ନୟାଗଡ଼,(ବାଘୁଆବାର୍ତ୍ତା): ଅଘଟଣ କେତେ ବେଳେ ବି ଘଟିପାରେ । ଯେମିତି ଟ୍ରକରେ ସିଲିଣ୍ଡର ଭରା ହୋଇ ଯାଉଥିବା ଅଚାନକ୍ ବଜ୍ରପାତ ଘଟିଥିଲା । ଯାହାଫଳରେ ସେହି ବଜ୍ରପାତରେ ସିଲିଣ୍ଡର ଫାଟି ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଭଳି ଅଘଟଣ ଘଟିଛି ହନୁମାନନଗର ଥାନା ଅଂଚଳରେ । ସୂଚନାନୁସାରେ, ରାଜସ୍ଥାନ ଜୟପୁରରୁ ୪୦୦ରୁ ଉର୍ଦ୍ଧ ଗ୍ୟାସ ସିଲିଣ୍ଡର ନେଇ ଏକ ଟ୍ରକ ୫୨ନଂ ଜାତୀୟ ରାଜପଥ ଦେଇ କୋଟା ଯାଉଥିଲା । ଟିକଡ ଗାଁ ନିକଟରେ ଟ୍ରକଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଟ୍ରକଟି ଥିବା ସମୟରେ ଅଚାନକ ବର୍ଷା, ବଜ୍ରପାତ ସୃଷ୍ଟି ହୋଇଥିଲା । ବଜ୍ରପାତ ମାଡ଼ରେ ଟ୍ରକରେ ନିଆଁ ଲାଗିଥିଲା । ଯାହାଫଳରେ ଟ୍ରକରେ ଭରା ହୋଇଥିବା ଗ୍ୟାସ ସିଲିଣ୍ଡର ଫାଟିବା ଆରମ୍ଭ କରିଥିଲା । ଘଟଣାସ୍ଥଳରେ ଭୟଙ୍କର ପରିସ୍ଥିତି ଦେଖା ଦେବାରୁ ରାସ୍ତାର ଦୁଇ ପାଶ୍ୱର୍ ଯାତାୟତ ବନ୍ଦ କରାଯାଇଥିଲା । ଏହି ବିସ୍ପୋରଣରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିପାରି ନାହିଁ ।






