ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ହୋଇଛି। ନବ ଦାସଙ୍କ ଛାତିରେ ବାଜିଛି ଗୁଳି। ଗୁରୁତର ଅବସ୍ଥାରେ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ଗୁଳିମାଡ ହୋଇଥିବାବେଳେ ସେ ଗୁରୁତର ହୋଇପଡିଛନ୍ତି। ତାଙ୍କ ଅବସ୍ଥା ଏବେ ଗୁରୁତର ରହିଛି।ବ୍ରଜରାଜନଗରରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ ହୋଇଥିବା ସୂଚନା ମିଳିଛି । ମନ୍ତ୍ରୀଙ୍କ ଛାତିରେ ଗୁଳି ବାଜିଥିବା ଜଣାପଡିଛି । ଏସକଟ ଗାଡିରୁ ସେ ଓହ୍ଲାଉଥିଲେ । ତାଙ୍କୁ କର୍ମୀମାନେ ଫୁଲତୋଡା ଦେଇ ସମ୍ବନ୍ଧନା ଦେଉଥିଲେ । ସେହି ସମୟରେ ତାଙ୍କ ଉପରେ ଗୁଳିମାଡ ହୋଇଥିଲା । କିଏ ତାଙ୍କ ଉପରେ ଗୁଳିମାଡ କରିଛି ପୋଲିସ ତାର ତଦନ୍ତ ଜାରି ରଖିଛି। ଜଣେ ପୋଲିସ କର୍ମୀ ଗୁଳିମାଡ କରିଥିବା ଜଣାପଡିଛି। ASI ଗୋପାଳ କୃଷ୍ଣ ଦାସ ଗୁଳିମାଡ କରିଥିବା ଜଣାପଡିଛି।





