ନୟାଗଡ଼ (ବାଘୁଆବାର୍ତ୍ତା): ଭୟାବହ ଅଗ୍ନିକାଣ୍ଡ । ନିଆଁରେ ଜଳିଗଲା ୫ ବଖରା ଘର ସହ ଲକ୍ଷାଧିକ ଟଙ୍କାର ଆସବାବପତ୍ର ସୂଚନାନୁସାରେ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଳକ ସରସଦା ପଞ୍ଚାୟତ ଜେନା ସାହିରେ ଅଗ୍ନିକାଣ୍ଡ ହୋଇଛି । ବିଦ୍ୟୁତ ସଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ତେବେ ସାହିର ନୃସିଂହ ଜେନା ଓ ଶତ୍ରୁଘ୍ନ ଜେନାଙ୍କ ଘରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିବା ସହ ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି । ଅଗ୍ନିକାଣ୍ଡରେ ଦୁଇ ପରିବାରର ୫ ବଖରା ଘର ଭସ୍ମୀଭୂତ ହୋଇଥିବା ବେଳେ ଲକ୍ଷାଧିକ ଟଙ୍କାର ଆସବାବପତ୍ର, ଟଙ୍କା, ଚାଉଳ ସବୁ ପୋଡି ପାଉଁଶ ହୋଇଯାଇଛି । ଅତ୍ୟନ୍ତ ଗରିବ ହୋଇଥିବାରୁ ସରକାରୀ ସହାୟତା ପାଇଁ ଗାଁ ଲୋକେ ଦାବି କରିଛନ୍ତି ।






