Tuesday, September 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସମ୍ପତି ଲୋଭରେ ସ୍ତ୍ରୀ,ପୁଅ ଓ ଶାଳୀକୁ ଗୁଳିମାଡ

by ସଞ୍ଜୟ ସ୍ୱାଇଁ
April 7, 2025
in Crime, State
ସମ୍ପତି ଲୋଭରେ ସ୍ତ୍ରୀ,ପୁଅ ଓ ଶାଳୀକୁ ଗୁଳିମାଡ
41
VIEWS
Share on FacebookShare on Twitter

ଢେଙ୍କାନାଳ, (ବାଘୁଆବାର୍ତ୍ତା): ସମ୍ପତି ଲୋଭରେ ଉନ୍ମତ୍ତକାଣ୍ଡ । କିଛି ସମ୍ପତ୍ତି ପାଇଁ ଭୁଲିଗଲେ ସମ୍ପର୍କ । ଘରର ମୁରବୀ ପରିବାରର ମେରୁଦଣ୍ଡ ହୋଇଥିବା ବେଳେ ପରିବାରକୁ ମରଣାନ୍ତକ ଆକ୍ରମଣ କରି ମୁରବୀ ଶବ୍ଦକୁ କଳଙ୍କିତ କରିଛନ୍ତି ମାୟାଧର ବେହେରା । ସମ୍ପତ୍ତି ଲୋଭରେ ନିଜ ପତ୍ନୀ, ପୁଅ, ଶାଳୀକୁ ଗୁଳିମାଡ଼ ଆକ୍ରମଣ କରିଛି ଗୃହକର୍ତ୍ତା । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ତାଳବରକୋଟ ଗାଁରେ । ସମ୍ପତ୍ତି ଲୋଭରେ ନିଜ ପତ୍ନୀ, ପୁଅ, ଶାଳୀକୁ ଗୁଳିମାଡ଼ ପରେ କାତିରେ ଆକ୍ରମଣ କରିଛି ଗୃହକର୍ତ୍ତା। ଗୁରୁତର ୩ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ମାୟାଧର ବେହେରା ଏକ ଦେଶୀ ବନ୍ଧୁକରେ ନିଜ ପତ୍ନୀ କୈକେଇ ବେହେରା, ପୁଅ ବାନା ବେହେରା ଓ ଶାଳୀ ଶୁଭଦ୍ରା ବେହେରାଙ୍କୁ ପ୍ରଥମେ ଗୁଳିମାଡ କରି ପରେ କାତିରେ ଆକ୍ରମଣ କରିଛି। ଗୁରୁତରଙ୍କୁ ପ୍ରଥମେ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ଖବରପାଇ ଗୋବିନ୍ଦପୁର ଫାଣ୍ଡି ପୋଲିସ କଟକ ଯାଇ ପଚରାଉଚରା କରିବା ସହିତ ଘଟଣାସ୍ଥଳରେ ପହଁଚି ତଦନ୍ତ କରୁଛି । ଅଭିଯୁକ୍ତ ମାୟାଧରକୁ ଗିରଫ କରିବା ସହିତ ତାଠାରୁ ଦେଶୀ ବନ୍ଧୁକ ଓ କାତିକୁ ଜବତ କରିଛି ପୋଲିସ । ଘଟଣାରେ ଆଉ କାହାର ସଂପୃକ୍ତ ରହିଛି କି ନାହିଁ ସେନେଇ ତଦନ୍ତ ଚାଲିଛି। ମାୟାଧର ପାଖରେ ବନ୍ଧୁକ କେଉଁଠୁ ଆସିଲା ସେ ନେଇ ଖୋଳତାଡ଼ କରୁଛି ପୋଲିସ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!