ନୟାଗଡ଼,(ବାଘୁଆବାର୍ତ୍ତା): ଆଜି ଭାଲେନ ।ଇନ୍ସ ଡେ । ସ୍ୱାମୀ ସ୍ତ୍ରୀର ନିବିଡ଼ ସଂପର୍କରେ ଭଲପାଇବା ବଦଳରେ ଲାଗିଗଲା ନିଅାଁ । ସ୍ୱାମୀର ନିଆଁରେ ଜଳିଗଲା ସ୍ତ୍ରୀ । ଏଭଳି ଘଟଣା ଦେଖାଦେଇଛି ପଟ୍ଟାମୁଣ୍ଡାଇ ଅଞ୍ଚଳରେ । ସୂଚନାନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ସାନଜରିଆ ଗାଁର ଶୈଳେନ୍ଦ୍ର ମଲ୍ଲିକ ଓ ତାଙ୍କ ସ୍ତ୍ରୀ ମଧ୍ୟରେ କୌଣସି କାରଣକୁ ନେଇ ଝଗଡା ଲାଗିରହିଥିଲା । ଆଜି ମଧ୍ୟ ଝଗଡା ଲାଗିଥିଲା । ସେହି ଝଗଡା ଉଗ୍ରରୂପ ନେବାରୁ ଶୈଳେନ୍ଦ୍ର ଆତ୍ମହତ୍ୟା କରିବା ପାଇଁ ଦେହରେ ନିଅାଁ ଲଗାଇ ଦେଇଥିଲେ । ତେବେ ସ୍ୱାମୀଙ୍କୁ ବ ।ଇବାକୁ ଯାଇ ସ୍ୱାମୀଙ୍କ ଦେହରେ ଲାଗିଥିବା ନିଅାଁରେ ନିଜେ ପୋଡି ଯାଇଥିଲେ ବନ୍ଦିତା । ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକ ଏସ୍ସିବି ମେଡିକାଲକୁ ନେଲା ବେଳେ ବାଟରେ ବନ୍ଦିତାଙ୍କ ମୃତ୍ୟୁ ହୋଇଯାଇଥିଲା । ସେପଟେ ଗୁରୁତର ଅବସ୍ଥାରେ ସ୍ୱାମୀ ଶୈଳେନ୍ଦ୍ର ଜୀବନ ସହିତ ସଂର୍ଘଷ କରୁଥିବା ଜଣାପଡିଛି ।





