Monday, November 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗୁଳି ମାଡ଼ରୁ ନିଆଁ ଲାଗି ୧୫ ମୃତ

by ସଞ୍ଜୟ ସ୍ୱାଇଁ
November 5, 2022
in WORLD
ଗୁଳି ମାଡ଼ରୁ ନିଆଁ ଲାଗି ୧୫ ମୃତ
95
VIEWS
Share on FacebookShare on Twitter

ମସ୍କୋ, (ବାଘୁଆବାର୍ତ୍ତା): ରୁଷର କୋସ୍ତ୍ରୋମା ସହରରେ ଏକ କାଫେରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। କୌଣସି ଏକ ବିବାଦକୁ ନେଇ କେହି ଜଣେ ଫ୍ଲେୟାର ଗନ୍‌ ଚଳେଇବାରୁ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି। ପାଖାପାଖି ୨୫୦ ଜଣଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। କୋସ୍ତ୍ରୋମା ସହର ରାଜ୍ୟପାଳ କହିଛନ୍ତି ଯେ, ଏହି ଦୁର୍ଘଟଣାରେ ୫ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଅଗ୍ନିକାଣ୍ଡ ଯୋଗୁ କାଫେର ଛାତ ଭୁଶୁଡ଼ି ପଡ଼ିଛି। ଏହି ଘଟଣାରେ ପୁଲିସ ଅପରାଧିକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୁଲିସ ଖୋଜାଖୋଜି କରୁଛି। ମସ୍କୋଠାରୁ ୩୪୦ କିମି ଦୂର କୋସ୍ତ୍ରୋମା ସହରରେ ପ୍ରାୟ ୨୭୦,୦୦୦ ଲୋକେ ବସବାସ କରନ୍ତି। ଆହତମାନଙ୍କ ଚିକିତ୍ସା କରାଯାଇଛି। ରାଜଧାନୀ ମସ୍କୋର ଉତ୍ତର ଦିଗକୁ ପ୍ରାୟ ୩୪୦ କିଲୋମିଟର୍‌ ଦୂରରେ ଅବସ୍ଥିତ କୋସ୍ତ୍ରୋମା ନଗରୀରେ ଥିବା ‘ପୋଲିଗନ୍‌’ ନାମକ ଉକ୍ତ କାଫେରେ ଲାଗିଥିବା ନିଆଁକୁ ଆଜି ସକାଳ ପ୍ରାୟ ୭.୩୦ରେ ଲିଭାଇ ଦିଆଯାଇଛି। ୨୦୦୯ରେ ମଧ୍ୟ ରୁଷରେ ସମାନଧରଣର ଘଟଣା ଘଟି ୧୫୦ ଜଣଙ୍କର ମୃତ୍ୟୁ ଘଟିଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!