Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ସର୍ବ ଭାରତୀୟ ଫୁଟବଲ କପର ପ୍ରଥମ ସେମି ଫାଇନାଲ, ଫାଇନାଲରେ ପ୍ରବେଶ କଲା ଟାଟା ଫୁଟବଲ ଏକାଡେମୀ

by ସଞ୍ଜୟ ସ୍ୱାଇଁ
January 11, 2024
in Nayagarh, Sports, State
ନୟାଗଡ଼ ସର୍ବ ଭାରତୀୟ ଫୁଟବଲ କପର ପ୍ରଥମ ସେମି ଫାଇନାଲ, ଫାଇନାଲରେ ପ୍ରବେଶ କଲା ଟାଟା ଫୁଟବଲ ଏକାଡେମୀ
184
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ କପ୍‌ର ଆଜି ପ୍ରଥମ ସେମି ଫାଇନାଲରେ ଜଗା ୟୁନାଇଟେଡ ଭୁବନେଶ୍ୱର ଏବଂ ଟାଟା ଦଳ ପରସ୍ପରକୁ ଭେଟିଥିଲେ । ଆଜି ସେମି ଫାଇନାଲ ଖେଳ ପାଇଁ ପ୍ରବଳ ଜନ ସମାଗମ ହୋଇଥିଲା । ଖେଳ ମଧ୍ୟ ବେଶ୍ ଉତ୍କଣ୍ଠାପୂର୍ଣ୍ଣ ଥିଲା । ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଖେଳ ୧-୧ ରେ ଅମିମାଂସିତ ଥିଲା । ପ୍ରଥମେ ଟାଟା ଦଳର ୭୧ ନମ୍ବର ଖଳାଳୀ ୧୩ ମିନିଟ ସମୟରେ ଏବଂ ପ୍ରଥମାର୍ଦ୍ଧ ଶେଷ ହେବା ପୂର୍ବରୁ ୪୫ ମିନିଟରେ ଭୁବନେଶ୍ୱର ର ୮ ନମ୍ବର ଖେଳାଳି ଆନ୍ଦ୍ର ଗୋଟିଏ ଗୋଲ ଦେଇଥିଲେ ।

ଟାଟା ପକ୍ଷରୁ ୬୮ ନମ୍ବର ଖେଳାଳି ଦ୍ୱିତୀୟାର୍ଦ୍ଧରେ ୫୫ ମିନିଟରେ ୨ୟ ଗୋଲଟି ମାରିଥିଲେ । ଶେଷରେ ଟାଟା ଦଳ ୨-୧ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିଲା । ମୁଖ୍ୟ ରେଫରି ଭାବେ ରାଜୁ ମହାନ୍ତି ଆଜିର ଖେଳ ପରିଚାଳନା କରିଥିଲେ ଏବଂ ଶେଷଦେବ ବେହେରା, ଦେବରାଜ ସ୍ୱାଇଁ, ରମେଶ ଚନ୍ଦ୍ର ପାଇକରାୟ ପ୍ରମୁଖ ତାଙ୍କୁ ସହାୟତା କରିଥିଲେ । ମୁଖ୍ୟ ଅତିଥି ଭାବେ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ଖେଳ ଚାଲିଥିବା ବେଳେ କିଛି ସମୟ ପାଇଁ ଧାରା ବିବରଣୀ ପ୍ରଦାନ କରିଥିଲେ ।

ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଗରୋଇ ବସ ସଂଘ ସଭାପତି ମନୋଜ ନାୟକ, ସମ୍ପାଦକ ଶେଖ୍ ୟୁସୁବ୍‌, ସାମାଜସେବୀ ବ୍ରଜବନ୍ଧୁ ସୁବୁଦ୍ଧି, ରାଧାଶ୍ୟାମ ମହୋତା ପ୍ରମୁଖ ଯୋଗାଦେଇ ଖେଳାଳି ମାନଙ୍କ ସହ କର ମର୍ଦନ କରିଥିଲେ । ଶେଖ୍ ଅବଦୁଲ ଖାଲିକ୍‌, ଆଶୁତୋଷ ମିଶ୍ର ଓ ରାମକୃଷ୍ଣ ରଥ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ଆସନ୍ତା କାଲି ଦ୍ୱିତୀୟ ସେମି ଫାଇନାଲରେ ସୁନାବେଡ଼ା ଓ ହାଇଦ୍ରାବାଦ ପରସ୍ପରକୁ ଭେଟିବେ । ଅର୍ଗାନାଇଯର ଭାବେ ଏଚ୍ ଆର୍ ଟୁଟୁ, ହମିଦ ଖାଁ, ଆସିଫ ରାଜା, ଏସ କେ ଫିରଜ୍‌, ନିହାଲ ଖାଁ, ଦିପୁ, ଅନୁ ରାଜୁ ପ୍ରମୁଖ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିଥିଲେ ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!