Thursday, October 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଗ୍ନିଶମ ଡିଜିଙ୍କ ବାତ୍ୟା ସ୍ଥିତି ସମୀକ୍ଷା

by ସଞ୍ଜୟ ସ୍ୱାଇଁ
May 27, 2021
in State
ଅଗ୍ନିଶମ ଡିଜିଙ୍କ ବାତ୍ୟା ସ୍ଥିତି ସମୀକ୍ଷା
62
VIEWS
Share on FacebookShare on Twitter

କଟକ,(ବାଘୁଆବାର୍ତ୍ତା): ଗତକାଲି ବାତ୍ୟା “ୟାସ୍” ଉତ୍ତର ଓଡିଶାର ଭଦ୍ରକ, ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲା ଗୁଡିକରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା । ଫଳରେ ବହୁ ରାସ୍ତା ଗଛ, ପୋଲ୍ ଓ ହୋର୍ଡିଙ୍ଗମାନ ପଡି ଅବରୋଧ ହୋଇଥିଲା । କିଛି ଲୋକ ମଧ୍ୟ୍ୟ ଜଳ ଘେରରେ ରହିଯାଇ ଥିଲେ । ଏହି ଜିଲ୍ଲା ଗୁଡିକରେ ଅବସ୍ଥାପିତ ଅଗ୍ନିଶମଦଳ ଗୁଡିକ ତ୍ଵରିତ୍ ଭାବରେ ଉଦ୍ଧାର ଓ ପୁନଃରୁଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ । ସେମାନେ ବାତ୍ୟାକୁ ଭୁକ୍ଷେପ ନ କରି ଲୋକମାନଙ୍କୁ ଉଦ୍ଧାର କରିବା ସହ ସୁରକ୍ଷିତ ସ୍ଥାନମାନଙ୍କୁ ସ୍ଥାନାନ୍ତରିତ କରିଥିଲେ । ବହୁ ସ୍ଥାନରେ ରାସ୍ତା ଅବରୋଧ କରିଥିବା ଗଛ ଓ ପୋଲ୍ ଆଦି ହଟାଇ ଯାତାୟାତ ସାମାନ୍ୟ କରାଇଥିଲେ । କିନ୍ତୁ ବାଲେଶ୍ଵର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାର କ୍ଷୟକ୍ଷତିକୁ ବିଚାର କରି ଗତକାଲି ଅଗ୍ନିଶମ ମହାନିର୍ଦ୍ଦେଶକ ଏମ୍. ଅକ୍ଷୟ ବାଲେଶ୍ଵର ଜିଲ୍ଲାକୁ ଆଉ ୧୦ ଗୋଟି ଅଗ୍ନିଶମ ଟିମ୍ ପଠାଇବା ସଙ୍ଗେ ସଙ୍ଗେ ଯୁଦ୍ଧକାଳୀନ ଭିତିରେ ଉଦ୍ଧାର କାର୍ୟ୍ୟ କରିବା ପାଇଁ ନିଜ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଜି ମହାନିର୍ଦ୍ଦେଶକ ଏମ୍. ଅକ୍ଷୟ ନିଜେ ବାଲେଶ୍ଵର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲା ଗ୍ରସ୍ତ କରି ଉଦ୍ଧାର କାର୍ୟ୍ୟର ସମୀକ୍ଷା କରିଥିଲେ । ସେ ଏହି ଜିଲ୍ଲା ଗୁଡିକରେ ଅବସ୍ଥାପିତ ପୋଲିସ୍ ଓ ଅଗ୍ନିଶମ ଅଧିକାରୀ ମାନଙ୍କ ସହ ଆଲୋଚନା କରି ଉଦ୍ଧାର ଓ ପୁନଃରୁଦ୍ଧାର କାର୍ୟ୍ୟ କିପରି ତ୍ୱରାନ୍ୱିତ କରାଯିବ ସେ ଉପରେ ପଦକ୍ଷେପ ନେବାପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!