ଓଡ଼ଗାଁ, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବହୁମୁଖୀ ଇନଡୋର ଷ୍ଟାଡିୟମ ଖେଳପଡ଼ିଆରେ ୪ ଦିନ ଧରି ଚାଲିଥିବା ୧ମ ବାପୁନି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ଓ ଦ୍ଵିତୀୟ ସେମିଫାଇନାଲରେ କଇଥଗାଡିଆ ଦଳ ମଶାବାରୀ ଓ ଇଟାମାଟି ଦଳ ଆରଏଏ ଓଡ଼ଗାଁକୁ ହରାଇ ଫାଇନାଲରେ ପ୍ରବେଶ କରିଛି।ପ୍ରଥମ ସେମିଫାଇନାଲରେ କଇଥଗାଡ଼ିଆ ଦଳ ନିର୍ଦ୍ଧାରିତ ୧୦ ଓଭରରେ ୫ ୱିକେଟ ହରାଇ ୧୩୭ ରନ ସଂଗ୍ରହ କରିଥିଲା।ଏହାର ଜବାବରେ ମଶାବାରୀ ଦଳ ମାତ୍ର ୩ ଉଇକେଟ ହରାଇ ୭୯ ରନରେ ସୀମିତ ରହିଥିଲା।କଇଥଗାଡ଼ିଆ ଦଳର ଲିପୁ ୨୪ ବଲରେ ୬୯ ରନ୍ ବିସ୍ପୋରକ ପାଳି ଖେଳିବା ସହ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।ଠିକ ସେହିପରି ଦ୍ଵିତୀୟ ସେମିଫାଇନାଲ ମ୍ୟାଚ ଆରଏଏ ଓଡ଼ଗାଁ ଓ ମା ନାରାୟଣୀ କ୍ରିକେଟ କ୍ଳବ ଓଡ଼ଗାଁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଇଟାମାଟି ଦଳ ପ୍ରଥମେ ଟସ୍ ଜିତି ୧୦ ଓଭର ବିଶିଷ୍ଟ ମ୍ୟାଚରେ ୪ ଉଇକେଟ ହରାଇ ୧୧୩ ରନ ସଂଗ୍ରହ କରିଥିଲେ।ପରେ ଓଡ଼ଗାଁ ଦଳ ୮ ଉଇକେଟ ହରାଇ ମାତ୍ର ୭୭ ରନରେ ସୀମିତ ରହି ପରାଜୟ ବରଣ କରିଥିଲେ।ଇଟାମାଟି ଦଳର କୃଷ୍ଣଚନ୍ଦ୍ର ନାୟକ ୧୮ ବଲରେ ୩୦ ରନ ସହ ୧ ଉଇକେଟ ହାସଲ କରି ମ୍ୟାନ ଅଫ ମ୍ୟାଚ ଘୋଷଣା ହୋଇଥିଲେ।ଆଜିର ମ୍ୟାଚରେ ଓଡ଼ଗାଁ ସ୍ମାର୍ଟ ଷ୍ଟଡି କୋଚିଂ ସେଣ୍ଟରର ପରିଚାଳକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଯୋଗ ଯୋଗ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।ବସନ୍ତ କୁମାର ଖେଳ ପରିଚାଳନା କରିଥିବାବେଳେ ବୁଲୁ,ଚନ୍ଦନ,ରିତେଶ,ରାମନାଥ,ମାତୃପ୍ରସାଦ,ଆରୀୟନ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଆସନ୍ତା କାଲି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ କଇଥଗାଡ଼ିଆ ବନାମ ଇଟାମାଟି ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ଜଣାପଡିଛି।