Monday, September 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜୁନ୍ ୬ରୁ ୯ ଯାଏଁ ‘ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ’

by ସଞ୍ଜୟ ସ୍ୱାଇଁ
June 4, 2025
in State
ଜୁନ୍ ୬ରୁ ୯ ଯାଏଁ ‘ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ’
50
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଜୁନ୍ ୬ରୁ ୯ତାରିଖ ଯାଏଁ ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଆୟୋଜିତ ହେବାକୁ ଯାଉଛି ’ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ’ର (ବିଏଫ୍ଏଫ୍) ଦ୍ୱିତୀୟ ସଂସ୍କରଣ। ୪ଦିନ ବ୍ୟାପୀ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଆ ସହିତ ୯ଟି ଭାଷାର କ୍ଲାସିକ୍ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ । ପ୍ରତିଦିନ ସକାଳ ୧୦ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ଚଳଚ୍ଚିତ୍ରର ସ୍କ୍ରିନିଂ ହେବ । ଏହି କାର୍ଯ୍ୟକ୍ରମ ଓଡ଼ିଆ ସିନେପ୍ରେମୀଙ୍କ ପାଇଁ ଖୋଲା ରହିବ । ଭୁବନେଶ୍ୱର ଫିଲ୍ମ ସର୍କଲ ପକ୍ଷରୁ ୨୦୨୪ରେ ’ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ’ର ପ୍ରଥମ ସଂସ୍କରଣ କରାଯାଇଥିଲା। ଏହାକୁ ଦର୍ଶକୀୟ ଆଦୃତି ମିଳିବା ପରେ ଚଳିତବର୍ଷ ଏହାର ଦ୍ୱିତୀୟ ସଂସ୍କରଣ କରାଯାଉଛି।  ଜୁନ୍ ୬ତାରିଖ ସନ୍ଧ୍ୟା ୭ଟାରେ ’ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ’ର ଉଦଘାଟନୀ କାର୍ଯ୍ୟକ୍ରମ ରହିଛି । ଏଥିରେ ବଲିଉଡ୍ ସହିତ ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ନିର୍ଦ୍ଦେଶକ, ଫିଲ୍ମ ନିର୍ମାତା, ଅଭିନେତା ଓ ଅଭିନେତ୍ରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଆ ସାହିତ୍ୟ ଓ ଉପନ୍ୟାସ ଉପରେ ଆଧାରିତ ଏବଂ ଜାତୀୟ ପୁରସ୍କାରପ୍ରାପ୍ତ ୯ଟି ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶନ କରିବା ପାଇଁ ମନୋନୟନ କରାଯାଇଛି । ତା’ ଭିତରେ ୬ ତାରିଖ ଉଦଘାଟନୀ କାର୍ଯ୍ୟକ୍ରମ ଦିନ ’ମାଟିର ମଣିଷ’, ’କା’ ଏବଂ ’ଭକ୍ତ ସାଲବେଗ’ ଭଳି ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ। ୭ ତାରିଖରେ ପାନୋରମା ପାଇଁ ମନୋନୀତ ଏବଂ ଜାତୀୟ ତଥା ରାଜ୍ୟରେ ଶ୍ରେଷ୍ଠ ସିନେମା ଭାବେ ପୁରସ୍କୃତ ’କାଲିର ଅତୀତ’ ସ୍କ୍ରିନିଂ ହେବ। ସେହିପରି ୮ ତାରିଖରେ ’କ୍ରାନ୍ତିଧାରା’ ଏବଂ ୯ ତାରିଖରେ ’ଯାଯାବର’, ’ନିର୍ବାଚନ’, ’କନକଲତା’ ଏବଂ ’ଅଦିନ ମେଘ’ ଫିଲ୍ମ ପ୍ରଦର୍ଶନ କରାଯିବ। ଓଡ଼ିଆ ସିନେମା ଛଡ଼ା ଏହି ଉତ୍ସବରେ କେତନ ମେହେଟ୍ଟାଙ୍କ ନିର୍ଦ୍ଦେଶିତ ଗୁଜୁରାଟୀ ଚଳଚ୍ଚିତ୍ର ’ଭବାନୀ ଭବାଇ’, ଗିରିଶ କସରଓ୍ୱାଲିଙ୍କ ନିର୍ଦ୍ଦେଶିତ କନ୍ନଡ଼ ଚଳଚ୍ଚିତ୍ର ’ଘଟଶ୍ରଦ୍ଧା’, ଊର୍ଦ୍ଦୁ ଚଳଚ୍ଚତ୍ର ’ହମିଦ୍’, ମରାଠୀ ସିନେମା ’ଶ୍ୱାସ’, ଛତିଶଗଡ଼ି ଫିଲ୍ମ ’ଭୁଲନା ଦ ମେଜ୍’ ପ୍ରକାଶ ଝାଙ୍କ ନିର୍ଦ୍ଦେଶିତ ହିନ୍ଦୀ ଚଳଚ୍ଚିତ୍ର ’ଦାମୁଲ’ ଏବଂ ବବି ଶର୍ମା ବରୁଆଙ୍କ ନିର୍ଦ୍ଦେଶିତ ତିଓ୍ୱା ଭାଷାର ଚଳଚ୍ଚିତ୍ର ’ସିକା ଲସାଲ’ ଆଦି ପ୍ରଦର୍ଶନ କରାଯିବ।  ସେହିପରି ଋତିକ ଘଟକଙ୍କ ନିର୍ଦ୍ଦେଶିତ ବଙ୍ଗଳା ଚଳଚ୍ଚିତ୍ର ’ମେଘେ ଘାକା ତାରା’ ଏବଂ ଶ୍ୟାମ ବେନଗଲଙ୍କ ନିର୍ଦ୍ଦେଶିତ ହିନ୍ଦୀ ଚଳଚ୍ଚିତ୍ର ’ଅଙ୍କୁର’ ଫିଲ୍ମ ସ୍କ୍ରିନିଂ ହେବ। ’ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ’ର ଅନ୍ୟତମ ଆକର୍ଷଣ ହେଉଛି ଚଳଚ୍ଚିତ୍ର ଅଭିନୟ ଓ ଚିତ୍ରନାଟ୍ୟ ରଚନା ଭଳି ବିଷୟକୁ ନେଇ ୨ଟି ମାଷ୍ଟରକ୍ଲାସ୍। ଜୁନ୍ ୭ ତାରିଖରେ ଗୀତଗୋବିନ୍ଦ ସଦନଠାରେ ଚିତ୍ରନାଟ୍ୟ ଉପରେ ହେବାକୁ ଥିବା ମାଷ୍ଟରକ୍ଲାସରେ ବଲିଉଡର ଖ୍ୟାତନାମା ଚିତ୍ରନାଟ୍ୟ ଲେଖକ ଚାରୁଦତ୍ତ ଆଚାର୍ଯ୍ୟ ଯୋଗଦେବେ। ସେହିପରି ୮ ତାରିଖରେ ଓଡ଼ିଶା ପ୍ରେସ୍ କ୍ଲବଠାରେ ଅଭିନୟକୁ ନେଇ ହେବାକୁ ଥିବା ମାଷ୍ଟରକ୍ଲାସରେ ଖ୍ୟାତନାମା ପ୍ରଶିକ୍ଷିକ ଅଭିମନ୍ୟୁ ରାୟ ଯୋଗଦେଇ ଯୁବ ପ୍ରତିଭାମାନଙ୍କୁ ବିଶେଷ ତାଲିମ ଓ ପରାମର୍ଶ ଦେବେ । ଏହି ଉତ୍ସବରେ ଗୁରୁଦତ୍ତ ସ୍ମାରକୀ ବକ୍ତୃତା ଦେବେ ଖ୍ୟାତନାମା ଚଳଚ୍ଚିତ୍ର ସମୀକ୍ଷକ ଓ ଲେଖକ ସତ୍ୟ ସରନ। ସେହିପରି ଋତିକ ଘଟକଙ୍କୁ ନେଇ ସ୍ମୃତିଚାରଣ କରିବେ ପ୍ରଖ୍ୟାତ ସିନେ ସମୀକ୍ଷକ ଓ ଲେଖିକା ସୋମା ଚାଟାର୍ଜୀ।  ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲରେ ଚଳିତବର୍ଷ ଓଡ଼ିଆ ସିନେମା ଜଗତ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ପାଞ୍ଚ ଜଣ ବରିଷ୍ଠ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯିବ। ତାଙ୍କ ଭିତରେ ଅଛନ୍ତି ବିଶିଷ୍ଟ ସଙ୍ଗୀତକାର ତାନସେନ ସିଂ, ବରିଷ୍ଠ ଅଭିନେତା ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ ଓ ଜୟା ସ୍ୱାମୀ, ବେଶ ପୋଷାକ ପାଇଁ ନିର୍ମଳ ଦାଶ ଏବଂ ରୂପ ସଜ୍ଜାକାରୀ ବାଞ୍ଛାନିଧି ପଟ୍ଟନାୟକ । ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲର ଆବାହକ, ଲେଖକ ଓ ଚଳଚ୍ଚିଡ୍ର ନିର୍ଦ୍ଦେଶକ ସଞ୍ଜୟ ପଟ୍ଟନାୟକ, ସିନେ ସମୀକ୍ଷକ ଅଶୋକ ପାଲିତ, ବଲିଉଡ ନିର୍ଦ୍ଦେଶକ ଓ ସାଉଣ୍ଡ ଇଞ୍ଜିନିୟର ସୁବାସ ସାହୁ ଏବଂ ଅଭିନେତା ସୁକାନ୍ତ ରଥଙ୍କ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!