ନବରଙ୍ଗପୁର, (ବାଘୁଆବାର୍ତ୍ତା): ଏକ ଘରୋଇ ବସ୍କୁ ଲକ୍ଷେ ଦୁଇ ଲକ୍ଷ ନୁହେଁ ୧୧ ଲକ୍ଷର ଫାଇନ୍ ହୋଇଥିବା ଜଣାପଡ଼ିଛି । କଲେଜ ଛାତ୍ରଛାତ୍ରୀଙ୍କ ଷ୍ଟଡ଼ି ଟୁରରେ କଳାହାଣ୍ଡିରୁ ସିମିଳିଗୁଡା ନେଇ ଯାଉଥିବା ସୋମେଶ ନାମକ ଏହି ବସକୁ ୧୧ଲକ୍ଷ ୨୨ ହଜାର ୧୪୭ ଟଙ୍କାର ଫାଇନ ହୋଇଛି । ଏନେଇ ଫାଇନ ପକାଇଛି ନବରଙ୍ଗପୁର ପରିବହନ ବିଭାଗ । ଓଡ଼ି ୩୩ ବି ୧୧୧୧ ନମ୍ବରର ଏହି ବସ୍ଟି ଭବାନୀପାଟଣାରୁ ସିମିଳିଗୁଡା ଯାଉଥିଲା ବେଳେ ପାପଡାହାଣ୍ଡି ସ୍ଥିତ ଡିଅର ପାର୍କ ନିକଟରେ ପରିବହନ ବିଭାଗ ତରଫରୁ ଚେଙ୍କିଙ୍ଗ ଚାଲିଥିବା ସମୟରେ ଫାଇନ ଆଦାୟ କରାଯାଇଛି । ବସ୍ଟିର ମେ ୨୦୧୯ରୁ ଟ୍ୟାକ୍ସ ଦିଆଯାଇ ନାହିଁ ଓ ଗାଡିର ପରମିଟ ନଥିବାରୁ ଫାଇନ ପକାଯାଇଥିବା ନେଇ ନବରଙ୍ଗପୁର ପରିବହନ ଅଧିକାରୀ ସୂଚନା ଦେଇଛନ୍ତି । ଏହାସହ ଅନ୍ୟ ଏକ ଗାଡିର ବ୍ୟବସ୍ଥା କରି ଛାତ୍ରଛାତ୍ରୀଙ୍କୁ ସିମିଳିଗୁଡା ପଠାଯାଇଥିବା ଜଣାପଡ଼ିଛି ।






