ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ପ୍ରଥମେ କରୋନା ଟିକା ନେଇଥିବା ବ୍ୟକ୍ତଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ବିଶ୍ୱରେ କରୋନା ଭ୍ୟାକସିନ୍ ସର୍ବ ପ୍ରଥମ ଡୋଜ୍ ନେଇଥିବା ୱିଲିୟମ୍ ସେକ୍ସପିୟରଙ୍କର ମୃତ୍ୟୁ ହୋଇଛି । ୮୧ବର୍ଷ ବୟସରେ ୱିଲିୟମ୍ ସେକ୍ସପିୟର (ବିଲ୍ ସେକ୍ସପିୟର) ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଓି୍ୱଲିୟମ୍ ଡିସେମ୍ବର ୨୦୨୦ରେ କୋଭେନଟ୍ରି ହସ୍ପିଟାଲରେ ପ୍ରଥମେ ଟିକା ନେଇଥିଲେ । ସେ ହେଉଛି ବିଶ୍ୱର ପ୍ରଥମ ପୁରୁଷ ଯିଏ କି ପ୍ରଥମ କରୋନା ଟିକା ନେଇଛନ୍ତି । ଲଗାତର ତିନି ଦଶନ୍ଧି ଧରି ୱିଲିୟମ୍ ସେକ୍ସପିୟର ସମାଜସେବା କ୍ଷେତ୍ରରେ କାମ କରୁଥିଲେ ।






