କଟକ, (ବାଘୁଆବାର୍ତ୍ତା): ବିସ୍କୁଟ କମ୍ପାନୀରେ ଲାଗିଲା ନିଆଁ । କଟକ ଜଗତପୁରରେ ଥିବା ଏକ ବିସ୍କୁଟ କମ୍ପାନୀରେ ନିଆଁ ଲାଗିଛି । ଯେଉଁଥିରେ ବହୁ ପରିମାଣର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ଖବର ଅନୁଯାୟୀ, କଟକ ଜଗତପୁରରେ ଏକ ବିସ୍କୁଟ କମ୍ପାନୀ ରହିଛି । ଯେଉଁଥିରେ ଶନିବାର ଦିନ ସକାଳ ସମୟରେ ହଠାତ୍ ନିଆଁ ଲାଗିଥିବାର ଦେଖିଥିଲେ କର୍ମଚାରୀ । ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିଲେ।ଦୁଇଟି ଅଗ୍ନିଶମ ବାହିନୀର ଗାଡ଼ି ନିଆଁ ଲିଭାରେ ନିୟୋଜିତ ଥିବା ବେଳେ ବର୍ତ୍ତମାନ ସୁଦ୍ଧା କେହି ମୃତାହତର ଖବର ନାହିଁ । ହେଲେ ନିଆଁ ଲାଗି ଅନେକ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି ।






