Friday, July 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସରିଲା ସୁଡଙ୍ଗ ଖନନ, ୨୦୨୬ ମାର୍ଚ୍ଚ ସୁଦ୍ଧା ଖୋର୍ଦ୍ଧା ବଲାଙ୍ଗିର ରେଳ ଲାଇନ୍

by ସଞ୍ଜୟ ସ୍ୱାଇଁ
June 2, 2025
in State
ସରିଲା ସୁଡଙ୍ଗ ଖନନ, ୨୦୨୬ ମାର୍ଚ୍ଚ ସୁଦ୍ଧା ଖୋର୍ଦ୍ଧା ବଲାଙ୍ଗିର ରେଳ ଲାଇନ୍
267
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ୨୦୨୬ ମାର୍ଚ୍ଚ ସୁଦ୍ଧା ସରିବ ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନ୍ କାମ । ଏହି ଲାଇନ୍ ପାଇଁ ବିଶେଷ ଆହ୍ୱାନ ଥିବା ୭ଟି ସୁଡ଼ଙ୍ଗ କାମ ସରିଛି । ଶେଷ ସୁଡ଼ଙ୍ଗ ଖନନ କାମ ମେ ୩୦ ତାରିଖରେ ସରିବା ପରେ ଏବେ ଏହି ବହୁ ପ୍ରତୀକ୍ଷିତ ରେଳ ଲାଇନ୍ ଶୀଘ୍ର କାର୍ଯ୍ୟକ୍ଷମ ହେବା ନେଇ ସ୍ଥାନୀୟ ଅଞ୍ଚଳରେ ଆଶା ସଞ୍ଚାର ହୋଇଛି । ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନ୍ ମୋଟ ୩୦୧ କିଲୋମିଟର ହୋଇଥିବା ବେଳେ ଖୋର୍ଦ୍ଧା ରୋଡ୍ରୁ ଦଶପଲ୍ଲା ୧୦୬ କିଲୋମିଟର କାମ ସରିଛି । ସେହିପରି ବଲାଙ୍ଗିରରୁ ପୁରୁଣାକଟକ ୧୨୦ କିମି ମଧ୍ୟ କାମ ସରିଛି । କେବଳ ପୁରୁଣାକଟକରୁ ଆଢ଼େନିଗଡ଼ ପର୍ଯ୍ୟନ୍ତ ୭୫ କିମି କାମ ବାକି ରହିଥିଲା । ସେହି ଅଞ୍ଚଳରେ ଏହି ସୁଡ଼ଙ୍ଗଯାକ ରହିଥିବାରୁ ବିଳମ୍ବ ହେଉଥିଲା । ମାତ୍ର ଏହି ସମସ୍ୟା ଦୂର ହେବା ପରେ ଏଣିକ ଅବଶିଷ୍ଟ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିବ । ଶୀଘ୍ର ପୂର୍ବ ଏବଂ ପଶ୍ଚିମ ଓଡ଼ିଶା ମଧ୍ୟରେ ସୁଗମ ରେଳ ସଂଯୋଗ ସ୍ଥାପନ ହୋଇପାରିବ । ଯାହା ଯାତ୍ରୀ ଏବଂ ମାଲ ପରିବହନକୁ ବ୍ୟାପକ ଲାଭ ଦେବ ବୋଲି ପୂର୍ବତଟ ରେଳପଥର ବରିଷ୍ଠ ଅଧିକାରୀ କହିଛନ୍ତି । ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନ୍ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ଓଡ଼ିଶାର ଅର୍ଥନୀତି ଏବଂ ସମାଜ ଉପରେ ପରିବର୍ତ୍ତନକାରୀ ପ୍ରଭାବ ପକାଇବ । ଭୁବନେଶ୍ୱର ଏବଂ ବଲାଙ୍ଗୀର ମଧ୍ୟରେ ଯାତ୍ରା ସମୟ ହ୍ରାସ କରିବ । ବାଣିଜ୍ୟ ଏବଂ ଆଞ୍ଚଳିକ ବିକାଶକୁ ପ୍ରୋତ୍ସାହିତ କରିବ । ନୟାଗଡ ଜିଲ୍ଲାର ବୁଗୁଡ଼ା ଏବଂ ଦଶପଲ୍ଲା ମଧ୍ୟରେ ଥିବା ସୁଡଙ୍ଗ ନମ୍ୱର ଟି୨ର ଖନନ କାର୍ଯ୍ୟ ଶୁକ୍ରବାର ସରିବା ସହିତ ଏହି ରେଳ କରିଡରରେ ସମସ୍ତ ସାତଟି ସୁଡଙ୍ଗର ଖନନ କାର୍ଯ୍ୟ ସମାପ୍ତ ହୋଇଛି । ସୁଡଙ୍ଗ ନମ୍ୱର ଟି୨ ୧,୭୭୫ ମିଟର ଦୈର୍ଘ୍ୟ ରହିଛି । ଏହି ସୁଡ଼ଙ୍ଗ ୨-ଡିଗ୍ରୀ ବକ୍ର ସହ ନିର୍ମାଣ କରାଯାଇଛି । ଏହା ନୂଆ ପ୍ରଯୁକ୍ତିବିଦ୍ୟା ପଦ୍ଧତି ନୂଆ ଅଷ୍ଟ୍ରିଆନ୍ ଟନେଲିଂ ପଦ୍ଧତିରେ ନିର୍ମିତ ହୋଇଛି । ଜଟିଳ ୭ଟି ସୁଡ଼ଙ୍ଗର ମୋଟ ୧୨.୭୬ କିମି ଲମ୍ୱ । ସେଥିମଧ୍ୟରୁ ନୟାଗଡ ଜିଲ୍ଲାରେ ଥିବା ଟି-୧ ଲମ୍ବ ୮୦୦ ମିଟର ଥିବା ବେଳେ ଟି-୨ର ୧,୭୭୫ ମିଟର ଓ ଟି-୩ର ୨,୬୨୦ ମିଟର ରହିଛି । ବୌଦ୍ଧ ଜିଲ୍ଲାରେ ଥିବା ଟି- ୪ର ଲମ୍ବ ୪,୧୮୩ ମିଟର ଓ ୭୦୦-ମିଟର ଏସ୍କେପ୍ ସୁଡ଼ଙ୍ଗ ହୋଇଥିବା ବେଳେ ଟି-୫ର ୩୧୭ ମିଟର, ଟି-୬ର ୨୯୦.୭୫ ମିଟର ଓ ଟି-୭ର ୧,୯୭୫ ମିଟର ଲମ୍ବ ରହିଛି । ଏହି ସୁଡ଼ଙ୍ଗ ନିର୍ମାଣ ପ୍ରାକୃତିକ ଚ୍ୟାଲେଞ୍ଜରେ ଭରି ରହିଥିଲା । ଏଥିରେ ଅତ୍ୟନ୍ତ ପରିବର୍ତ୍ତନଶୀଳ ମାଟି ଏବଂ ପଥର ଭରି ରହିଛି । ତେଣୁ ଉପଯୁକ୍ତ ଡିଜାଇନ୍ ସହିତ ବକ୍ର ଆଲାଇନମେଣ୍ଟ କରିବା କଷ୍ଟକର ବ୍ୟାପାର ଥିଲା । ଏହା ସହିତ ବନ୍ୟପ୍ରାଣୀ କ୍ଷେତ୍ରରେ ଶବ୍ଦ ଏବଂ କମ୍ପନ ନିୟନ୍ତ୍ରଣ ବ୍ୟବସ୍ଥାର ସହ ରେଳ ନିର୍ମାଣ କାମ କରାଯାଇଥିବା ବିଭାଗୀୟ ଅଧିକାରୀ କହିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!