ସୁନ୍ଦରଗଡ଼, (ବାଘୁଆବାର୍ତ୍ତା): ସୁନ୍ଦରଗଡ଼ ରାଜଗାଙ୍ଗପୁରରେ ଫୁଟିଲା ଗୁଳି । ରାଜଗାଙ୍ଗପୁର ବାଣ୍ଟୁପଡାରେ ସାଙ୍ଗ ହୋଇ ହାଣ୍ଡିଆ ପିଉଥିବା ବେଳେ ଗୁଳି ମାଡ । ଏଥିରେ ଜଣେ ଆହତ ହୋଇଛନ୍ତି । ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଆହତଙ୍କୁ ରାଉରକେଲା ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।