Thursday, June 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୋଭିଡକୁ ମୁକାବିଲା କରିବା ପାଇଁ ଅଗ୍ନିଶମ ବିଭାଗ ସଜାଗ ରହିଛି

by ସଞ୍ଜୟ ସ୍ୱାଇଁ
May 12, 2021
in Health, State
କୋଭିଡକୁ ମୁକାବିଲା କରିବା ପାଇଁ ଅଗ୍ନିଶମ ବିଭାଗ ସଜାଗ ରହିଛି
63
VIEWS
Share on FacebookShare on Twitter

କଟକ (ବାଘୁଆବାର୍ତ୍ତା) କୋଭିଡ-୧୯ ସଂକ୍ରମଣର ସଫଳ ମୁକାବିଲା ପାଇଁ ସାରାଦେଶରେ କୋଭିଡ ହସ୍ପିଟାଲ ମାନ କାର୍ଯ୍ୟକ୍ଷମ କରାଯାଇ କୋଭିଡ ପିଡୀତ ମାନଙ୍କର ଚିକିତ୍ସା କରାଯାଉଥିବାବେଳେ କେତେକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟି ଅନେକ ଧନଜୀବନ କ୍ଷତିହେଉଅଛି । ବର୍ତ୍ତମାନ ସାରା ରାଜ୍ୟରେ କାର୍ଯ୍ୟ କରୁଥିବା ୬୨ ଗୋଟି ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ ଗୁଡ଼ିକରେ କୌଣସି ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣାକୁ ଏଡାଇବା ପାଇଁ ରାଜ୍ୟ ଅଗ୍ନିଶମ ସେବା ସଂସ୍ଥା ପକ୍ଷରୁ ଅଗ୍ନିଶମ କର୍ମଚାରୀଙ୍କୁ ପ୍ରାଥମିକ ଅଗ୍ନିନିର୍ବାପକ ଯନ୍ତ୍ର ଏବଂ ଆବଶ୍ୟକୀୟ ଉଦ୍ଧାର ଯନ୍ତ୍ରାଂଶ ସହ ମୃତୟନ କରାଯାଇଅଛି । ଅଥିନିମନ୍ତେ ମୋଟ ୩୮୪ ଜଣ ଅଗ୍ନିଶମ କର୍ମଚାରୀ ୩ଟି ସିଫ୍ଟରେ ୨୪ ଘଣ୍ଟା କାର୍ଯ୍ୟରେ ମୃତୟନ ହୋଇଛନ୍ତି । ଉକ୍ତ କର୍ମଚାରୀମାନେ କୌଣସି ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଲେ ତୁରନ୍ତ ନିର୍ବାପନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ନିକଟସ୍ଥ ଦମକଳ କେନ୍ଦ୍ରକୁ ଖବର ଦେବେ । ଏତଦ ଭିନ୍ନ ଅଗ୍ନିଶମ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟର ସମସ୍ତ କୋଭିଡ ହସ୍ପିଟାଲ ଏବଂ କୋଭିଡ କେୟାର କେନ୍ଦ୍ର ଗୁଡ଼ିକରେ ନିୟମିତ ଭାବରେ ମକଡ୍ରିଲ କରାଯାଇ ହସ୍ପିଟାଲ ପରିଚାଳନା କର୍ତ୍ତୃପକ୍ଷ ଓ କର୍ମଚାରୀ ମାନଙ୍କୁ ତାଲିମ ଦେବା ସହ ଅଗ୍ନି ଦୁର୍ଘଟଣା ବାବଦରେ ସଚେତନତା କରାଯାଉଅଛି । ଆଜି ସହକାରୀ ଅଗ୍ନିଶମାଧବକାରୀ, କଟକଙ୍କ ନେତୃତ୍ୱରେ, ସଦଗୁରୁ ହସ୍ପିଟାଲ କଟକଠାରେ ମକ ଡ୍ରିଲ କରାଯାଇ କର୍ମଚାରୀ ମାନଙ୍କୁ ଅଗ୍ନି ନିର୍ବାପନ ଓ ଉଦ୍ଧାର କୌଶଳ ଶିକ୍ଷା ପ୍ରଦାନ କରାଯାଇଅଛି । ଏହିପରି ରାଜ୍ୟର କିଛି ଅନ୍ୟ ହସ୍ପିଟାଲ ଏବଂ କୋଭିଡ କେୟାର ସେଣ୍ଟର ମାନଙ୍କର ପ୍ରତିଦିନ ଏହିଭଳି ମକ ଡ୍ରିଲ କରି ହସ୍ପିଟାଲ କର୍ମଚାରୀ ମାନଙ୍କୁ ଅଗ୍ନି ନିର୍ବାପନ ଏବଂ ଉଦ୍ଧାର କୌଶଳ ଶିକ୍ଷା ଦିଆଯାଉଅଛି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!