Saturday, July 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାତ୍ୟା “ୟଶ” ପାଇଁ ଅଗ୍ନିଶମ ବିଭାଗ ତରଫରୁ ବ୍ୟାପକ ପ୍ରସ୍ତୁତି

by ସଞ୍ଜୟ ସ୍ୱାଇଁ
May 23, 2021
in Planning and Development, State
ବାତ୍ୟା “ୟଶ” ପାଇଁ ଅଗ୍ନିଶମ ବିଭାଗ ତରଫରୁ ବ୍ୟାପକ ପ୍ରସ୍ତୁତି
222
VIEWS
Share on FacebookShare on Twitter

କଟକ (ବାଘୁଆବାର୍ତ୍ତା): ଅତି ଭୀଷଣ ରୂପ ନେଇ ଓଡିଶା ଉପକୂଳ ଆଡକୁ ମୁଁହାଇ ଆସୁଥିବା ସମ୍ଭାବ୍ୟ ବାତ୍ୟା “ୟଶ” ର ମୁକାବିଲା ପାଇଁ ଓଡିଶା ଅଗ୍ନିଶମ ବିଭାଗ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବାତ୍ୟା ପ୍ରଭାବିତ ହେବାକୁ ଥିବା ସମ୍ଭାବ୍ୟ ଜିଲ୍ଲା ଗୁଡ଼ିକରେ ବର୍ତ୍ତମାନ ସୁଦ୍ଧା ୧୭୫ ଗୋଟି ଉଦ୍ଧାର କରି ଦଳକୁ ମୃତୟନ କରାଯାଉଛି । ଆଜି ଅଗ୍ନିଶମ ଆରକ୍ଷୀ ମହାନିରିକ୍ଷକ ଶ୍ରୀଯୁକ୍ତ ଅସିତ ପାଣିଗ୍ରାହୀ ବାତ୍ୟା ରେ ପ୍ରଭାବିତ ହେବାକୁ ଥିବା ଦୁଇ ଗୋଟି ଜିଲ୍ଲା କୁ ଗସ୍ତ କରି ଅଗ୍ନିଶମ କେନ୍ଦ୍ର ଗୁଡ଼ିକର ପ୍ରସ୍ତୁତି ଉପରେ ସମୀକ୍ଷା କରିଥିଲେ । ତାଙ୍କର ଏହି ଗସ୍ତ ସମୟରେ ପ୍ରଥମେ ଭଦ୍ରକ ଜିଲ୍ଲା ଗସ୍ତ କରି ଭଦ୍ରକ ଦମକଳ କେନ୍ଦ୍ରରେ ବରିଷ୍ଠ ଅଗ୍ନିଶମ ଅଧିକାରୀ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ । ଏଥିରେ ମୁଖ୍ୟତଃ ପ୍ରଭାବିତ ହେବାକୁ ଥିବା ଭଦ୍ରକ ଜିଲ୍ଲା ର ୭ ଗୋଟି ଅଞ୍ଚଳକୁ ଚିହ୍ନଟ କରାଯାଇଥିଲା । ଭଦ୍ରକ ଜିଲ୍ଲା ଅଗ୍ନିଶମ ବାହିନୀ ତରଫରୁ ୯ଗୋଟି ଟିମ ପ୍ରସ୍ତୁତ ହୋଇଥିଲା ବେଳେ ଆଉ ୧୧ଟି ଟିମ ଜିଲ୍ଲା ବାହାରେ ମୃତୟନ କରାଯାଉଛି । ଏହି ଅବସରରେ କର୍ମଚାରୀ ମାନଙ୍କୁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାପରେ ଶ୍ରୀ ପାଣିଗ୍ରାହୀ ବାଲେଶ୍ୱର ଗସ୍ତ କରି ସେଠାରେ ପୁଲିସ ଅଧ୍ୟକ୍ଷ ଏବଂ ଜିଲ୍ଳାପାଳ ଙ୍କ ସହ ସମ୍ଭାବ୍ୟ ବାତ୍ୟା ବିଷୟ ରେ ଏକ ବୈଠକ ରେ ଆଲୋଚନା କରିଥିଲେ । ଏହା ପରେ ଅଗ୍ନିଶମ ବିଭାଗର ପ୍ରସ୍ତୁତି ଉପରେ ବାଲେଶ୍ୱର ଦମକଳ କେନ୍ଦ୍ର ରେ ବରିଷ୍ଠ ଅଗ୍ନିଶମ ଅଧିକାରୀ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ । ବାଲେଶ୍ୱର ଜିଲ୍ଲା ଅଗ୍ନିଶମ ବାହିନୀ ତରଫରୁ ୧୨ ଗୋଟି ଟିମ ପ୍ରସ୍ତୁତ ହୋଇରହି ଥିବା ବେଳେ ଆଉ ୧୮ ଗୋଟି ଟିମ ଜିଲ୍ଲା ବାହାରୁ ମୃତୟନ କରାଯାଉଛି । ଏହି ଗସ୍ତ ସମୟରେ ଶ୍ରୀଯୁକ୍ତ ପାଣିଗ୍ରାହୀ ବ୍ୟବହୃତ ଥିବା ଉଦ୍ଧାରକାରି ଯନ୍ତ୍ରାଂଶ ଯଥା ପାୱାର ଓ, ପାୱାର ବୋଟ, ଲାଇଟ ଆଦି ଗୁଡ଼ିକର କାର୍ଯ୍ୟ କ୍ଷମତା ଏବଂ ଆବଶ୍ୟକ ବେଳେ କିପରି ଶୀଘ୍ର ମରାମତି କରାଯାଇ ପୁନଃ କାର୍ଯ୍ୟ କ୍ଷମ କରାଯାଇ ପାରିବ ଏହା ଉପରେ ସମୀକ୍ଷା କରିଥିଲେ । ଏଥି ସହିତ କର୍ମଚାରୀ ମାନଙ୍କୁ କୋଭିଡ ନିର୍ଦ୍ଦେଶାବଳୀ କୁ ଅନୁଶରଣ କରି ଉଦ୍ଧାରକାରି ଯନ୍ତ୍ରାଂଶ ସହ ଯେ କୌଣସି ପ୍ରକାର ର ପରିସ୍ଥିତି କୁ ମୁକୁବିଲା କରିବା ପାଇଁ ସଜାଗ ରହିବା ସହ ଜିଲ୍ଲା ପ୍ରଶାସନ ସହ ପୂର୍ଣ୍ଣ ସମନ୍ୱୟରେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!