Sunday, June 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

‘ଦ ମାଉଣ୍ଟେନ୍ ହକି’ ଚଳଚ୍ଚିତ୍ର ର ସଫଳତା ପରେ ଜର୍ମାନୀରେ ହେଲା ପ୍ରଦର୍ଶିତ

by ସଞ୍ଜୟ ସ୍ୱାଇଁ
September 28, 2021
in NATIONAL NEWS, State
‘ଦ ମାଉଣ୍ଟେନ୍ ହକି’ ଚଳଚ୍ଚିତ୍ର ର ସଫଳତା ପରେ ଜର୍ମାନୀରେ ହେଲା ପ୍ରଦର୍ଶିତ
42
VIEWS
Share on FacebookShare on Twitter

ବର୍ଲିନ, (ବାଘୁଆବାର୍ତ୍ତା): ଜର୍ମାନୀରେ ପ୍ରଦର୍ଶିତ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଦ ମାଉଁଣ୍ଟେନ୍ ହକି’ । ଓଡ଼ିଶା ଇତିହାସରେ ପ୍ରଥମ ଓଡ଼ିଆ କ୍ରୀଡ଼ା ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ‘ଦ ମାଉଣ୍ଟେନ୍ ହକି’କୁ ଜର୍ମାନୀର ବର୍ଲିନ୍ ଠାରେ ଅନୁଷ୍ଠିତ ଇଣ୍ଡୋ-ଜର୍ମାନୀ ଚଳଚ୍ଚିତ୍ର ମହୋତ୍ସବରେ ଜିତେନ୍ଦ୍ର ମିଶ୍ରଙ୍କ ଦ୍ବାରା ପ୍ରଦର୍ଶିତ କରାଯାଇଛି । ଚଳଚ୍ଚିତ୍ର ‘ଦ ମାଉଣ୍ଟେନ୍ ହକି’ର ସଫଳତା ପରେ, ସେ ଏହି ଚଳଚ୍ଚିତ୍ରକୁ ଦର୍ଶକଙ୍କ ନିକଟରେ ଉପସ୍ଥାପନ କରାଯାଇଛି । ଏହା ଏକ ଗର୍ବର ମୁହୁର୍ତ୍ତ ବୋଲି ପ୍ରଯୋଜକ ରାଜ କିଶୋର ହୋତା ଏବଂ ସହ ପ୍ରଯୋଜକ ସୁବ୍ରଜିତ ପ୍ରଧାନ କହିଛନ୍ତି । ଯୁବ ପ୍ରତିଭାଶାଳୀ ଚଳଚ୍ଚିତ୍ର ନିର୍ମାତା ଅବିନାଶ ପ୍ରଧାନ ଏବଂ ଦେବାଶିଶ ମହାପାତ୍ରଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଜଣେ ଶିକ୍ଷକଙ୍କ ପ୍ରକୃତ ଭାବ ପ୍ରବଣତା ଏବଂ ସଂଘର୍ଷପୂର୍ଣ୍ଣ ଯାତ୍ରା ଉପରେ ଆଧାରିତ । ‘ଦ ମାଉଣ୍ଟେନ୍ ହକି’ କେବଳ କ୍ରୀଡ଼ା ଉପରେ ଆଧାରିତ ଚଳଚ୍ଚିତ୍ର ନୁହେଁ, ଏହାସହ ଜଡିତ ଏକ ସମ୍ବେଦନଶୀଳ ଭାବନା । ମଣିଷମାନେ କିପରି କଠିନ ପରିସ୍ଥିତି ଏବଂ ଅସୁବିଧାକୁ ବାରମ୍ବାର ଅତିକ୍ରମ କରିଥାନ୍ତି, ସେସବୁକୁ ଏହି ଚଳଚ୍ଚଚିତ୍ରରେ ଉପସ୍ଥାପନ କରାଯାଇଛି । ଜାତୀୟ କ୍ରୀଡ଼ା ପ୍ରତି ପ୍ରକୃତ ପ୍ରେମ ଏବଂ ଏହା ପାଇଁ କିଛି କରିବା ଆଶାକୁ ଦର୍ଶାଉଛି । ଶହ ଶହ କ୍ରୀଡ଼ାବିତ୍, କୋଚ୍ ଏବଂ ଅନୁଷ୍ଠାନ ବହୁ ପରିଶ୍ରମ କରି ଏଥିପାଇଁ କାର୍ୟ୍ୟ କରୁଛନ୍ତି । ଏହି କ୍ଷୁଦ୍ର ଚଳଚ୍ଚିତ୍ର ସେମାନଙ୍କର ଅକ୍ଳାନ୍ତ ପରିଶ୍ରମ ଏବଂ ଓଡ଼ିଶା ମାଟିର ସମ୍ମାନ ପାଇଁ ଉତ୍ସର୍ଗ କରାଯାଇଛି । ଏହି ଚଳଚ୍ଚିତ୍ରଟି ଏକ ନିସ୍ୱାର୍ଥପର ହକି ପ୍ରଶିକ୍ଷକ ଏବଂ କ୍ରୀଡ଼ା କାର୍ୟ୍ୟକର୍ତ୍ତା ରାଜେନ୍ଦ୍ର କୁମାର କୁଜୁରଙ୍କ କାହାଣୀ ଉପରେ ପର୍ୟ୍ୟବେଶିତ । ଯିଏକି ଅନେକ ଆଦିବାସୀ ଝିଅମାନଙ୍କୁ ହକି ଶିକ୍ଷା ଦେବା ପାଇଁ ବହୁ ସଂଘର୍ଷ ଓ କଠିନ ସମୟ ଦେଇ ଗତି କରିଛନ୍ତି । ଓଡ଼ିଶାର ଦୁର୍ଗମ ଅଞ୍ଚଳ ଆମ୍ଲିଖାମନ ଗାଁର ଏକ ମିଶନାରି ସ୍କୁଲରେ ଉପଯୁକ୍ତ ସୁବିଧା ନଥାଇ ମଧ୍ୟ, ହକିକୁ ବଞ୍ଚାଇ ରଖିବା ପାଇଁ କଠିନ ପରିଶ୍ରମ କରିଛନ୍ତି । ଯାହାକି ତାଙ୍କର ହକି ପ୍ରତି ଥିବା ଉତ୍ସାହକୁ ବର୍ଣ୍ଣନା କରୁଛି । ପ୍ରାୟ ଏକ ଦଶନ୍ଧିରୁ ଅଧିକ ସମୟ ଧରି ବଲିଉଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ କାମ କରୁଥିବା ତଥା ଅନେକ ବଲିଉଡ ଚଳଚ୍ଚିତ୍ର ସହିତ ଜଡିତ ଥିବା ଚଳଚ୍ଚିତ୍ର ନିର୍ମାତା ରାଜ କିଶୋର ହୋତା ଓଡ଼ିଶା ଆସି ଓଡ଼ିଆ ପ୍ରତିଭାଙ୍କ ସହ ଏକ ଚଳଚ୍ଚିତ୍ର କରିବାକୁ ଭାବିଥିଲେ । ଯାହାକି ତାଙ୍କୁ ଏହି କ୍ରୀଡ଼ା ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ନିର୍ମାଣ କରିବକୁ ପ୍ରୋତ୍ସାହିତ କରିଥିଲା । ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପକୁ ଉତ୍ସାହିତ କରିବା ଏବଂ ଆଗକୁ ନେଇ ବିଶ୍ୱ ଆଗରେ ଉପସ୍ଥାପନ କରିବା ତାଙ୍କ ଲକ୍ଷ ବୋଲି ପ୍ରଯୋଜକ ରାଜ କିଶୋର କହିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!