Sunday, July 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧ମ ବାପୁନି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ : କଇଥଗାଡ଼ିଆ ଓ ଇଟାମାଟି ଦଳ ଫାଇନାଲରେ

by ସଞ୍ଜୟ ସ୍ୱାଇଁ
February 3, 2025
in Nayagarh, Sports, State
୧ମ ବାପୁନି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ : କଇଥଗାଡ଼ିଆ ଓ ଇଟାମାଟି ଦଳ ଫାଇନାଲରେ
86
VIEWS
Share on FacebookShare on Twitter

ଓଡ଼ଗାଁ, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବହୁମୁଖୀ ଇନଡୋର ଷ୍ଟାଡିୟମ ଖେଳପଡ଼ିଆରେ ୪ ଦିନ ଧରି ଚାଲିଥିବା ୧ମ ବାପୁନି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ଓ ଦ୍ଵିତୀୟ ସେମିଫାଇନାଲରେ କଇଥଗାଡିଆ ଦଳ ମଶାବାରୀ ଓ ଇଟାମାଟି ଦଳ ଆରଏଏ ଓଡ଼ଗାଁକୁ ହରାଇ ଫାଇନାଲରେ ପ୍ରବେଶ କରିଛି।ପ୍ରଥମ ସେମିଫାଇନାଲରେ କଇଥଗାଡ଼ିଆ ଦଳ ନିର୍ଦ୍ଧାରିତ ୧୦ ଓଭରରେ ୫ ୱିକେଟ ହରାଇ ୧୩୭ ରନ ସଂଗ୍ରହ କରିଥିଲା।ଏହାର ଜବାବରେ ମଶାବାରୀ ଦଳ ମାତ୍ର ୩ ଉଇକେଟ ହରାଇ ୭୯ ରନରେ ସୀମିତ ରହିଥିଲା।କଇଥଗାଡ଼ିଆ ଦଳର ଲିପୁ ୨୪ ବଲରେ ୬୯ ରନ୍ ବିସ୍ପୋରକ ପାଳି ଖେଳିବା ସହ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।ଠିକ ସେହିପରି ଦ୍ଵିତୀୟ ସେମିଫାଇନାଲ ମ୍ୟାଚ ଆରଏଏ ଓଡ଼ଗାଁ ଓ ମା ନାରାୟଣୀ କ୍ରିକେଟ କ୍ଳବ ଓଡ଼ଗାଁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଇଟାମାଟି ଦଳ ପ୍ରଥମେ ଟସ୍ ଜିତି ୧୦ ଓଭର ବିଶିଷ୍ଟ ମ୍ୟାଚରେ ୪ ଉଇକେଟ ହରାଇ ୧୧୩ ରନ ସଂଗ୍ରହ କରିଥିଲେ।ପରେ ଓଡ଼ଗାଁ ଦଳ ୮ ଉଇକେଟ ହରାଇ ମାତ୍ର ୭୭ ରନରେ ସୀମିତ ରହି ପରାଜୟ ବରଣ କରିଥିଲେ।ଇଟାମାଟି ଦଳର କୃଷ୍ଣଚନ୍ଦ୍ର ନାୟକ ୧୮ ବଲରେ ୩୦ ରନ ସହ ୧ ଉଇକେଟ ହାସଲ କରି ମ୍ୟାନ ଅଫ ମ୍ୟାଚ ଘୋଷଣା ହୋଇଥିଲେ।ଆଜିର ମ୍ୟାଚରେ ଓଡ଼ଗାଁ ସ୍ମାର୍ଟ ଷ୍ଟଡି କୋଚିଂ ସେଣ୍ଟରର ପରିଚାଳକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଯୋଗ ଯୋଗ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।ବସନ୍ତ କୁମାର ଖେଳ ପରିଚାଳନା କରିଥିବାବେଳେ ବୁଲୁ,ଚନ୍ଦନ,ରିତେଶ,ରାମନାଥ,ମାତୃପ୍ରସାଦ,ଆରୀୟନ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଆସନ୍ତା କାଲି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ କଇଥଗାଡ଼ିଆ ବନାମ ଇଟାମାଟି ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ଜଣାପଡିଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!