବାହୀ ଅଧିକାରୀଙ୍କ ସହ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସ୍ୱାସ୍ଥ୍ୟ ସଚେତନତା ସଂମ୍ପର୍କରେ ବକ୍ତବ୍ୟ ଦେଇଥିଲେ । ଏହି ସଭାରେ ପୈାର କାର୍ଯ୍ୟାଳୟର ନିଗମ ମହାପାତ୍ର ଏବଂ ବିବେକାନନ୍ଦ ପ୍ରଧାନଙ୍କ ବହୁ କର୍ମଚାରୀ ଯୋଗ ଦେଇଥିଲେ ।





