Wednesday, April 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗୁରୁବାର ସରିବ ତିନି ରଥର ଚକ ନିର୍ମାଣ

by ସଞ୍ଜୟ ସ୍ୱାଇଁ
May 22, 2025
in State
ଗୁରୁବାର ସରିବ ତିନି ରଥର ଚକ ନିର୍ମାଣ
21
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ବୁଧବାର ରଥତ୍ରୟର ଚକ, ଚଉତା, ନିରାଡ଼ି, ଖମ୍ବୀ ଓ ଗୁଜ ତିଆରି ଚାଲିଛି । ଭଉଁରି ପରେ ଗୟଳ ନିର୍ମାଣ ଆରମ୍ଭ ହେବା କଥା । ହେଲେ କାଠ ଅଭାବ ରହିଛି । ଏଣୁ ଅଖ, ଗୟଳ ଓ ଦଣ୍ଡା ନିର୍ମାଣ ପାଇଁ ୪୦ ଫୁଟିଆ କାଠକୁ ଅପେକ୍ଷା କରିଛନ୍ତି ରଥ ନିର୍ମାଣକାରୀ । ରଥର ଗୁଜ ଉପରେ ରହିବ ନିରାଡ଼ି । ରଥ ଚାରି ପାର୍ଶ୍ବକୁ ଲୋଡ଼ା ଚାରି ନିରାଡ଼ି । ତିନି ରଥର ୧୨ଟି ନିରାଡ଼ି ନିର୍ମାଣ ଚାଲିଛି । ରଥ ଖଳାରେ ଭୂଇଁର ଚଉତା କାଠ ତିଆରି ଚାଲିଛି । ପ୍ରତି ରଥର ୧୨ଟି ଚଉତା କରି ମୋଟ ୩୬ ଚଉତା କାଠ ପ୍ରସ୍ତୁତ ହୋଇଥାଏ । ରଥ ଅମିନ ଲକ୍ଷ୍ମଣ ମହାପାତ୍ରଙ୍କ ପରାମର୍ଶକ୍ରମେ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ତ୍ୱାବଧାନରେ ଭୋଇ ସେବକମାନେ ଚଉତା କାଠ ରଥଖଳାକୁ ଯୋଗାଇଛନ୍ତି । ଏଥିସହ ଆଜି ତିନୋଟି ଅଖ କାଠ ରଥ ଖଳାକୁ ଯୋଗାଯାଇଛି । ଚକ ତିଆରି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୪୨ ଚକରୁ ପ୍ରାୟ ୩୨ ଚକ ନିର୍ମାଣ ସରିଛି । କରତକଳରୁ ପହି ଆସିଲେ ବାକି ଚକ ପ୍ରସ୍ତୁତ ହେବ । ରୂପକାରମାନେ ଗୁଜ ନିର୍ମାଣରେ ନିମଗ୍ନ । ମୁଗୁର ଓ ନିହଣ ମୁନରେ ଚାଲିଛି ସିଂହବିରାଳ ମୂର୍ତ୍ତି ଖୋଦେଇ । ନୃସିଂହ ଜନ୍ମ ଅବସରରେ ଶ୍ରୀନୃସିଂହଙ୍କୁ ଆବାହନ କରି କାର୍ଯ୍ୟ ଆରମ୍ଭ ହୋଇଥିଲା । ସେବେଠାରୁ ତିନି ରଥର ରୂପକାରମାନେ ଗୁଜରେ ଖୋଦେଇ ଲାଗିଛନ୍ତି । ଗୁଜରେ ପଲିସ କାର୍ଯ୍ୟ ଜାରି ରହିଛି । ଦୋଳବେଦିରେ ତିନି ରଥ ପାଇଁ ସ୍ୱତନ୍ତ୍ର ୩ଟି ଶାଳରେ ପ୍ରସ୍ତୁତ ହେଉଛି ଲୌହ ସାମଗ୍ରୀ । ଓଝା ସେବକମାନେ ଦଣ୍ଡା କଣ୍ଟା, ଗୟଳ କଣ୍ଟା ଓ ପନ୍ଦାରି ବଳା ଆଦି ପ୍ରସ୍ତୁତ କରୁଛନ୍ତି । କରତି ସେବକମାନେ ମେସିନ୍ ସାହାଯ୍ୟରେ ସିଙ୍ଗଡ଼ାରେ ଅଖ ବିନ୍ଧ ଜାରି ରଖିଛନ୍ତି ।

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

April 29, 2026
ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

April 29, 2026
ବୟସ୍କ ବ୍ୟକ୍ତିଙ୍କୁ ଧକ୍କା ଦେଲା ପୋଲିସ ଗାଡ଼ି:ବୟସ୍କ ବ୍ୟକ୍ତି ମୃତ

ବୟସ୍କ ବ୍ୟକ୍ତିଙ୍କୁ ଧକ୍କା ଦେଲା ପୋଲିସ ଗାଡ଼ି:ବୟସ୍କ ବ୍ୟକ୍ତି ମୃତ

April 29, 2026
ନୟାଗଡ଼ ପଞ୍ଚାୟତ ସମିତି ଦ୍ବାଦଶ ସାଧାରଣ ବୈଠକ ଅନୁଷ୍ଠିତ: ଗୁରୁତ୍ୱପୂର୍ଣ୍ଣ ବିଭାଗର କର୍ମଚାରୀ ଅନୁପସ୍ଥିତକୁ ନେଇ ଗୃହରେ ଉଦବେଗ

ନୟାଗଡ଼ ପଞ୍ଚାୟତ ସମିତି ଦ୍ବାଦଶ ସାଧାରଣ ବୈଠକ ଅନୁଷ୍ଠିତ: ଗୁରୁତ୍ୱପୂର୍ଣ୍ଣ ବିଭାଗର କର୍ମଚାରୀ ଅନୁପସ୍ଥିତକୁ ନେଇ ଗୃହରେ ଉଦବେଗ

April 29, 2026
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

April 28, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!