Saturday, July 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଟକରେ ହେବ ୩ କୋଟି ଟଙ୍କା ବ୍ୟୟରେ ଏକ ହାଇଜେନିକ୍‌ ଫିସ୍‌ ବଜାର

by ସଞ୍ଜୟ ସ୍ୱାଇଁ
October 3, 2021
in State
କଟକରେ ହେବ ୩ କୋଟି ଟଙ୍କା ବ୍ୟୟରେ ଏକ ହାଇଜେନିକ୍‌ ଫିସ୍‌ ବଜାର
124
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ମହାନଦୀ, କାଠଯୋଡି ସହ ନଈ, ନାଳର ଅଞ୍ଚଳ ହେଉଛି କଟକ ଜିଲ୍ଲା। କିନ୍ତୁ ‌ମାଛ ଚାହିଦା ପୂରଣ ପାଇଁ ନିର୍ଭର କରିବାକୁ ପଡୁଛି ଆନ୍ଧ୍ର ଉପରେ। ଜିଲ୍ଲାରେ ୩୧ହଜାର ମେଟ୍ରିକ୍‌ ଟନ୍‌ ମାଛର ଆବଶ୍ୟକତା ରହିଥିବା ବେଳେ ୨୩ ହଜାର ୯୨୬ ମେଟ୍ରିକ୍‌ ଟନ୍‌ ମାଛ ଉତ୍ପାଦିତ ହେଉଥିବା ସରକାରୀ ତଥ୍ୟ କହୁଛି। କିନ୍ତୁ କଟକରେ ମାଛ ବ୍ୟବସାୟକୁ ପ୍ରୋତ୍ସାହିତ କରିବା, ଗ୍ରାହକଙ୍କ ଚାହିଦା ପୂରଣ କରିବା ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ୩ କୋଟି ଟଙ୍କା ବ୍ୟୟରେ ଏକ ହାଇଜେନିକ୍‌ ଫିସ୍‌ ବଜାର ଖୋଲିବା ପାଇଁ ଯୋଜନା କରାଯାଇଛି। ଏଥି ପାଇଁ ଜମି ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛି ବିଭାଗ। ସୂଚନା ଅନୁସାରେ, କଟକ ଜିଲ୍ଲାରେ ବର୍ଷକୁ ୩୩୭୫ ହେକ୍ଟର ପୋଖରୀରୁ ୨୨ହଜାର ୧୯୩ ମେଟ୍ରିକ୍‌ ଟନ୍‌ ମାଛ ଓ ନଦୀ ଓ ବିଭିନ୍ନ ଜଳଭଣ୍ଡାରରୁ ୧୭୩୩ ଟନ୍ ମାଛ ଧରାଯାଉଥିବା ମତ୍ସ୍ୟ ବିଭାଗ ରିପୋର୍ଟ କହୁଛି। କିନ୍ତୁ ତା ବାହାରେ ବି ଅନେକ ସ୍ଥାନରୁ ମାଛ ଉତ୍ପାଦିତ ହେଉଛି ଓ ବିକ୍ରି ହେଉଛି। ଜିଲ୍ଲାରେ ବିଭାଗ ପକ୍ଷରୁ ୨୧୭ ମହିଳା ଗୋଷ୍ଠୀ ୧୯୦ ହେକ୍ଟର ପଞ୍ଚାଧ‌ୟତ ପୋଖରୀରେ ମାଛ ଚାଷ କରି ସ୍ବାବଲମ୍ବୀ ହୋଇଥିବା ବେଳେ ସ୍ବଳ୍ପସ୍ଥାନରେ ମାଛ ଉତ୍ପାଦନ ପାଇଁ ଜୈବ ପୁଞ୍ଜ ଟାଙ୍କି ବ୍ୟବହାର କରାଯାଉଛି। ତେବେ ଆସନ୍ତା ବର୍ଷ ସୁଦ୍ଧା ଜିଲ୍ଲାରେ ୨୭ହଜାର ମେଟ୍ରିକ୍‌ ଟନ୍‌ ମାଛ ଉତ୍ପାଦନ କରିବା ପାଇଁ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ‌ତେବେ ଜିଲ୍ଲାରେ ଯେଉଁ ମାଛର ଅଭାବ ରହିଛି ତା ଆନ୍ଧ୍ର ବଜାର ସହ ଲୁଣି ମାଛ, ସମୁଦ୍ର ମାଛ ପାଇଁ ଚିଲିକା, ପାରାଦ୍ବୀପ ସହ ବିଭିନ୍ନ ଜିଳ୍ଲାରୁ ବି ମାଛ କଟକକୁ ଆସୁଛି। କଟକରୁ ବି ବାହାର ଅଞ୍ଚଳକୁ ମାଛ ଯାଉଛି। ତେବେ ସବୁଠାରୁ ବଡ କଥା ହେଲା ଆନ୍ଧ୍ର ବଜାର ନିୟନ୍ତ୍ରଣ ହଟିପାରୁନି। ଅନେକ ସମୟରେ ଦେଶୀ ମାଛର ଅଭାବ ଦେଖା ଦେଉଥିବାରୁ ଆନ୍ଧ୍ର ବଜାର ଓ ଏବେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆନ୍ଧ୍ର ବେପାରୀ ସ୍ଥାନୀୟ ଲୋକଙ୍କ ପୋଖରୀ, ଜଳାଶୟକୁ ନିଲାମ ନେଇ ମାଛ ଚାଷ କରି ବେଶ୍‌ ଲାଭବାନ ହେଉଛନ୍ତି। ‌କଟକରେ ବେସରକାରୀଭାବେ ମାଛର ବଡ ବଡ ମଣ୍ଡି ବା ଗୋଦାମ ସବୁ ରହିଛି। କିନ୍ତୁ ସରକାରୀସ୍ତରରେ ବ୍ୟବସ୍ଥିତ ଭାବେ ମାଛ ବିକ୍ରି ପାଇଁ ମାଛ ବଜାର ନାହିଁ। ତେଣୁ କଟକରେ ୨ଏକର ସ୍ଥାନରେ ଏକ ‘ହାଇଜେନିକ୍‌ ଫିସ୍‌ ମାର୍କେଟ କରିବା ପାଇଁ ବିଭାଗ ପକ୍ଷରୁ ଯୋଜନା କରାଯାଇଛି ବୋଲି ଜିଲ୍ଲା ମତ୍ସ୍ୟ ଅଧିକାରୀ ସୂଚନା ଦେଇଛନ୍ତି। ଏଥିପାଇଁ ୩କୋଟି ଟଙ୍କା ବ୍ୟୟରେ ଏକ ମାର୍କେଟ କରାଯିବ। ଯେଉଁଠି ଅତ୍ୟାଧୁନିକ ମାଛ ମାର୍କେଟ ରହିବ। ଜୀଅନ୍ତା ମାଛ, ସମୁଦ୍ର ବା ଲୁଣି ମାଛ, ଚିଙ୍ଗୁଡି, କଙ୍କଡା ସହ ବିଭିନ୍ନ ପ୍ରକାର ମାଛ ଉପଲବ୍ଧ ହେବ। ପ୍ରଶାସନ ପକ୍ଷରୁ ଜମି ଯୋଗାଇ ଦିଆଗଲେ ପ୍ରକଳ୍ପ ଆଗକୁ ବଢିବ। ମାଛ ବ୍ୟବସାୟୀ ଭକ୍ତବତ୍ସଳ ବେହେରାଙ୍କ କହିବା କଥା ହେଲା ନଦୀରେ ପାଣି କମିଯାଉଛି। ଆଗ ଭଳି ମାଛ ପଡୁ ନାହାନ୍ତି। ଦେଶୀ ମାଛ ଯେତିକି ଆସୁଛି ତାହା ଚାହିଦା ପୂରଣ କରିପାରୁନି। ତେଣୁ ଆନ୍ଧ୍ର ମାଛ ନ ରଖିଲେ ବ୍ୟବସାୟ ଚଳାଇ ହେବନି ବୋଲି ଶ୍ରୀ ବେହେରା କହିଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!